ବଲିଉଡ୍‌ର ଏହି କଳାକାରମାନେ କୌଣସି ଫିଲ୍ମ ପାର୍ଟିକୁ ଯାଆନ୍ତି ନାହିଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯୋଡି ହୋଇଥିବା ଡ୍ରଗ୍ସ ମାମଲାର ତଦନ୍ତ ଏବେ ଜୋର୍‌ ଧରିଛି। ଏନ୍‌ସିବି ଜାଲରେ ଛନ୍ଦି ହୋଇଥିବା ଅନେକ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ୍‌, ଦୀପିକା ପାଦୁକୋନ, ରକୁଲ ପ୍ରୀତି ସିଂ ଏବଂ ଫ୍ୟାଶନ ଡିଜାଇନର ସିମୋନ ଖମ୍ବଟାଙ୍କ ନାମ ରହିଛି। ଏନ୍‌ସିବି ଏବେ ସେମାନଙ୍କୁ ପଚରାଉଚରା କରୁଛି। ପୂର୍ବରୁ ମଧ୍ୟ ଅନେକ ବଲିଉଡ୍‌ କଳାକାର ଡ୍ରଗ୍ସ ମାମଲାରେ ଜେଲ ଯାଇ ସାରିଛନ୍ତି। ହେଲେ ଏମିତି କେତେକ କଳାକାର ରହିଛନ୍ତି ଯେଉଁମାନେ ବଲିଉଡ୍‌ର କୌଣସି ପାର୍ଟି ବା ସମାରୋହକୁ ଯିବାକୁ ପସନ୍ଦ କରନ୍ତି ନାହିଁ। ଯଦିବି ଯାଇଥାନ୍ତି ତେବେ କେକ୍‌ କଟାଯିବା ପରେ ସେମାନେ ସେଠାରୁ ଚାଲି ଆସିଥାନ୍ତି। ଜାଣିବା ସେମିତି କେତେଜଣ କଳାକାରଙ୍କ ବିଷୟରେ।


ସନ୍ନି ଦେଓଲ: ସନ୍ନି ଦେଓଲଙ୍କ ବାପା ଧର୍ମେନ୍ଦ୍ର ମଦ ପିଇବାକୁ ଭଲ ପାଆନ୍ତି। ହେଲେ ସନ୍ନି ଏହାଠାରୁ ବହୁତ ଦୂରରେ। ପ୍ରଥମେ ପ୍ରଥମେ ସେ ବଲିଉଡ୍‌ ସମାରୋହରେ ଉପସ୍ଥିତ ହେଉଥିଲେ। ମାତ୍ର ମଦ ନ ପିଇବା କାରଣରୁ ଅନ୍ୟମାନଙ୍କ ସହ ତାଙ୍କର ଭଲ ପଡ଼ିଲା ନାହିଁ। ତେଣୁ ସେ ବଲିଉଡ୍‌ର କୌଣସି ସମାରୋହକୁ ଯିବା ବନ୍ଦ କରିଦେଲେ।

ଅକ୍ଷୟ କୁମାର: ଖିଲାଡି ହିରୋ ଅକ୍ଷୟଙ୍କୁ ବଲିଉଡ୍‌ ପାର୍ଟିରେ ଖୁବ୍‌ କମ୍‌ ଦେଖିବାକୁ ମିଳେ। ମାତ୍ର ସେ ଏହି ପାର୍ଟିକୁ ଯେତେ ଶୀଘ୍ର ଆସିଥାନ୍ତି ସେତେକି ଶୀଘ୍ର ଚାଲି ମଧ୍ୟ ଯାଇଥାନ୍ତି। ଯେମିତିକି ତାଙ୍କର କୌଣସି ଫିଲ୍ମର ସଫଳତା ପାର୍ଟି ହୋଇଥିଲେ କେକ୍‌ କଟା ସରିବା ମାତ୍ରେ ସେ ସେଠାରୁ ଚାଲି ଯାଇଥାନ୍ତି। ମଦ ପିଇବାକୁ ସେ ଆଦୌ ହେଲେ ପସନ୍ଦ କରନ୍ତି ନାହିଁ। ରାତି ୯ଟା ହେବାମାତ୍ରେ ଅକ୍ଷୟ ଶୋଇବାକୁ ଚାଲିଯାଆନ୍ତି। ତାଙ୍କ ପକ୍ଷେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହିବା ଅସମ୍ଭବ। ଅକ୍ଷୟ କାମରେ ବିଶ୍ୱାସ ରଖନ୍ତି। ଏହିପରି ପାର୍ଟିରେ ସମୟ ନଷ୍ଟ କରିବାକୁ ସେ ଆଦୌ ହେଲେ ପସନ୍ଦ କରନ୍ତି ନାହିଁ।

ଅଜୟ ଦେବଗନ୍‌: ଅଜୟ ଦେବଗନ୍‌ ମଦ ପିଇବାକୁ ପସନ୍ଦ କରନ୍ତି। ହେଲେ ତାହା କେବଳ ନିଜର କିଛି ଖାସ୍‌ ବନ୍ଧୁଙ୍କ ସହ। ବଲିଉଡ୍‌ର କୌଣସି ପାର୍ଟିକୁ ଯିବାକୁ ସେ ପସନ୍ଦ କରନ୍ତିି ନାହିଁ। କାରଣ ସେ ଲୋକଙ୍କ ସହ ଶୀଘ୍ର ମିଶିପାରନ୍ତି ନାହିଁ। ରାତିରେ ୯ଟା ହେବାମାତ୍ରେ ସେ ନିଜ ପରିବାର ସହ ରହିବାକୁ ପସନ୍ଦ କରନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri