ଅକ୍ଷୟଙ୍କ ପ୍ରଥମ ମରାଠି ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କ ମରାଠି ଫିଲ୍ମକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଅକ୍ଷୟ ଏହି ଫିଲ୍ମରେ ଛତ୍ରପତି ଶିବାଜୀ ଭୂମିକାରେ ଅଭିନୟ କରିଛନ୍ତି । ଏହାର ଶୁଟିଂ ଆଜିଠାରୁ ଅର୍ଥାତ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଏହା ଅକ୍ଷୟ କୁମାରଙ୍କ ପ୍ରଥମ ମରାଠି ମୁଭି । ଅଭିନେତା ଏକ ଖାସ୍ ପୋଷ୍ଟ ଶେୟାର କରି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି । ଏହାସହ ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଛନ୍ତି । ଅକ୍ଷୟ ତାଙ୍କ ସୋସିଆଲ ମିଡିଆରେ ଏହାକୁ ଶେୟାର କରି ଫିଲ୍ମର ଶୁଟଂ ଆରମ୍ଭ ହୋଇଥିବା କହିଛନ୍ତି । ଅଭିନେତା ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଅକ୍ଷୟ କୁମାରଙ୍କ ଝଲକ ଦେଖିବାକୁ ମିଳିଛି । ଅଭିନେତା ଲେଖିଛନ୍ତିି, ଆଜି ମରାଠି ଫିଲ୍ମ ‘ବେଡାତ ମରାଠେ ବୀର ଦୌଡଲେ’ ସହ ଶୁଟିଂ ଆରମ୍ଭ କରୁଛି । ଯେଉଁଥିରେ ଶିବାଜୀ ମହାରାଜଙ୍କ ଚରିତ୍ରରେ ଅଭିନୟ କରିବା ମୋ ପାଇଁ ସୌଭାଗ୍ୟର କଥା । ତାଙ୍କ ଜୀବନୀରୁ ପ୍ରେରଣା ନେଇ ଓ ମାଆ ଜିଜାଉଙ୍କ ଆଶୀର୍ବାଦରୁ ମୁଁ ପ୍ରୟାସ କରିବି । ଆଶୀର୍ବାଦ ଦେଉଥିବେ ।
ଫିଲ୍ମର ଶୁଟିଂ ଆରମ୍ଭ ହେଇଥିବା ସୂଚନା ଦେବା ପେର ଅକ୍ଷୟ କୁମାର ଆଉ ଏକ ପୋଷ୍ଟ କଲେ । ଯେଉଁଥିରେ ସେ ଶିବାଜୀ ମହାରାଜ ଭୂମିକାରେ ନଜର ଆସିବା ସହ ସାମ୍ନାକୁ ଚାଲି ଚାଲି ଯାଉଛନ୍ତି । ଏହି ଭିଡିଓକୁ ଶେୟାର କରି ଅଭିନେତା ଲେଖିଛନ୍ତି, ଜୟ ଭବାନୀ, ଜୟ ଶିବାଜୀ । ମହେଶ ମାଞ୍ଜରେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ୱସିମ କ୍ୟୁରେଶି ପ୍ରଡ୍ୟୁସ କରୁଛନ୍ତି ।
ଫିଲ୍ମଟି ଆସନ୍ତା ବର୍ଷ ଦିୱାଲୀରେ ରିଲିଜ୍ କରାଯିବ । ଏହାକୁ ୪ଟି ଭାଷା ହିନ୍ଦୀ, ମରାଠି, ତାମିଲ ଓ ତେଲଗୁରେ ରିଲିଜ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri