ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ)- ଉଗାଣ୍ଡାଠାରେ ଗତ ଜୁଲାଇ ପହିଲାରୁ ଚାଲିଥିବା ଆନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏଥିରେ ୧୦ ଦେଶର ଶହେ ଜଣ ଖେଳାଳି ଭାଗ ନେଇଥିଲେ। ସେଥିମଧ୍ୟରୁ ଭାରତ ପାଇଁ ପ୍ରତିନିଧିତ୍ୱ କରି କଳାହାଣ୍ଡିର ଯୁବ ବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ ଅସୁସ୍ଥତା ହୋଇ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ଚମକିଛନ୍ତି। ସେ ଏସ୍ଏଲ୍ -୩ ପୁରୁଷ ସିଙ୍ଗଲରେ ବ୍ରୋଞ୍ଜ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଏହି ସଫଳତା ପରେ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।


