Posted inଜାତୀୟ

ଶିଶୁଙ୍କ ବୋଧଶକ୍ତି କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୬।୪: ଭାରତରେ ଦୁଇ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କଠାରେ ଦେଖାଦେଉଥିବା ବୋଧଶକ୍ତି ସମସ୍ୟା ସହ ନିମ୍ନମାନର ବାୟୁର ସମ୍ପର୍କ ରହିଥାଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ୨ ବର୍ଷ ବୟସ ମଧ୍ୟରେ ଶିଶୁମାନଙ୍କର ମସ୍ତିଷ୍କର ସର୍ବାଧିକ ଅଭିବୃଦ୍ଧି ହୋଇଥାଏ। ଏହି ସମୟରେ ଚିନ୍ତା କରିବା, ଅଭିଜ୍ଞତା ଏବଂ ଇନ୍ଦ୍ରୀୟାନୁଭୂତି ମାଧ୍ୟମରେ ଜ୍ଞାନ ଓ ବୁଦ୍ଧି ଆହରଣ କରିବା ପ୍ରକ୍ରିୟାକୁ ବୋଧଶକ୍ତି କୁହାଯାଏ। ନିଷ୍କ୍ରିୟତା ପିଲାମାନଙ୍କ ଦୀର୍ଘମିଆଦୀ ମସ୍ତିଷ୍କ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହାର ପରିଣାମ ଜୀବନରେ ଅନୁଭୂତ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି। ପିଲାଙ୍କଠାରେ ବୋଧଶକ୍ତି ଅଭାବ ସହ ନିମ୍ନମାନର ବାୟୁର ସମ୍ପର୍କ ରହିଥିବା ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡ଼ିଛି। ଏହା ଭାବପ୍ରବଣତା ଏବଂ ଆଚରଣଗତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ, ଯାହା ପରିବାର ଉପରେ ଗମ୍ଭୀର ପ୍ରଭାବ ପକାଇପାରେ ବୋଲି ମୁଖ୍ୟ ଗବେଷକ ବ୍ରିଟେନ ୟୁନିଭର୍ସିଟି ଅଫ୍‌ ଇଷ୍ଟ ଆଙ୍ଗ୍ଲିଆର ପ୍ରଫେସର ଜନ୍‌ ସ୍ପେନ୍‌ସର କହିଛନ୍ତି। ତାଙ୍କ କହିବା ଅନୁଯାୟୀ ବାୟୁରେ ଥିବା ଅତି କ୍ଷୁଦ୍ର କଣିକା ଅତ୍ୟନ୍ତ ଚିନ୍ତାଜନକ। କାରଣ ସେଗୁଡ଼ିକ ଶ୍ୱାସନଳୀରେ ଯାଇ ମସ୍ତିଷ୍କରେ ଅଟକି ଯାଇଥାଏ। ତେବେ ନିମ୍ନମାନର ବାୟୁ ସହ ଶିଶୁଙ୍କ ବୋଧଶକ୍ତି ସମସ୍ୟା ମଧ୍ୟରେ ସମ୍ପର୍କ ଏବଂ ବିଷାକ୍ତ କଣିକା ସହ ମସ୍ତିଷ୍କ ନିର୍ଦ୍ଦିଷ୍ଟ ଭାବେ ସମ୍ବେଦନଶୀଳ କି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟୟନରୁ ସ୍ପଷ୍ଟ ଜଣାପଡ଼ିନାହିଁ। ଏହାକୁ ନେଇ ଭାରତର ଗ୍ରାମାଞ୍ଚଳରେ ରହୁଥିବା ପରିବାର ଉପରେ ଅଧିକ ଅଧ୍ୟୟନ ଜାରି ରହିଥିବା ସ୍ପେନ୍‌ସର କହିଛନ୍ତି। ଉକ୍ତ ଗବେଷକ ଟିମ୍‌ ସହ ଲକ୍ଷ୍ନୌର କମ୍ୟୁନିଟି ଏମ୍ପାଓ୍ବାରମେଣ୍ଟ ଲାବ୍‌ କାର୍ଯ୍ୟ କରୁଛି। ଉତ୍ତରପ୍ରଦେଶର ସାମାଜିକ ଓ ଆର୍ଥତ୍କ ଦୃଷ୍ଟିରୁ ଦୁର୍ବଳ ଶିବଗଡ଼ ଅଞ୍ଚଳର ପରିବାର ଉପରେ ଅଧ୍ୟୟନ ଚାଲିଛି, ଯେଉଁଠାରେ ବାୟୁ ମାନ ଅତ୍ୟନ୍ତ ନିମ୍ନ ମାନର।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri