ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ ସୁଇଜରଲାଣ୍ଡର ଡାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ୍‌ ବୈଠକରେ ଅଂଶଗ୍ରହଣ କରି ପୂର୍ବତନ ଆଇଏମ୍‌ଏଫ୍‌ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ବ୍ୟକ୍ତ କରିଥିଲେ ଯେ ବାୟୁ ପ୍ରଦୂଷଣ ଭାରତ ପାଇଁ ଏକ ବଡ଼ ଆର୍ଥିକ ଚ୍ୟାଲେଞ୍ଜ, ଯାହା ଦେଶ ଉପରେ ଲାଗୁ ହେଉଥିବା ବୈଶ୍ୱିକ ଶୁଳ୍କକୁ ମଧ୍ୟ ଅତିକ୍ରମ କରେ। ଏହା ବାର୍ଷିକ ୧୭ ଲକ୍ଷ ମୃତ୍ୟୁ (ମୋଟ ମୃତ୍ୟୁର ୧୮%) ନିମନ୍ତେ ଦାୟୀ ଏବଂ ଭାରତକୁ ୩୩୯ ବିଲିୟନ ଡଲାର ବା ଏହାର ଜିଡିପିର ୯.୫% କ୍ଷତି ପହଞ୍ଚାଏ, ଯାହା ଜୀବନ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ନକାରାତ୍ମକ ଭାବେ ପ୍ରଭାବିତ କରେ। ସ୍ବାସ୍ଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆମେରିକାର ଲାନ୍‌ସେଟ କାଉଣ୍ଟଡାଉନରେ ସଦ୍ୟତମ ୨୦୨୫ ରିପୋର୍ଟ ପ୍ରକାଶ କରିଛି ଯେ ପ୍ରଦୂଷଣ ହେଉଛି ଭାରତରେ ଏକ ଗମ୍ଭୀର ସାର୍ବଜନୀନ ସ୍ବାସ୍ଥ୍ୟ ସଙ୍କଟ। ଚିନ୍ତାଜନକ ଭାବରେ, ଭାରତରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁ ସଂଖ୍ୟା ୨୦୨୨ରେ ୧୭ ଲକ୍ଷରୁ ଅଧିକରେ ପହଞ୍ଚିଥିଲା, ଯାହା ୨୦୧୦ ତୁଳନାରେ ୩୮% ବୃଦ୍ଧିକୁ ସୂଚ଼ିତ କରେ।
ପ୍ରତିବର୍ଷ ତମାଖୁ ସେବନ ତୁଳନାରେ ପ୍ରଦୂଷଣ ଯୋଗୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟୁଛି। ସୁଇଜରଲାଣ୍ଡର ଆଇକ୍ୟୁଏଆର୍‌ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୪ ଅନୁଯାୟୀ, ଭାରତ ଅତ୍ୟନ୍ତ ଖରାପ ବାୟୁ ଗୁଣବତ୍ତା ଦୃଷ୍ଟିରୁ ବିଶ୍ୱରେ ୨୦୨୩ର ତୃତୀୟ ସ୍ଥାନରୁ ନିମ୍ନଗାମୀ ହୋଇ ପଞ୍ଚମ ସ୍ଥାନରେ ପହଞ୍ଚିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ମାନଦଣ୍ଡ ତୁଳନାରେ ପିଏମ୍‌ ୨.୫ (ପ୍ରଦୂଷଣକାରୀ ସୂକ୍ଷ୍ମ କଣିକା) ପରିମାଣ ବହୁ ଉଚ୍ଚ ସ୍ତରରେ ରହିଛି। ଭାରତରେ ୨୦୨୪ ର ବାର୍ଷିକ ହାରାହାରି ପିଏମ୍‌ ୨.୫ ମାତ୍ରା ପ୍ରାୟ ଘନମିଟରରେ ୫୦.୬ ମାଇକ୍ରୋଗ୍ରାମ ଥିଲା, ଯାହା ଡବ୍ଲ୍ୟଏଚ଼ଓ ଦ୍ୱାରା ସୁପାରିସ ହୋଇଥିବା ସୀମା ୫ ମାଇକ୍ରୋଗ୍ରାମ୍‌ର ପ୍ରାୟ ଦଶ ଗୁଣରୁ ଅଧିକ। ଏପରି ବିପଦପୂର୍ଣ୍ଣ ମାତ୍ରାର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟୁଛି। ବାସ୍ତବରେ ବିଶ୍ୱର ସର୍ବାଧିକ ୨୦ଟି ପ୍ରଦୂଷିତ ସହର ମଧ୍ୟରୁ ୧୩ଟି ଭାରତରେ ଅବସ୍ଥିତ ଏବଂ ଦିଲ୍ଲୀ ନିରନ୍ତର ଭାବରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ସହରର କୁଖ୍ୟାତି ଅର୍ଜନ କରିଛି। ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୩ ଅନୁଯାୟୀ, ବିଶ୍ୱର ୧୦୦ଟି ପ୍ରଦୂଷିତ ସହର ମଧ୍ୟରୁ ୮୩ଟି ଭାରତରେ ଅବସ୍ଥିତ। ଏସବୁ ତଥ୍ୟ ସୂଚ଼ିତ କରୁଛି ଯେ ପ୍ରଦୂଷଣଜନିତ ସମସ୍ୟା କ୍ରମେ ଅଧିକ ଗମ୍ଭୀର ହୋଇ ଉଭୟ ଜନସମାଜ ଏବଂ ପରିବେଶକୁ ରୋଗାକ୍ରାନ୍ତ କରୁଛି I
ଡବ୍ଲ୍ୟଏଚ୍‌ଓ ତଥ୍ୟ ଦର୍ଶାଉଛି ଯେ ବାହ୍ୟ ବାୟୁ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ବିଶ୍ୱରେ ହୃଦ୍‌ରୋଗ ଏବଂ ଶ୍ୱାସକ୍ରିୟାଜନିତ ରୋଗରେ ପ୍ରାୟ ୭୦ ଲକ୍ଷ ଅକାଳ ମୃତ୍ୟୁ ହେଉଛି। ଅନ୍ତର୍ଜାତୀୟ ଅଧ୍ୟୟନ (ଯଥା, ଲାନସେଟ ପ୍ଲାନେଟାରି ହେଲ୍‌ଥ) ସୂଚ଼ିତ କରେ ଯେ କୌଣସି ଭାରତୀୟ ସହର ଡବ୍ଲ୍ୟଏଚ଼ଓର ବାୟୁ ଗୁଣବତ୍ତା ମାନଦଣ୍ଡ ପୂରଣ କରେ ନାହିଁ, ଅର୍ଥାତ୍‌ ପ୍ରାୟତଃ ସମଗ୍ର ଜନସଂଖ୍ୟା ସାରା ବର୍ଷ କଣିକା ପଦାର୍ଥର କ୍ଷତିକାରକ ସ୍ତରର ସମ୍ମୁଖୀନ ହୁଏ। ଏପରି ପ୍ରଦୂଷଣକାରୀ ପଦାର୍ଥସବୁର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ଶ୍ୱାସକ୍ରିୟା ସଂକ୍ରମଣ, ହୃଦ୍‌ରୋଗ, ମସ୍ତିଷ୍କ ଷ୍ଟ୍ରୋକ୍‌ ଏବଂ ମୃତ୍ୟୁ ହାର ବୃଦ୍ଧି ସହ ଜଡିତ। ନେଚ଼ର ପତ୍ରିକାରେ ପ୍ରକାଶିତ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ନିର୍ଗମନର ଗଭୀର ହ୍ରାସ ବିନା ବୃଦ୍ଧି ପାଉଥିବା କଣିକା ପ୍ରଦୂଷଣ ସ୍ବାସ୍ଥ୍ୟ ବୋଝକୁ ଆହୁରି ଖରାପ ସ୍ତରକୁ ନେବ ଏବଂ ବିଶେଷକରି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ଚାପ ପରିପ୍ରେକ୍ଷୀରେ ଆର୍ଥିକ ପ୍ରଗତିକୁ ବାଧାପ୍ରାପ୍ତ କରିବ। ଆମ ଦେଶରେ ଅଣ-ହାସଲକାରୀ ସହରାଞ୍ଚଳମାନ (ମୁଖ୍ୟତଃ ପିଏମ୍‌ ୨.୫ ଏବଂ ପିଏମ୍‌ ୧୦ ପରିମାଣକୁ ନେଇ) ଚିହ୍ନଟ ହୋଇଛନ୍ତି, ଯାହା ଲଗାତର ୫ ବର୍ଷ ଧରି ଜାତୀୟ ଚତୁଃପାର୍ଶ୍ୱ (ଆମ୍ବିଏଣ୍ଟ) ବାୟୁ ଗୁଣବତ୍ତା ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଶର ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ୧୩୧ଟି ଏପରି ସହର ଚିହ୍ନଟ କରିଛି। ଓଡ଼ିଶାର ୭ଟି ସହର- ଭୁବନେଶ୍ୱର, କଟକ, ବାଲେଶ୍ୱର, କଳିଙ୍ଗନଗର, ତାଳଚେର, ଅନୁଗୋଳ ଏବଂ ରାଉରକେଲା ଏହି ସୂଚ଼ୀରେ ଅନ୍ତର୍ଭୁକ୍ତ। ଚଳିତ ଶୀତଋତୁରେ ଏସବୁ ସହରର ବାୟୁ ଗୁଣବତ୍ତା ସୂଚ଼କ (ଏକ୍ୟୁଆଇ) ୩୦୦-୪୦୦ (ଅତି ନିମ୍ନମାନର) ସ୍ତରରେ ରହିଥିବା ବେଳେ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତରକୁ ମଧ୍ୟ ଅତିକ୍ରମ କରିଛି I
କ୍ରମାଗତ ଯାନବାହନ ସଂଖ୍ୟା ବୃଦ୍ଧି ପାଇବା, ଡିଜେଲ ଯାନର ଅତ୍ୟଧିକ ବ୍ୟବହାର ସହିତ ଟ୍ରାଫିକ୍‌ ଭିଡ଼ ଏବଂ ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ପୁରୁଣା ଯାନସବୁର ଚଳାଚ଼ଳ ହେଉଛି ଏକ ମୁଖ୍ୟ ସମସ୍ୟା। କେବଳ ଭୁବନେଶ୍ୱରରେ ୨୦୨୪-୨୦୨୫ ସୁଦ୍ଧା ମୋଟ ୧୪ ଲକ୍ଷରୁ ଅଧିକ ପଞ୍ଜୀକୃତ ଯାନବାହନ ରେକର୍ଡ ହୋଇଛି ଏବଂ ପ୍ରତି ମାସ ନୂତନ ଭାବେ ୧୨,୦୦୦ ଗାଡ଼ିର ପଞ୍ଜୀକରଣ ହେଉଛି।କଳକାରଖାନା, ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର, ତୈଳ ବିଶୋଧନାଗାର, ଇଟାଭାଟି ଇତ୍ୟାଦି ବହୁଳ ଭାବେ ପ୍ରଦୂଷଣ ସୃଷ୍ଟି କରନ୍ତି। କୋଇଲା ଆଧାରିତ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ହେଉଛନ୍ତି ସଲଫର୍‌ ଡାଇଅକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ, ଅଙ୍ଗାରକାମ୍ଳ, କଣିକା ପଦାର୍ଥ ପ୍ରଭୃତିର ପ୍ରମୁଖ ଉତ୍ସ।ଦେଶର ଅନେକ ଶିଳ୍ପ ଏବେ ମଧ୍ୟ ପୁରୁଣା, ପ୍ରଦୂଷଣକାରୀ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରୁଛନ୍ତି। ବଡ଼ ବଡ଼ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା, ବିକାଶ କାର୍ଯ୍ୟରେ ରାସ୍ତା ଖୋଳାଯିବା, ବାଲି, ଗୋଡ଼ି, ମାଟି ପରି ନିର୍ମାଣ ସାମଗ୍ରୀ ଖୋଲା ପଡ଼ିରହିବା ଏବଂ ଏହା ଉପରେ ନିରନ୍ତର ଗାଡ଼ି ଚଳାଚ଼ଳ କରିବା ଦ୍ୱାରା ଧୂଳିକଣା ସୃଷ୍ଟି ହୁଏ। ପୌରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକର ଖୋଲା ନିଷ୍କାସନ ଏବଂ ପୋଡ଼ାଯିବା ଦ୍ୱାରା ଡାଇଅକ୍ସିନ ଏବଂ ଫ୍ୟୁରାନ ଭଳି ବିଷାକ୍ତ ଗ୍ୟାସ ନିର୍ଗତ ହୁଏ। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ବସ୍ତିରେ ସାଧାରଣତଃ ରୋଷେଇ ଓ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ କାଠ, କୋଇଲା, ଗୋବର ଏବଂ କିରୋସିନ ଜାଳିବାରୁ ପ୍ରଦୂଷଣ ସୃଷ୍ଟି ହୁଏ। କୃଷି କ୍ଷେତ୍ରରେ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାରରୁ ଆମୋନିଆ ପରି କ୍ଷତିକାରକ ପଦାର୍ଥ ଏବଂ ଫସଲ ଅମଳ ପରେ, ବିଶେଷକରି ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ନଡ଼ା ପୋଡ଼ାରୁ କଣିକା ପଦାର୍ଥ ନିର୍ଗତ ହୋଇ ପ୍ରଦୂଷଣରେ ବୃଦ୍ଧି ଘଟାଏ । ଶୀତ ଋତୁରେ ନିମ୍ନ ତାପମାତ୍ରା ଓ ବାୟୁ ପ୍ରବାହ ନ ଥିବା କାରଣରୁ ଏସବୁ ବାୟୁମଣ୍ଡଳର ନିମ୍ନ ସ୍ତରରେ ଜମିରହି ପ୍ରଦୂଷଣରେ ବୃଦ୍ଧି ଘଟାନ୍ତି । ଦ୍ରୁତ ସହରୀକରଣ ଏବଂ ଜନସଂଖ୍ୟା ବୃଦ୍ଧି ଏସବୁ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ବିତ କରୁଛି I
ଜୀବାଶ୍ମ ଇନ୍ଧନ ବ୍ୟବହାରରେ ହ୍ରାସ ଘଟାଇ, ସ୍ବଚ୍ଛ ଶକ୍ତି ଉତ୍ସକୁ ପ୍ରାଧାନ୍ୟ ଦେଇ, ବର୍ଜ୍ୟବସ୍ତୁ ପରିଚ଼ାଳନାରେ ଉନ୍ନତି ଆଣି ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରି ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ। ଅନ୍ୟ ପ୍ରମୁଖ କାର୍ଯ୍ୟଗୁଡ଼ିକ ମଧ୍ୟରେ ସାର୍ବଜନୀନ ପରିବହନକୁ ପ୍ରାଧାନ୍ୟ; କାର୍ପୁଲିଂ, ସାଇକେଲର ବ୍ୟବହାର ଏବଂ ଚାଲିବାକୁ ଗୁରୁତ୍ୱ, ବିଦ୍ୟୁତ୍‌ ସଂରକ୍ଷଣ, ଖୋଲାରେ ଅଳିଆ ଜାଳିବାକୁ ଏଡ଼ାଇବା ଏବଂ ବାୟୁ ବିଶୁଦ୍ଧକରଣ ନିମନ୍ତେ ସବୁଜିମାର ବ୍ୟାପକ ବୃଦ୍ଧି ଅନ୍ତର୍ଭୁକ୍ତ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପୂର୍ବ ନିର୍ଦ୍ଦେଶାନୁଯାୟୀ ପ୍ରତ୍ୟେକ ସହରାଞ୍ଚଳ ନିମନ୍ତେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ଏବଂ ଏଥିରେ ନାଗରିକଙ୍କର ସମ୍ପୃକ୍ତି ଦ୍ୱାରା ଏକ ସୁରକ୍ଷିତ ପରିବେଶରେ ଜୀବନଯାପନ ସମ୍ଭବପର ହେବ। ଏଥିନିମନ୍ତେ ଶିଳ୍ପ ଓ କର୍ପୋରେଟ କ୍ଷେତ୍ରର ସହଭାଗିତା ଏକାନ୍ତ କାମ୍ୟ।

ଡ. ଜୟକୃଷ୍ଣ ପାଣିଗ୍ରାହୀ
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ:୯୪୩୭୦୭୬୧୦୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?