Posted inଜାତୀୟ

ଅଜିତଙ୍କ ଚାଲାକି,ଆଗୁଆ ସୁପ୍ରିମକୋର୍ଟରେ ପହଞ୍ଚିଲେ: ଦାଖଲ କଲେ ପିଟିଶନ…

ମୁମ୍ବାଇ,୭।୨ : ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟିକୁ ପ୍ରକୃତ ଏନସିପି ଘୋଷଣା କରିଛନ୍ତି। ଆୟୋଗର ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଦଳ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରକାଶ , ଏହି ପ୍ରସଙ୍ଗରେ ବିରୋଧୀ ଶୀଘ୍ର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରନ୍ତି। ତେବେ ଏହାପୂର୍ବରୁ ଅଜିତ ପାୱାର ଗୋଷ୍ଠୀ ବୁଧବାର କୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ସେମାନଙ୍କ ତରଫରୁ ବିରୋଧୀଦଳଙ୍କ ଦ୍ୱାରା ଦାଖଲ ହୋଇଥିବା କୌଣସି ଆବେଦନ ଉପରେ ମଧ୍ୟ ଶୁଣାଣି କରାଯିବାକୁ ଦାବି କରାଯାଇଛି।

ସୂଚନାଯୋଗ୍ୟ ଛଅ ମାସରୁ ଅଧିକ ସମୟ ଧରି ଚାଲିଥିବା ୧୦ରୁ ଅଧିକ ଶୁଣାଣି ପରେ ନିର୍ବାଚନ ଆୟୋଗ ଏନସିପିରେ ଏହି ବିବାଦର ସମାଧାନ କରିଥିଲେ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଦଳ ସପକ୍ଷରେ ଏହାର ରାୟ ଦେଇଛନ୍ତି। ବର୍ତ୍ତମାନ ଏନସିପିର ନାମ ଏବଂ ନିର୍ବାଚନ ଚିହ୍ନ ଅଜିତ ପାୱାରଙ୍କ ପାଖରେ ରହିବ। ଏହି ନିଷ୍ପତ୍ତି ଉପରେ ଶରଦ ପାୱାରଙ୍କ ଦଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥି ସହ ମହାଭିକାଶ ଅଘାଡି, ଶିବସେନା ଏବଂ କଂଗ୍ରେସରେ ତାଙ୍କ ସହଯୋଗୀ ଥିବା ଉଦ୍ଧବ ମଧ୍ୟ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ବିରୋଧ କରି କୋର୍ଟକୁ ଯିବା କଥା କହିଥିଲେ।

 

ଆହୁରି ପଢ଼ନ୍ତୁ: ଅଜିତଙ୍କୁ ଏନସିପି ପ୍ରଦାନ କରାଯିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି, ନିର୍ବାଚନ କମିଶନ କରିଛନ୍ତି ଭୁଲ: ଶିବସେନା..

 

ଅପରପକ୍ଷରେ ଅଜିତ ପାୱାର ପ୍ରତିକ୍ରିୟାରେ କହିଛନ୍ତି ଗଣତନ୍ତ୍ରରେ କେବଳ ସଂଖ୍ୟାଗରିଷ୍ଠତାକୁ ପ୍ରାଧାନ୍ୟ ଦିଆଯାଏ। ପ୍ରାୟ ୫୦ଜଣ ବିଧାୟକ ଆମ ସହିତ ଅଛନ୍ତି। ଏପରିକି ଅଧିକାଂଶ ଜିଲା ସଭାପତି ତଥା ପାର୍ଟି ସେଲର ମୁଖ୍ୟମାନେ ମଧ୍ୟ ଆମ ସହିତ ଛିଡା ହୋଇଛନ୍ତି। ମୁଁ ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତିକୁ ସ୍ବାଗତ କରୁଛି। ନିର୍ବାଚନ ଆୟୋଗଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଶରଦ ପାୱାରଙ୍କ ବିବୃତ୍ତି ଉପରେ ଅଜିତ ପାୱାର କହିଛନ୍ତି ସମସ୍ତଙ୍କର ଏହା କରିବାର ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri