Posted inଜାତୀୟ

ଶିଶୁଙ୍କ ବୋଧଶକ୍ତି କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୬।୪: ଭାରତରେ ଦୁଇ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କଠାରେ ଦେଖାଦେଉଥିବା ବୋଧଶକ୍ତି ସମସ୍ୟା ସହ ନିମ୍ନମାନର ବାୟୁର ସମ୍ପର୍କ ରହିଥାଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ୨ ବର୍ଷ ବୟସ ମଧ୍ୟରେ ଶିଶୁମାନଙ୍କର ମସ୍ତିଷ୍କର ସର୍ବାଧିକ ଅଭିବୃଦ୍ଧି ହୋଇଥାଏ। ଏହି ସମୟରେ ଚିନ୍ତା କରିବା, ଅଭିଜ୍ଞତା ଏବଂ ଇନ୍ଦ୍ରୀୟାନୁଭୂତି ମାଧ୍ୟମରେ ଜ୍ଞାନ ଓ ବୁଦ୍ଧି ଆହରଣ କରିବା ପ୍ରକ୍ରିୟାକୁ ବୋଧଶକ୍ତି କୁହାଯାଏ। ନିଷ୍କ୍ରିୟତା ପିଲାମାନଙ୍କ ଦୀର୍ଘମିଆଦୀ ମସ୍ତିଷ୍କ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହାର ପରିଣାମ ଜୀବନରେ ଅନୁଭୂତ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି। ପିଲାଙ୍କଠାରେ ବୋଧଶକ୍ତି ଅଭାବ ସହ ନିମ୍ନମାନର ବାୟୁର ସମ୍ପର୍କ ରହିଥିବା ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡ଼ିଛି। ଏହା ଭାବପ୍ରବଣତା ଏବଂ ଆଚରଣଗତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ, ଯାହା ପରିବାର ଉପରେ ଗମ୍ଭୀର ପ୍ରଭାବ ପକାଇପାରେ ବୋଲି ମୁଖ୍ୟ ଗବେଷକ ବ୍ରିଟେନ ୟୁନିଭର୍ସିଟି ଅଫ୍‌ ଇଷ୍ଟ ଆଙ୍ଗ୍ଲିଆର ପ୍ରଫେସର ଜନ୍‌ ସ୍ପେନ୍‌ସର କହିଛନ୍ତି। ତାଙ୍କ କହିବା ଅନୁଯାୟୀ ବାୟୁରେ ଥିବା ଅତି କ୍ଷୁଦ୍ର କଣିକା ଅତ୍ୟନ୍ତ ଚିନ୍ତାଜନକ। କାରଣ ସେଗୁଡ଼ିକ ଶ୍ୱାସନଳୀରେ ଯାଇ ମସ୍ତିଷ୍କରେ ଅଟକି ଯାଇଥାଏ। ତେବେ ନିମ୍ନମାନର ବାୟୁ ସହ ଶିଶୁଙ୍କ ବୋଧଶକ୍ତି ସମସ୍ୟା ମଧ୍ୟରେ ସମ୍ପର୍କ ଏବଂ ବିଷାକ୍ତ କଣିକା ସହ ମସ୍ତିଷ୍କ ନିର୍ଦ୍ଦିଷ୍ଟ ଭାବେ ସମ୍ବେଦନଶୀଳ କି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟୟନରୁ ସ୍ପଷ୍ଟ ଜଣାପଡ଼ିନାହିଁ। ଏହାକୁ ନେଇ ଭାରତର ଗ୍ରାମାଞ୍ଚଳରେ ରହୁଥିବା ପରିବାର ଉପରେ ଅଧିକ ଅଧ୍ୟୟନ ଜାରି ରହିଥିବା ସ୍ପେନ୍‌ସର କହିଛନ୍ତି। ଉକ୍ତ ଗବେଷକ ଟିମ୍‌ ସହ ଲକ୍ଷ୍ନୌର କମ୍ୟୁନିଟି ଏମ୍ପାଓ୍ବାରମେଣ୍ଟ ଲାବ୍‌ କାର୍ଯ୍ୟ କରୁଛି। ଉତ୍ତରପ୍ରଦେଶର ସାମାଜିକ ଓ ଆର୍ଥତ୍କ ଦୃଷ୍ଟିରୁ ଦୁର୍ବଳ ଶିବଗଡ଼ ଅଞ୍ଚଳର ପରିବାର ଉପରେ ଅଧ୍ୟୟନ ଚାଲିଛି, ଯେଉଁଠାରେ ବାୟୁ ମାନ ଅତ୍ୟନ୍ତ ନିମ୍ନ ମାନର।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri