ଭଡ଼ା ବୃଦ୍ଧି: ବଢ଼ୁଛି ଅସନ୍ତୋଷ

ନୂଆଦିଲ୍ଲୀ, ୯।୮:  କରୋନା କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବର୍ତ୍ତମାନ ବିମାନ ଯାତ୍ରା ନେଇ ଚାହିଦା ବଢ଼ିଛି। ବିଦେଶକୁ ବିମାନ ସେବା ଯୋଗାଣ କରୁଥିବା ଏୟାରଲାଇନ୍ସଗୁଡ଼ିକ ହାରାହାରି ଇକୋନୋମି କ୍ଲାସ ଲାଗି ପ୍ରମୁଖ ରୁଟ୍‌ଗୁଡିକରେ ଭଡ଼ାକୁ ଅହେତୁକ ଭାବେ ବଢାଇଛନ୍ତି। ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
ଗତ ଗୋଟିଏ ମାସ ମଧ୍ୟରେ ଭଡ଼ା ବୃହତ୍‌ ହାରରେ ବଢିଥିବା ଇଜ୍‌ ମାଇ ଟ୍ରିପ ଡଟ୍‌ କମ୍‌ ଡାଟାରୁ ଏହା ସାମ୍ନାକୁ ଆସିଛି। ଟ୍ରାଭେଲ ଓ୍ବେବସାଇଟ ଡାଟା ମୁତାବକ, ନୂଆଦିଲ୍ଲୀରୁ ନ୍ୟୁୟର୍କ ଲାଗି ଇକୋନୋମି କ୍ଲାସ ଭଡ଼ା ଜୁଲାଇରେ ୬୯,୦୩୪ ଟଙ୍କା ଥିବା ବେଳେ ଅଗଷ୍ଟରେ ଏହା ୮୭,୫୨୪ ଟଙ୍କାକୁ ବଢିଛି। ସେହିଭଳି ମୁମ୍ବାଇ-ମସ୍କୋ ଏବଂ ମୁମ୍ବାଇ-ଦୋହା ବିମାନ ଭଡ଼ା ଜୁଲାଇରେ ଯଥାକ୍ରମେ ୪୩,୧୩୨ ଟଙ୍କା ଏବଂ ୧୧,୭୧୯ ଟଙ୍କା ରହିଥିଲା। ଏହି ଦୁଇ ରୁଟ୍‌ରେ ବିମାନ ଭଡ଼ା ବର୍ତ୍ତମାନ ୮୫,୦୨୪ ଟଙ୍କା ଏବଂ ୧୮,୩୮୪ ଟଙ୍କା ରହିଛି।
ଜୁଲାଇ ତୁଳନାରେ ବିମାନ କମ୍ପାନୀଗୁଡିକ ଅଗଷ୍ଟରେ ଭଡ଼ା ଯଥେଷ୍ଟ ବଢାଇଥିବା ଇଜ୍‌ ମାଇଁ ଟ୍ରିପ ଡଟ୍‌ କମ୍‌ର ସିଇଓ ନିଶାନ୍ତ ପିତି କହିଛନ୍ତି। ନିକଟରେ ବିଭିନ୍ନ ଦେଶ ଭାରତୀୟଙ୍କ ଲାଗି ବିମାନ ଯାତ୍ରା କଟକଣାକୁ କୋହଳ କରିଛନ୍ତି। ଫଳରେ ଅଧିକ ଲୋକ ବିମାନ ଯାତ୍ରା ଲାଗି ବର୍ତ୍ତମାନ ଆଗଭର ହୋଇଛନ୍ତି। ବିମାନ ଇନ୍ଧନ ଦର ବୃଦ୍ଧି ଏବଂ ସିଟ୍‌ ଅଭାବ ଭଳି ପ୍ରସଙ୍ଗ ଦର ବୃଦ୍ଧି ଲାଗି ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ଗତ କିଛି ସପ୍ତାହ ମଧ୍ୟରେ ଭାରତ ଏବଂ ଲଣ୍ଡନ ମଧ୍ୟରେ ଭଡ଼ାରେ ଅହେତୁକ ବୃଦ୍ଧି ନେଇ ଯାତ୍ରୀମାନେ ସୋସିଆଲ ମିଡିଆରେ ସେମାନଙ୍କ ଅସନ୍ତୋଷ ଜାହିର କରିଥିବା ଦେଖାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଇଣ୍ଟରଷ୍ଟେଟ କାଉନସିଲ ସଚିବ ସଞ୍ଜୀବ ଗୁପ୍ତା କହିଛନ୍ତି, ବ୍ରିଟିଶ ଏୟାରଓ୍ବେଜର ଦିଲ୍ଲୀ ଲଣ୍ଡନ ଫ୍ଲାଇଟ ଅଗଷ୍ଟ ୨୬ ପାଇଁ ୩.୯୫ ଲକ୍ଷ ଟଙ୍କା ରହିଥିବା ଟୁଇଟରରେ କହିଛନ୍ତି। ଏହି ରୁଟରେ ଭିସ୍ତାରା ଏବଂ ଏୟାର ଇଣ୍ଡିଆ ଅଗଷ୍ଟ ୨୬ ଲାଗି ଯଥାକ୍ରମେ ୧.୨ ଲକ୍ଷ ଏବଂ ୨.୩ ଲକ୍ଷ ଟଙ୍କା ନେଉଛନ୍ତି। ବର୍ତ୍ତମାନ ବ୍ରିଟେନରେ କଲେଜ ଆଡ୍‌ମିଶନ ଚାଲୁଥିବା ବେଳେ ଭଡ଼ା ବୃଦ୍ଧି ଲୋକଙ୍କୁ ପ୍ରଭାବିତ କରୁଥିବା ଲୋକମାନେ ଟୁଇଟରରେ ମତ ରଖିଛନ୍ତି।
ରିଭେଞ୍ଜ ଟ୍ରାଭେଲ ଟ୍ରେଣ୍ଡ
ଏହାର ଉତ୍ତର ରଖି ଭିସ୍ତାରା ମୁଖପାତ୍ର କହିଛନ୍ତି, ଚାହିଦା ଏବଂ ଯୋଗାଣ ଆଧାରରେ ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ। ବର୍ତ୍ତମାନ ସାପ୍ତାହିକ ୧୫ ବିମାନକୁ ଭାରତ ବ୍ରିଟେନ ରୁଟରେ ଅନୁମତି ମିଳିଛି। କଟକଣା କୋହଳ ହେଲେ ଏହି ରୁଟରେ ଅଧିକ ବିମାନକୁ ଅନୁମତି ମିଳିବ। ଏହା ହେଲେ ବିମାନ ଭଡ଼ା କମିବ। କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଛି। ଜୁଲାଇ ୨୦୨୦ ପରଠାରୁ କେତେକ ନିର୍ଦ୍ଦିଷ୍ଟ ଫ୍ଲାଇଟକୁ ଏୟାର ବବଲ୍‌ ଚୁକ୍ତି ଦ୍ୱାରା ଅନୁମତି ମିଳିଛି। ମୋଟ ୨୮ ଦେଶକୁ ଏଭଳି ବିମାନ ସେବା ଉପଲବ୍ଧ ରହିଛି। ରିପୋର୍ଟ ମୁତାବକ, ବାଙ୍ଗାଲୋର-ମାଲେ-ବାଙ୍ଗାଲୋର ଭଡ଼ା ଗତମାସରେ ୧୮,୭୪୧ ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୨୦,୩୭୨ ଟଙ୍କାକୁ ବଢିଛି। ବର୍ତ୍ତମାନ ଟିକାକରଣ ବଢ଼ୁଥିବାରୁ ଟ୍ରାଭେଲ ଏବଂ ଟୁରିଜମ କ୍ଷେତ୍ରରେ ପୁଣି ଥରେ ଚାହିଦା ଫେରୁଛି। ସେହିଭଳି ଲୋକଙ୍କ ମଧ୍ୟରେ ରିଭେଞ୍ଜ ଟ୍ରାଭେଲ ପ୍ରବଣତା ଦେଖାଯାଉଛି। ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ଡେଷ୍ଟିନେଶନଗୁଡିକ ଲାଗି ବର୍ତ୍ତମାନ ଲୋକମାନେ ଯାତ୍ରା ପାଇଁ ମନ ବଳାଉଛନ୍ତି। ଏହା ଟ୍ରାଭେଲ ଶିଳ୍ପ ଲାଗି ଶୁଭ ସଙ୍କେତ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri