ଭଡ଼ା ବୃଦ୍ଧି: ବଢ଼ୁଛି ଅସନ୍ତୋଷ

ନୂଆଦିଲ୍ଲୀ, ୯।୮:  କରୋନା କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବର୍ତ୍ତମାନ ବିମାନ ଯାତ୍ରା ନେଇ ଚାହିଦା ବଢ଼ିଛି। ବିଦେଶକୁ ବିମାନ ସେବା ଯୋଗାଣ କରୁଥିବା ଏୟାରଲାଇନ୍ସଗୁଡ଼ିକ ହାରାହାରି ଇକୋନୋମି କ୍ଲାସ ଲାଗି ପ୍ରମୁଖ ରୁଟ୍‌ଗୁଡିକରେ ଭଡ଼ାକୁ ଅହେତୁକ ଭାବେ ବଢାଇଛନ୍ତି। ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
ଗତ ଗୋଟିଏ ମାସ ମଧ୍ୟରେ ଭଡ଼ା ବୃହତ୍‌ ହାରରେ ବଢିଥିବା ଇଜ୍‌ ମାଇ ଟ୍ରିପ ଡଟ୍‌ କମ୍‌ ଡାଟାରୁ ଏହା ସାମ୍ନାକୁ ଆସିଛି। ଟ୍ରାଭେଲ ଓ୍ବେବସାଇଟ ଡାଟା ମୁତାବକ, ନୂଆଦିଲ୍ଲୀରୁ ନ୍ୟୁୟର୍କ ଲାଗି ଇକୋନୋମି କ୍ଲାସ ଭଡ଼ା ଜୁଲାଇରେ ୬୯,୦୩୪ ଟଙ୍କା ଥିବା ବେଳେ ଅଗଷ୍ଟରେ ଏହା ୮୭,୫୨୪ ଟଙ୍କାକୁ ବଢିଛି। ସେହିଭଳି ମୁମ୍ବାଇ-ମସ୍କୋ ଏବଂ ମୁମ୍ବାଇ-ଦୋହା ବିମାନ ଭଡ଼ା ଜୁଲାଇରେ ଯଥାକ୍ରମେ ୪୩,୧୩୨ ଟଙ୍କା ଏବଂ ୧୧,୭୧୯ ଟଙ୍କା ରହିଥିଲା। ଏହି ଦୁଇ ରୁଟ୍‌ରେ ବିମାନ ଭଡ଼ା ବର୍ତ୍ତମାନ ୮୫,୦୨୪ ଟଙ୍କା ଏବଂ ୧୮,୩୮୪ ଟଙ୍କା ରହିଛି।
ଜୁଲାଇ ତୁଳନାରେ ବିମାନ କମ୍ପାନୀଗୁଡିକ ଅଗଷ୍ଟରେ ଭଡ଼ା ଯଥେଷ୍ଟ ବଢାଇଥିବା ଇଜ୍‌ ମାଇଁ ଟ୍ରିପ ଡଟ୍‌ କମ୍‌ର ସିଇଓ ନିଶାନ୍ତ ପିତି କହିଛନ୍ତି। ନିକଟରେ ବିଭିନ୍ନ ଦେଶ ଭାରତୀୟଙ୍କ ଲାଗି ବିମାନ ଯାତ୍ରା କଟକଣାକୁ କୋହଳ କରିଛନ୍ତି। ଫଳରେ ଅଧିକ ଲୋକ ବିମାନ ଯାତ୍ରା ଲାଗି ବର୍ତ୍ତମାନ ଆଗଭର ହୋଇଛନ୍ତି। ବିମାନ ଇନ୍ଧନ ଦର ବୃଦ୍ଧି ଏବଂ ସିଟ୍‌ ଅଭାବ ଭଳି ପ୍ରସଙ୍ଗ ଦର ବୃଦ୍ଧି ଲାଗି ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ଗତ କିଛି ସପ୍ତାହ ମଧ୍ୟରେ ଭାରତ ଏବଂ ଲଣ୍ଡନ ମଧ୍ୟରେ ଭଡ଼ାରେ ଅହେତୁକ ବୃଦ୍ଧି ନେଇ ଯାତ୍ରୀମାନେ ସୋସିଆଲ ମିଡିଆରେ ସେମାନଙ୍କ ଅସନ୍ତୋଷ ଜାହିର କରିଥିବା ଦେଖାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଇଣ୍ଟରଷ୍ଟେଟ କାଉନସିଲ ସଚିବ ସଞ୍ଜୀବ ଗୁପ୍ତା କହିଛନ୍ତି, ବ୍ରିଟିଶ ଏୟାରଓ୍ବେଜର ଦିଲ୍ଲୀ ଲଣ୍ଡନ ଫ୍ଲାଇଟ ଅଗଷ୍ଟ ୨୬ ପାଇଁ ୩.୯୫ ଲକ୍ଷ ଟଙ୍କା ରହିଥିବା ଟୁଇଟରରେ କହିଛନ୍ତି। ଏହି ରୁଟରେ ଭିସ୍ତାରା ଏବଂ ଏୟାର ଇଣ୍ଡିଆ ଅଗଷ୍ଟ ୨୬ ଲାଗି ଯଥାକ୍ରମେ ୧.୨ ଲକ୍ଷ ଏବଂ ୨.୩ ଲକ୍ଷ ଟଙ୍କା ନେଉଛନ୍ତି। ବର୍ତ୍ତମାନ ବ୍ରିଟେନରେ କଲେଜ ଆଡ୍‌ମିଶନ ଚାଲୁଥିବା ବେଳେ ଭଡ଼ା ବୃଦ୍ଧି ଲୋକଙ୍କୁ ପ୍ରଭାବିତ କରୁଥିବା ଲୋକମାନେ ଟୁଇଟରରେ ମତ ରଖିଛନ୍ତି।
ରିଭେଞ୍ଜ ଟ୍ରାଭେଲ ଟ୍ରେଣ୍ଡ
ଏହାର ଉତ୍ତର ରଖି ଭିସ୍ତାରା ମୁଖପାତ୍ର କହିଛନ୍ତି, ଚାହିଦା ଏବଂ ଯୋଗାଣ ଆଧାରରେ ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ। ବର୍ତ୍ତମାନ ସାପ୍ତାହିକ ୧୫ ବିମାନକୁ ଭାରତ ବ୍ରିଟେନ ରୁଟରେ ଅନୁମତି ମିଳିଛି। କଟକଣା କୋହଳ ହେଲେ ଏହି ରୁଟରେ ଅଧିକ ବିମାନକୁ ଅନୁମତି ମିଳିବ। ଏହା ହେଲେ ବିମାନ ଭଡ଼ା କମିବ। କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଛି। ଜୁଲାଇ ୨୦୨୦ ପରଠାରୁ କେତେକ ନିର୍ଦ୍ଦିଷ୍ଟ ଫ୍ଲାଇଟକୁ ଏୟାର ବବଲ୍‌ ଚୁକ୍ତି ଦ୍ୱାରା ଅନୁମତି ମିଳିଛି। ମୋଟ ୨୮ ଦେଶକୁ ଏଭଳି ବିମାନ ସେବା ଉପଲବ୍ଧ ରହିଛି। ରିପୋର୍ଟ ମୁତାବକ, ବାଙ୍ଗାଲୋର-ମାଲେ-ବାଙ୍ଗାଲୋର ଭଡ଼ା ଗତମାସରେ ୧୮,୭୪୧ ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୨୦,୩୭୨ ଟଙ୍କାକୁ ବଢିଛି। ବର୍ତ୍ତମାନ ଟିକାକରଣ ବଢ଼ୁଥିବାରୁ ଟ୍ରାଭେଲ ଏବଂ ଟୁରିଜମ କ୍ଷେତ୍ରରେ ପୁଣି ଥରେ ଚାହିଦା ଫେରୁଛି। ସେହିଭଳି ଲୋକଙ୍କ ମଧ୍ୟରେ ରିଭେଞ୍ଜ ଟ୍ରାଭେଲ ପ୍ରବଣତା ଦେଖାଯାଉଛି। ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ଡେଷ୍ଟିନେଶନଗୁଡିକ ଲାଗି ବର୍ତ୍ତମାନ ଲୋକମାନେ ଯାତ୍ରା ପାଇଁ ମନ ବଳାଉଛନ୍ତି। ଏହା ଟ୍ରାଭେଲ ଶିଳ୍ପ ଲାଗି ଶୁଭ ସଙ୍କେତ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri