କରୋନା ସଙ୍କଟ ଯୋଗୁ ସ୍ଥଗିତ ହେଲା ଅଜୟଙ୍କ ଏହି ଫିଲ୍ମ: ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: କରୋନା ଭାଇରସ୍‌ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଏଭଳି ପ୍ରଭାବ ପକାଇଛି, ଯାହା ଦୀର୍ଘ ଦିନ ଧରି ଦେଖାଯିବ। କୋଟି କୋଟି ଟଙ୍କାର କ୍ଷତି ସହିଥିବା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଏବେ ପୁଣିଥରେ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରୁଛି। ଇତିମଧ୍ୟରେ ଏକ ଖବର ଶୁଣିବାକୁ ମିଳିଛି ଯେ, ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ନୂଆ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ସୂଚନା ମୁତାବକ ଅଜୟଙ୍କ ଉଚ୍ଚଭିଳାଷୀ ଫିଲ୍ମ ମୈଦାନର ରିଲିଜ୍‌କୁ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଭରି ରହିଛି। ତେବେ ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ଅଜୟ ସୋସିଆଲ ମିଡିଆରେ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ସ୍ବାଧିନତା ଦିବସ ଅବସରରେ ଏହି ଫିଲ୍ମକୁ ରିଲିଜ୍‌ କରାଯିବ। ଅର୍ଥାତ୍‌ ୨୦୨୧ ଅଗଷ୍ଟ ୧୩ରେ ଫିଲ୍ମ ମୈଦାନ ରିଲିଜ୍‌ କରାଯିବ ବୋଲି ଅଜୟ ସୂଚନା ଦେଇଛନ୍ତି। ପୂର୍ବରୁ ଚଳିତ ବର୍ଷ ନଭେମ୍ବରରେ ଏହାକୁ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କରୋନା ଭାଇରସ୍‌ ଯୋଗୁ ଫିଲ୍ମ ମୈଦାନକୁ ସ୍ଥଗିତ ରଖିବାକୁ ପଡ଼ିଛି। ତେବେ ଆସନ୍ତା ବର୍ଷ ଦର୍ଶକ ଏହି ଫିଲ୍ମକୁ ସିଧାସଳଖ ହଲ୍‌ରେ ଦେଖିପାରିବେ। ଅମିତ ଶର୍ମାଙ୍କ ନିର୍ଦ୍ଦେଶିତ ଉକ୍ତ ଫିଲ୍ମରେ ଅଜୟ ଜଣେ ଫୁଟବଲ କୋଚ୍‌ ଚରିତ୍ରରେ ନଜର ଆସିବେ। ଅଜୟ ଏହି ଚଳଚ୍ଚିତ୍ରରେ ସୟିଦ ଅବଦୁଲ ରହୀମ ଭୂମିକାରେ ଅଭିନୟ କରିବେ। ସୟିଦ ପ୍ରକୃତରେ ୧୯୫୦ରୁ ୧୯୬୩ ପର୍ଯ୍ୟନ୍ତ ଫୁଟବଲ ଦଳର କୋଚ ଥିଲେ। ସୟିଦଙ୍କୁ ଆଧୁନିକ ଭାରତୀୟ ଫୁଟବଲର ସ୍ଥପତି ମଧ୍ୟ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଲାଗି ସିରିଏଲ ଛାଡ଼ିବିନି

ରାକେଶ ଧଳ। ବହୁ କମ୍‌ ଦିନରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଘରେ ଘରେ...

ବଲିଉଡ୍‌ର ରିୟଲ୍‌ ଲଭ୍‌ବାର୍ଡ: ପ୍ରେମ ପାଇଁ ମାନି ନ ଥିଲେ ବାଧା ବନ୍ଧନ

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ରିଲ୍‌ ଲାଇଫ୍‌ ଲଭ୍‌ ଷ୍ଟୋରୀ ତ ସମସ୍ତେ ଦେଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଏଭଳି ଷ୍ଟାର ଅଛନ୍ତି, ଯେଉଁମାନେ ପରଦା ଉପରେ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୬,୫୬୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ନଜର ଆସିବେ ଏହି ଲୋକପ୍ରିୟ ଅଭିନେତ୍ରୀ, ଜାଣନ୍ତୁ ଏହା ଜାଣି କ’ଣ କହିଲେ ତାଙ୍କ ବାପା

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ରରେ ଉତ୍ତରପ୍ରଦେଶର ଝାନ୍ସିରେ ରହୁଥିବା ଶ୍ରେୟା ଶୁକ୍ଲା ନାୟିକା ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରରେ...

୫୨ ହଜାର ଟଙ୍କାର କୋଟ ପିନ୍ଧି ବୁଲିବାକୁ ବାହାରିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ତାଙ୍କର ନ୍ୟୁ ପ୍ରୋଜେକ୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେହିଠାରେ ହିଁ...

ଶଟ୍‌ଡାଉନ୍‌କୁ ନେଇ ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍‌: ଜାଣନ୍ତୁ କାହାକୁ ମିଳିବ ଯାତାୟାତ ପାଇଁ ଅନୁମତି

ଭୁବନେଶ୍ୱର, ୫।୬(ବ୍ୟୁରୋ): ଜୁନ୍‌ ୩୦ ତାରିଖ ଯାଏ ପ୍ରତି ସପ୍ତାହର ୨ ଦିନ ଶନିବାର ଓ ରବିବାର ୧୧ ଜିଲା ଶଟ୍‌ଡାଉନ୍‌ ରହିବ। ଏନେଇ  ସ୍ବତନ୍ତ୍ର...

ବରଗଡ଼ରୁ ୩୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୪୫ରେ ପହଞ୍ଚିଲା

ବରଗଡ଼ ଅଫିସ,୧୮।୭: ବରଗଡ଼ ଜିଲାରେ ଶନିବାର ପୁଣି ୩୫ଜଣ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି...

ଘରୋଇ ହିଂସା: ପୀଡିତାଙ୍କ ସହାୟତା ନିମନ୍ତେ ମହିଳା କମିଶନଙ୍କ ପକ୍ଷରୁ ଜାରି ହେଲା ହ୍ବାଟ୍‌ସ୍‌ଆପ୍‌ ନମ୍ବର

ଭୁବନେଶ୍ୱର, ୧୬।୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ...

Advertisement
Archives

Model This Week