Posted inଜାତୀୟ

ବିକାଶ ଦୁବେ ଏନ୍‌କାଉଣ୍ଟରରେ ପ୍ରତିକ୍ରିୟା ରଖିଲେ ଅଖିଳେଶ

ଲକ୍ଷ୍ନୌ,୧୦।୭: ଉତ୍ତରପ୍ରଦେଶ କାନପୁର ବିକରୁ ଗାଁରେ ୮ଜଣ ପୋଲିସକର୍ମଚାରୀଙ୍କ ହତ୍ୟା ପଛରେ ଥିବା ମାଷ୍ଟର ମାଇଣ୍ଡ ବିକାଶ ଦୁବେଙ୍କୁ ଗିରଫ କରାଯିବାର ଗୋଟିଏ ଦିନ ପରେ ଏନ୍‌କାଉକାଣ୍ଟର କରାଯାଇଛି। ଶୁକ୍ରବାର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେଙ୍କୁ ନାଟକୀୟ ଭାବେ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ପୋଲିସ ଏନ୍‌କାଉଣ୍ଟର କରିଛି। ଏବେ ଏହି ଏନ୍‌କାଉଣ୍ଟରକୁ ନେଇ ଉତ୍ତରପ୍ରଦେଶ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁବାର ପୋଲିସ ନିକଟରେ ବିକାଶ ଆତ୍ମସମର୍ପଣ କରିଥିବା ବେଳେ ସେ କାହିଁକି ଖସିପଳାଇବାକୁ ଉଦ୍ୟମ କରିବ ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି। ଏଥିସହ ସେ କହିଛନ୍ତି, ଯେହେତୁ ଶାସନରେ ଥିବା ସରକାରଙ୍କ ବହୁ ନେତାଙ୍କ ସହ ବିକାଶର ସମ୍ପର୍କ ରହିଥିଲା। କାଳେ ଧରାପଡ଼ିବା ଭୟରେ ଏହି ଏନ୍‌କାଉଣ୍ଟର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ କାର ଓଲଟି ନାହିଁ, ସରକାରଙ୍କୁ ବଞ୍ଚାଇବା ଲାଗି ବିକାଶଙ୍କୁ ଏନକାଉଣ୍ଟର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। କାରଣ ବିକାଶ ଜୀବିତ ଥିଲେ ସରକାର ଅଡ଼ୁଆରେ ପଡ଼ିଯାଇଥାନ୍ତେ। ତେବେ ତାଙ୍କ ମୃତ୍ୟୁ ସହ ସରକାରଙ୍କ ରହସ୍ୟ ମଧ୍ୟ ଚାଲିଗଲା ବୋଲି ଅଖିଳେଶ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ବିକାଶଙ୍କୁ ପୋଲିସ ଏକ ଗାଡ଼ିରେ ନେଇ ଯାଉଥିବାବେଳେ ତାହା ଓଲଟି ପଡ଼ିଥିଲା। ଏହାର ଫାଇଦା ଉଠାଇ ବିକାଶ ପୋଲିସଠାରୁ ବନ୍ଧୁକ ଛଡ଼ାଇ କର୍ମଚାରୀଙ୍କୁ ଗୁଳି କରି ଖସି ପଳାଉଥିଲା। ସେହ ସମୟରେ ତାଙ୍କୁ ଏନକାଉଣ୍ଟର କରାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଜ୍ଜା ଡେ’ରେ ଗୁଗଲ୍‌ ପକ୍ଷରୁ ସ୍ବତନ୍ତ୍ର ଡୁଡଲ୍ସ

ଗୁଗଲ ସର୍ବଦା ଅନେକ ବଡ଼ ଉତ୍ସବକୁ ଏକ ବିଶେଷ ଉପାୟରେ ପାଳନ କରିଥାଏ। ଉତ୍ସବ ସହିତ, ଗୁଗଲ ଡୁଡଲ୍ସ ମାଧ୍ୟମରେ ସେହି ଦିନର ଇତିହାସ ବିଷୟରେ...

ପୁଅ ବିରୋଧ କରୁଛନ୍ତି, ହାତ ମିଳାଇଲେ ବାପା

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୧।୧୨: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶାସକ ଭାଜପା ଏବଂ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଏକ ଫଟୋକୁ ନେଇ...

୨୦୨୩ ସୁଦ୍ଧା ସିକିମ୍‌କୁ ଗଡ଼ିବ ରେଳ…

ଗାଙ୍ଗଟକ୍‌,୧୫।୧୧: ଆସନ୍ତା ୨୦୨୩ ସୁଦ୍ଧା ସିକିମ୍‌କୁ ରେଳ ଗଡ଼ିବ। ଆସନ୍ତା ୨ ବର୍ଷ ମଧ୍ୟରେ ୪୪.୯୮ କିଲୋମିଟର ଦୀର୍ଘ ସେଭୋକେ-ରାଙ୍ଗପୋ ରେଳ ଲାଇନ କାର୍ଯ୍ୟକ୍ଷମ ହେବ।...

ଜଗନମୋହନଙ୍କ ନୂଆ ଯୋଜନା: ଆନ୍ଧ୍ରପ୍ରଦେଶରେ ହେବ ୩ ରାଜଧାନୀ

ହାଇଦ୍ରାବାଦ୍‌,୧୮।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ରାଜ୍ୟରେ ୩ ରାଜଧାନୀ ପ୍ରତିଷ୍ଠା ପାଇଁ ନୂଆ ଯୋଜନା କରିଛନ୍ତି। ଏନେଇ ବିଧାନସଭାରେ ସେ ସଙ୍କେତ ଦେଇଛନ୍ତି।...

ବାୟୁସେନାର ବଢ଼ିଲା ଶକ୍ତି: ସ୍ପେନରୁ ମିଳିଲା ପ୍ରଥମ ସି-୨୯୫ ବିମାନ…

ନୂଆଦିଲ୍ଲୀ,୧୩।୯ : ଭାରତୀୟ ବାୟୁସେନା କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବୃଦ୍ଧି କରୁଛି। ଏଥି ସହିତ ସ୍ବଦେଶୀ ବିମାନ ଉପରେ ବାୟୁସେନା ଗୁରୁତ୍ୱାରୋପ କରୁଛି।...

ଯାନ୍ତ୍ରିକ ତ୍ରୁଟି ଯୋଗୁ ଅବତରଣ କଲା ବିମାନ, ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଥିରୁଭାନନ୍ତପୁରମ୍‌, ୩୧।୭: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ପରେ ସୋମବାର ଯାନ୍ତ୍ରିକ ତ୍ରୁଟି କାରଣରୁ ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ବିମାନଟି ନିରାପଦରେ...

ମୋଦିଙ୍କ ବିରୋଧରେ ରାଜ୍ୟ ସଭାରେ ବିଶେଷ ଅଧିକାର ଉଲ୍ଲଂଘନ ପ୍ରସ୍ତାବ

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସିପିଆଇ ଏମ୍‌ପି ରାଜ୍ୟ ସଭାରେ ବିଶେଷ ଅଧିକାର ଉଲ୍ଲଂଘନ ପ୍ରସ୍ତାବ ଆଣିଛନ୍ତି। ମୋଦି ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌...

ଦିଲ୍ଲୀର ଗୋଟିଏ ଗୋଟିଏ ଓ୍ବାର୍ଡ ପାଲଟିଗଲାଣି ପାକିସ୍ତାନ: କୈଳାଶ ବିଜୟବର୍ଗିୟ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ଏମସିଡି ନିର୍ବାଚନ ୨୦୨୨କୁ ନେଇ ଭାଜପା ଏବେ ଆମ ଆଦମୀ ପାର୍ଟି ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଛି। ବରିଷ୍ଠ ଭାଜପା ନେତା କୈଳାଶ ବିଜୟବର୍ଗିୟ...

Advertisement
Archives

Model This Week