Posted inଜାତୀୟ

ସଂସଦରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଉ ଜଣାଉ ମଞ୍ଜ କଥା କହିଦେଲେ ଅଖିଳେଶ, ସମସ୍ତେ ହୋଇଗଲେ ତାଜୁବ

ନୂଆଦିଲ୍ଲୀ,୨୬।୬: ଲୋକସଭା ବାଚସ୍ପତି ହେବା ପରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏସପି ସଭାପତି ଅଖିଳେଶ ଯାଦବ। ତେବେ ଏହି ସମୟ ମଧ୍ୟରେ ଅଖିଳେଶ ତାଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଭୁଳି ନାହାନ୍ତି। କଥାରେ କଥାରେ ସେ ମଞ୍ଜ କଥାଟିକୁ କହି ଦେଇଛନ୍ତି। ସେ କହିଛନ୍ତି, ଲୋକସଭା ବାଚସ୍ପତି ଭାବେ ଆପଣ ବିରୋଧୀ ଦଳଙ୍କ ଉପରେ ସର୍ବଦା ନିୟନ୍ତ୍ରଣ ରଖିଛନ୍ତି। କିନ୍ତୁ ଆମେ ଆଶା କରୁଛୁ ଯେ ଶାସକ ଦଳର ଏମପିଙ୍କ ଉପରେ ମଧ୍ୟ ଆପଣଙ୍କର ନିୟନ୍ତ୍ରଣ ରହିବ।

ଅଖିଳେଶ କହିଛନ୍ତି, ମୁଁ ଲୋକ ସଭା ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଉଛି। ଆପଣ ପୁନର୍ବାର ସ୍ପିକର ଭାବରେ ନିର୍ବାଚିତ ହୋଇଛନ୍ତ। ଆପଣଙ୍କର ୫ ବର୍ଷର ଅଭିଜ୍ଞତା ରହିଛି। ଯେଉଁ ପଦରେ ଆପଣ ବସିଛନ୍ତି, ଏହାର ଗୌରବମୟ ପରମ୍ପରା ରହିଛି। ଭେଦଭାବ ବିନା ଆମେ ଆଗକୁ ବଢିବା ସହ ଲୋକ ସଭାର ବାଚସ୍ପତି ଭାବରେ ଆପଣ ସମସ୍ତ ଦଳ ଏବଂ ଏମପିଙ୍କୁ ସମାନ ସୁଯୋଗ ଦେବେ। ନିରପେକ୍ଷତା ହେଉଛି ଏହି ମହାନ ପଦର ଦାୟିତ୍ୱ। ଆପଣଙ୍କଠାରୁ ଆଶା କରାଯାଏ ଯେ କୌଣସି ଜନସାଧାରଣ ପ୍ରତିନିଧିଙ୍କ ସ୍ବରକୁ ଦମନ କରାଯିବା ଉଚିତ ନୁହେଁ । କିମ୍ବା ବହିଷ୍କାର ପରି କୌଣସି କାର୍ଯ୍ୟର ପୁନରାବୃତ୍ତି ହେବା ଉଚିତ ନୁହେଁ ।
ଆପଣଙ୍କର ନିୟନ୍ତ୍ରଣ ଶାସକ ଦଳ ଉପରେ ମଧ୍ୟ ରହିବା ଉଚିତ। ଆପଣ ଗ୍ରହଣ କରୁଥିବା ପ୍ରତ୍ୟେକ ଠିକ ନିଷ୍ପତ୍ତି ସହିତ ଆମେ ଛିଡା ହୋଇଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri