ଚଳିତ ବର୍ଷର ଶିକ୍ଷା ବୃତ୍ତି ଘୋଷଣା କଲା ଆକାଶ, ପୂରଣ କରିବ ଆଶାୟୀଙ୍କ ସ୍ବପ୍ନ

ବ୍ରହ୍ମପୁର,୨୧ା୩(ସ୍ମୃତି ରଞ୍ଜନ ମହାଲିକ): ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ଆସନ୍ତା ଏପ୍ରିଲ ମାସରେ ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଡାକ୍ତର ଓ ଇଞ୍ଜିନିୟର ହେବା ନିମନ୍ତେ ସେମାନଙ୍କ ସ୍ବପ୍ନ ସାକାର କରିବା ଦିଗରେ ସମର୍ଥ କରାଇବାକୁ ବିଭିନ୍ନ ବୃତ୍ତି ଘୋଷଣା କରାଯାଇଛି। ବୁଧବାର କମାପଲୀସ୍ଥିତ ଅନନ୍ୟା ଆର୍‌କେଡଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ବୃତ୍ତି ଇନଷ୍ଟାଣ୍ଟ୍‌ ଆଡମିସନ କମ ସ୍କଲାରସିପ ଟେଷ୍ଟ। ଯାହା ମେଡିକାଲ, ଇଞ୍ଜିନିୟରିଂ ଓ ଫାଉଣ୍ଡେସନ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ୯୦% ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରାଯିବ। ଏଥିସହ ଶହୀଦ, ପ୍ରତିରକ୍ଷା କର୍ମଚାରୀ ଓ ଆତଙ୍କବାଦରେ ପ୍ରଭାବିତ ବ୍ୟକ୍ତି ବିଶେଷଙ୍କ ପିଲାଙ୍କୁ ସ୍ବତନ୍ତ୍ର ରିହାତି ଦିଆଯିବ। ଆକାଶର ଚିଫ ବିଜନେସ ଅଫିସର ଅନୁପ ଅଗ୍ରୱାଲ କହିଛନ୍ତି, ସମଗ୍ର ଭାରତରେ ଛାତ୍ରୀଛାତ୍ରଙ୍କ ପାଇଁ ସୁଲଭ ଓ ପ୍ରଭାବୀ ଶିକ୍ଷାଗତ ସୁଯୋଗ ଯୋଗାଇ ଦେବାକୁ ଏକନିଷ୍ଠ ରହିଛୁ। ଇନଷ୍ଟାଣ୍ଟ ଆଡମିସନ କମ ସ୍କଲାରସିପ ଟେଷ୍ଟ ଛାତ୍ରୀଛାତ୍ରଙ୍କୁ ନାମଲେଖା ନିମନ୍ତେ ତୁରନ୍ତ ବୃତ୍ତି ଓ ସୁଯୋଗ ଯୋଗାଇ ଦିଆଯାଉଛି। ଛାତ୍ରୀଛାତ୍ର ଏହି ପରୀକ୍ଷା ଅନଲାଇନରେ ଦେଇପାରିବେ। ସେମାନଙ୍କ ଉପାର୍ଜିତ ବୃତ୍ତି ସଂପର୍କରେ ତଥ୍ୟ ପାଇପାରିବେ। ଏଥିସହ ୮ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସେବା ଯୋଗାଉଥିବା ଆଇଏସିଏସଟି ମେଡିସିନ ଓ ଇଞ୍ଜିନିୟରିଂରେ କ୍ୟାରିୟର କରିବା ନିମନ୍ତେ ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଏକ ମଞ୍ଚ ଭାବରେ କାର୍ଯ୍ୟ କରୁଛି। ଶହୀଦ ପିଲାଙ୍କ ନିମନ୍ତେ ଆକାଶ ୧୦୦% ପର୍ଯ୍ୟନ୍ତ ଟ୍ୟୁଶନ ଫି’ ଛାଡ କରାଯିବ। ପ୍ରତିରକ୍ଷା କର୍ମଚାରୀ ଓ ଆତଙ୍କବାଦ ପ୍ରଭାବିତ ବ୍ୟକ୍ତି ବିଶେଷଙ୍କ ପିଲାଙ୍କ ପାଇଁ ଆଇଏସିଏସଟି ସ୍କୋର ସହିତ ଅତିରିକ୍ତ ୧୦% ରିହାତି ପ୍ରଦାନ କରାଯିବ। ଏହି ପ୍ରୟାସ ଦ୍ୱାରା ୨୦୧୪ରୁ ଆଜି ସୁଦ୍ଧା ୭୫ ହଜାରରୁ ଅଧିକ ଛାତ୍ରୀଛାତ୍ର ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଟପ୍ପର ହୋଇଥିଲେ। ଖବରଦାତା ସମ୍ମିଳନୀରେ ଏକାଡେମିକ ମୁଖ୍ୟ ଇଂ ଶୁଭମ ଘର, ଏକାଡେମିକ ମୁଖ୍ୟ (ମେଡିକାଲ) ଆଶୁତୋଷ ଗର୍ଗ, ରିଜୋନାଲ ସେଲ୍ସ ଗ୍ରୋଥ ହେଡ ବିକାଶ ଦାସ ଓ ଶାଖା ମୁଖ୍ୟ ରୋହିତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri