ବିଳମ୍ବ ହୋଇପାରେ ଏୟାର ଇଣ୍ଡିଆ ଘରୋଇକରଣ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଚଳିତ ବର୍ଷ ସମ୍ପୂର୍ଣ୍ଣ ହୋଇ ନ ପାରେ। ଏହା ଆସନ୍ତା ଆର୍ଥତ୍କ ବର୍ଷକୁ ଘୁଞ୍ଚିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଚଳିତ ଆର୍ଥତ୍କ ବର୍ଷରେ ଆଉ ୩ ମାସ ସମୟ ରହିଛି। ଏହି ସ୍ବଳ୍ପ ସମୟ ମଧ୍ୟରେ ସବୁ କାମକୁ ଶେଷ କରିବା ହୁଏତ କଷ୍ଟକର ବୋଲି କୁହାଯାଉଛି। ଏୟାର ଇଣ୍ଡିଆ ଲାଗି ଟାଟା ଗ୍ରୁପ ଏବଂ ଆମେରିକା ଭିତ୍ତିକ ଫଣ୍ଡ ହାଉସ ଇଣ୍ଟରପ୍ଲସ ଇଙ୍କ ଭଳି ଅନ୍ୟ କିଛି କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଗତ ସପ୍ତାହରେ ପ୍ରାଥମିକ ବିଡ୍‌ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ସେହିଭଳି ଏୟାର ଇଣ୍ଡିଆର ଏକ କର୍ମଚାରୀଙ୍କ ଗୋଷ୍ଠୀ ମଧ୍ୟ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଦାଖଲ କରିଥିବା ଜଣାପଡିଛି। ଇଣ୍ଟରପ୍ଲସ ସହ ଚୁକ୍ତିରେ ଏମାନେ ବିଡ୍‌ ଦାଖଲ କରିଛନ୍ତି। ବିଡ୍‌ରେ କେଉଁମାନେ ସଫଳ ହେବେ ସେ ନେଇ ଟ୍ରାଞ୍ଜାକଶନ ଆଡଭାଇଜର ଜାନୁୟାରୀ ୬ରେ ଘୋଷଣା କରିବେ। ଏହା ପରେ ବିଡରଙ୍କୁ ଏୟାର ଇଣ୍ଡିଆର ଡାଟା ରୁମ୍‌ ଆକସେସ୍‌ କରିବା ଲାଗି ସୁବିଧା ପ୍ରଦାନ କରାଯିବ। ଏହା ପରେ ବିଡରଙ୍କୁ ଶେୟାର କ୍ରୟ ଚୁକ୍ତି ମଧ୍ୟ ପ୍ରଦାନ କରାଯିବ। ପରେ ପରେ ଫାଇନାନ୍ସ ବିଡ୍‌ ସଂକ୍ରାନ୍ତ କାର୍ଯ୍ୟପନ୍ଥା ହାତକୁ ନିଆଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?