Posted inଖେଳ

ଅଜିଙ୍କ୍ୟ ରାହାଣେ ହଠାତ କ୍ରିକେଟରୁ ନେଲେ ବ୍ରେକ୍‌, ଟୁର୍ନାମେଣ୍ଟ ଖେଳିବାକୁ କଲେ ମନା…

କୋଲକାତା,୩୦।୭ : ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେଙ୍କ ସହ ଜଡିତ ଏକ ବଡ ଖବର ବାହାରକୁ ଆସୁଛି। ରାହାଣେ ହଠାତ କ୍ରିକେଟରୁ ବ୍ରେକ୍‌ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳସ୍ବରୂପ, ସେ ଆଉ କାଉଣ୍ଟି କ୍ରିକେଟ ଖେଳିବାକୁ ଇଂଲଣ୍ଡ ଯିବେ ନାହିଁ ଏବଂ ପରିବାର ସହିତ ସମୟ ବିତାଇବେ। ବାସ୍ତବରେ ଅଜିଙ୍କ୍ୟ ରାହାଣେ ଦୀର୍ଘ ଦିନ ଧରି କ୍ରମାଗତ କ୍ରିକେଟ ଖେଳୁଥିଲେ। ପ୍ରଥମେ ଆଇପିଏଲ, ଡବ୍ଲୁଟିସି ଫାଇନାଲ ଏବଂ ପରେ ୱେଷ୍ଟଇଣ୍ଡିଜ ସହିତ ଟେଷ୍ଟ ସିରିଜ ଖେଳିଥିଲେ। କିନ୍ତୁ, ବର୍ତ୍ତମାନ ସେ କିଛି ସମୟ ରହିବାକୁ ନିଷ୍ପତ୍ତି ନେଇ ଅଗଷ୍ଟ-ସେପ୍ଟେମ୍ବରରେ କ୍ରିକେଟରୁ ବିରତି ନେଇଛନ୍ତି।

ରାହାଣେ କାଉଣ୍ଟି ଖେଳିବାକୁ ମଧ୍ୟ ଯିବେ ନାହିଁ। କାଉଣ୍ଟି ଦଳ ଲିସେଷ୍ଟେରେଶର୍‌ ଅଜିଙ୍କ୍ୟ ରାହାଣେଙ୍କ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଯାହା ଅନୁଯାୟୀ ତାଙ୍କୁ ଇଂଲଣ୍ଡର ଘରୋଇ ୫୦ ଓଭର ଟୁର୍ନାମେଣ୍ଟ ୱାନ ଡେ କପ ଖେଳିବାକୁ ଇଂଲଣ୍ଡ ଯିବାର ଥିଲା। ତେବେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ କ୍ରିକେଟରୁ ବ୍ରେକ୍‌ ନେବାକୁ ରାହାଣେ ନିଷ୍ପତ୍ତି ନେଇଛନ୍ତି। ତେବେ, ଲେଷ୍ଟେଷ୍ଟେୟାର କ୍ଲବର ନିର୍ଦ୍ଦେଶକଙ୍କ ତରଫରୁ କୁହାଯାଇଛି ଆମେ ଅଜିଙ୍କ୍ୟଙ୍କ ଅବସ୍ଥାକୁ ଭଲଭାବେ ବୁଝୁଛୁ। ତାଙ୍କର କାର୍ଯ୍ୟସୂଚୀ ବର୍ତ୍ତମାନ କିଛି ସମୟ ପାଇଁ ବହୁତ ବ୍ୟସ୍ତ ଅଛି । ଆମେ ତାଙ୍କ ଇଚ୍ଛାକୁ ପୂର୍ଣ୍ଣ ସମ୍ମାନ ଦେଉଛୁ। ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି। ଆମେ ରାହାଣେଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ ଏବଂ ବୁଝିପାରୁଛୁ କ୍ରିକେଟରେ ପରିସ୍ଥିତି ବଦଳୁଛି ଏବଂ ସେ ଦିନେ ଲେଷ୍ଟେଷ୍ଟେୟାରରେ ଖେଳିବେ ବୋଲି ଆଶା କରୁଛନ୍ତି। ତେବେ, ବର୍ତ୍ତମାନ ରାହାଣେ ନ ଯିବାରୁ ଅଷ୍ଟ୍ରେଲିଆ ଖେଳାଳି ପିଟର ହ୍ୟାଣ୍ଡସକମ୍ବ ତାଙ୍କ ସ୍ଥାନ ନେବେ।

ଅଜିଙ୍କ୍ୟ ରାହାଣେ କ୍ରମାଗତ ଭାବେ କ୍ରିକେଟ ଖେଳିଥିଲେ। ଖରାପ ଫର୍ମ ଯୋଗୁଁ ସେ ଟିମ ଇଣ୍ଡିଆରୁ ତାଙ୍କୁ ଡ୍ରପ୍‌ କରାଯାଇଥିଲା। କିନ୍ତୁ ସେ ହାର ମାନି ନ ଥିଲେ ଏବଂ ଆଇପିଏଲ ୨୦୨୩ରେ ଏକ ଭଲ ଖେଳ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ସେ ଫେରିଥିଲେ। ଏହା ପରେ ସେ ଡବ୍ଲୁଟିସି ଫାଇନାଲ ୨୦୨୩ରେ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଫଳସ୍ବରୂପ, ସେ ୱେଷ୍ଟଇଣ୍ଡିଜ ଗସ୍ତରେ ନିଜର ଉପ-ଅଧିନାୟକତ୍ୱ ଫେରି ପାଇଥିଲେ। ତେବେ ବର୍ତ୍ତମାନ ସେ ପରିବାର ସହିତ ଆସନ୍ତା ୨ ମାସ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ କ୍ରିକେଟରୁ ସାମୟିକ ବିରତି ନେଇଛନ୍ତି। ଭାରତକୁ ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ସହିତ ପରବର୍ତ୍ତୀ ଟେଷ୍ଟ ସିରିଜ ଖେଳିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri