ହୋମ ଆଇସୋଲେଶନରେ ଐଶ୍ଚର୍ଯ୍ୟା, ଆରାଧ୍ୟା

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ଚର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଅମିତାଭ ଓ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଉଭୟଙ୍କୁ ମୁମ୍ବାଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଐଶ୍ଚର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନଙ୍କୁ ହୋମ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇଜଣଙ୍କ ଶରୀରରେ କରୋନା ଲକ୍ଷଣ ଅଧିକ ନ ଥିବାରୁ ସେମାନେ ଘରେ ରହିପାରିବେ। କିନ୍ତୁ କାହା ସହ ମିଳାମିଶା କରିପାରିବେ ନାହିଁ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଅମିତାଭ ଓ ଅଭିଷେକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଆଜି ସେମାନଙ୍କ ଘରକୁ ସିଲ କରାଯାଇ ସାନିଟାଇଜ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଶୋର କୁମାରଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ମମତା

ମୁମ୍ବାଇ,୩।୬: ବଲିଉଡ୍‌ ଜଗତର ଭେଟେରାନ ଗାୟକ କିଶୋର କୁମାରଙ୍କ ପତ୍ନୀ ଓ ଅଭିନେତ୍ରୀ ରୁମା ଗୁହା ଠାକୁରତାଙ୍କ ସୋମବାର ଦେହାନ୍ତ ହୋଇଛି। କୋଲକାତା ସ୍ଥିତ ନିଜର...

ଗଣେଶ ପୂଜାରେ ସିଗାରେଟ୍‌ ଟାଣି ଟ୍ରୋଲ୍‌ ହେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଯାହା କଲେ ତାଙ୍କ ପ୍ରଶଂସକଙ୍କ ନଜରକୁ ଆସନ୍ତି। ଏଥର କିନ୍ତୁ ସଲମାନଙ୍କର କିଛି କାମ ତାଙ୍କ ଫ୍ୟାନମାନଙ୍କୁ ଆଦୌ...

ଆମେରିକାକୁ ସୁରକ୍ଷିତ ମଣିଲେ ସନି

ମୁମ୍ବାଇ: ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ୍‌ କବଳିତ। ଏହି ମହାମାରୀକୁ ନେଇ ସଙ୍କଟରେ ମନୁଷ୍ୟ ଜାତି। ବିଶ୍ୱର ଅନେକ ବିକଶିତ ଦେଶ କରୋନା ଦାଉରେ...

ଇମୋଶନାଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ସବୁବେଳେ ତାଙ୍କ ମନକଥା ଖୋଲି କହିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ...

ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ ‘ବାଲା’: ୪ ଦିନରେ ୫୦ କୋଟି କ୍ଲବରେ ହେଲା ସାମିଲ

ବମ୍ବେ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଉଥିବା ଅଭିନେତା ପାଲଟିଛନ୍ତି ଆୟୁଷ୍ମାନ ଖୁରାନ୍ନା। ଶୁକ୍ରବାର ରିଲିଜ ହୋଇଥିବା...

ଜେନେଲିଆଙ୍କୁ ଟାଇ ପିନ୍ଧିବାରେ ସାହାଯ୍ୟ କଲେ ରିତେଶ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟି ଟିକେ କିଛି ଅଲଗା କାମ କଲେ ଆସନ୍ତି ଚର୍ଚ୍ଚାକୁ। ଏବେ ତ ସୋସିଆଲ ମିଡିଆରେ ଏମାନେ ତତ୍‌କ୍ଷଣାତ୍‌ ଚର୍ଚ୍ଚାର ପରସରକୁ ଚାଲିଆସୁଛନ୍ତି।...

ଅନିଦ୍ରା ରହିଥିଲେ ପ୍ରିୟଙ୍କା

ନିକ୍‌ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରା ପ୍ରାୟ ଅଭିନୟ ନିକଟରୁ ଦୂରେଇ ଯାଇଛନ୍ତି। ଯଦି ସୁଯୋଗ ମିଳେ ତେବେ...

ବଲିଉଡ୍‌ର ଏସବୁ ଅଭିନେତ୍ରୀ ପହଞ୍ଚିଥିଲେ ସଫଳତାର ଶୀର୍ଷରେ, ବିବାହ ପରେ ଦୂରେଇ ଗଲେ ଇଣ୍ଡଷ୍ଟ୍ରିରୁ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ଶିର୍ଷରେ ପହଞ୍ଚିବା ପରେ ବିବାହ କରିଥିଲେ। ପରେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଅନେକ ବର୍ଷ ପରେ...

Coronavirus Update


Archives

Model This Week

Why Dharitri