Posted inଜାତୀୟ

ଜଗନମୋହନଙ୍କୁ ସମର୍ଥନ ଦେଲେ ଅଖିଳେଶ,ଇଣ୍ଡିଆ ମେଣ୍ଟରେ ସାମିଲ୍‌ ହେବେ କି ଜଗନମୋହନ! ଜନ୍ତରମନ୍ତରରେ ଭେଟିଲେ…

ନୂଆଦିଲ୍ଲୀ,୨୪।୭: ବଜେଟ ଏବଂ କୃଷକ ପ୍ରସଙ୍ଗକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ସଂସଦରେ ଘେରିବାରେ ଲାଗିଛନ୍ତି। ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସରକାର ଉପରେ ତୁହାକୁ ତୁହା ଆକ୍ରମଣ କରିଛନ୍ତି। ଏହି ସମୟରେ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବୁଧବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ହସି ହସି କଥା ହେଉଥିବାର ଦେଖିବାକୁ ମିଳିଛି। ଉଭୟଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ନାଇଡୁ ସରକାରଙ୍କ ବିରୋଧରେ ଏକ ଦିନିଆ ଧାରଣାରେ ବସିଛନ୍ତି। ଏହାକୁ ଅଖିଳେଶ ଯାଦବ ସମର୍ଥନ କରିବା ସହ ଧାରଣାସ୍ଥଳ ଜନ୍ତରମନ୍ତରରେ ଆସି ପହଞ୍ଚିଛନ୍ତି। ଜଗନ ମୋହନ ରେଡ୍ଡୀ ଅଭିଯୋଗ କରିଛନ୍ତି, ଆନ୍ଧ୍ରପ୍ରଦେଶରେ ନୂଆ ସରକାର ଗଠନ ହେବାର ୪୫ ଦିନ ମଧ୍ୟରେ ୩୦ ଜଣଙ୍କୁ ହତ୍ୟା କରାଯିବା ସହ ଅନେକ ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ତେଲୁଗୁ ଦେଶମ ପାର୍ଟି କ୍ଷମତାକୁ ଆସିବା ମାତ୍ରେ ସମଗ୍ର ରାଜ୍ୟର ଅବସ୍ଥା ଖରାପ ହୋଇଯାଇଛି। ଆମେ ସରକାର ଥିବାବେଳେ ବେସରକାରୀ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ଆମେ କେବେ ଉତ୍ସାହିତ କରିନାହୁଁ। କିମ୍ବା ଏପରି ହତ୍ୟା ଭଳି ଘଟଣାକୁ କେବେ ପ୍ରୋତ୍ସାହନ ଦେଇନାହିଁ, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି, ଆମେ କାହିଁକି ଏହା ଉପରେ ପ୍ରଶ୍ନ ଉଠାଇନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri