ବିଳମ୍ବ ହୋଇପାରେ ଏୟାର ଇଣ୍ଡିଆ ଘରୋଇକରଣ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଚଳିତ ବର୍ଷ ସମ୍ପୂର୍ଣ୍ଣ ହୋଇ ନ ପାରେ। ଏହା ଆସନ୍ତା ଆର୍ଥତ୍କ ବର୍ଷକୁ ଘୁଞ୍ଚିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଚଳିତ ଆର୍ଥତ୍କ ବର୍ଷରେ ଆଉ ୩ ମାସ ସମୟ ରହିଛି। ଏହି ସ୍ବଳ୍ପ ସମୟ ମଧ୍ୟରେ ସବୁ କାମକୁ ଶେଷ କରିବା ହୁଏତ କଷ୍ଟକର ବୋଲି କୁହାଯାଉଛି। ଏୟାର ଇଣ୍ଡିଆ ଲାଗି ଟାଟା ଗ୍ରୁପ ଏବଂ ଆମେରିକା ଭିତ୍ତିକ ଫଣ୍ଡ ହାଉସ ଇଣ୍ଟରପ୍ଲସ ଇଙ୍କ ଭଳି ଅନ୍ୟ କିଛି କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଗତ ସପ୍ତାହରେ ପ୍ରାଥମିକ ବିଡ୍‌ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ସେହିଭଳି ଏୟାର ଇଣ୍ଡିଆର ଏକ କର୍ମଚାରୀଙ୍କ ଗୋଷ୍ଠୀ ମଧ୍ୟ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଦାଖଲ କରିଥିବା ଜଣାପଡିଛି। ଇଣ୍ଟରପ୍ଲସ ସହ ଚୁକ୍ତିରେ ଏମାନେ ବିଡ୍‌ ଦାଖଲ କରିଛନ୍ତି। ବିଡ୍‌ରେ କେଉଁମାନେ ସଫଳ ହେବେ ସେ ନେଇ ଟ୍ରାଞ୍ଜାକଶନ ଆଡଭାଇଜର ଜାନୁୟାରୀ ୬ରେ ଘୋଷଣା କରିବେ। ଏହା ପରେ ବିଡରଙ୍କୁ ଏୟାର ଇଣ୍ଡିଆର ଡାଟା ରୁମ୍‌ ଆକସେସ୍‌ କରିବା ଲାଗି ସୁବିଧା ପ୍ରଦାନ କରାଯିବ। ଏହା ପରେ ବିଡରଙ୍କୁ ଶେୟାର କ୍ରୟ ଚୁକ୍ତି ମଧ୍ୟ ପ୍ରଦାନ କରାଯିବ। ପରେ ପରେ ଫାଇନାନ୍ସ ବିଡ୍‌ ସଂକ୍ରାନ୍ତ କାର୍ଯ୍ୟପନ୍ଥା ହାତକୁ ନିଆଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୀତିକୁ ଚାଲୁ କରିବା ସରକାରଙ୍କ ପ୍ରାଥମିକତା ହେଉ: ଶିଳ୍ପ ଜଗତ

ଭୁବନେଶ୍ୱର,୨-୬: ଅର୍ଥନୀତିକୁ ଚାଲୁ କରିବା ନୂଆ ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ। ମାର୍ଚ୍ଚ ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୫.୮% ଖସିଛି। ଭାରତ ବିଶ୍ୱର...

କେୟର୍ନ ମାମଲାରେ ଭାରତର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ:  ବ୍ରିଟେନ କମ୍ପାନୀ କେୟର୍ନ ଏନର୍ଜି ପିଏଲ୍‌ସିକୁ ୧.୨ ବିଲିୟନ ଡଲାର ଫେରାଇବା ଲାଗି ଭାରତ ସରକାରଙ୍କ ବିରୋଧରେ ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତା ଅଦାଲତ ଶୁଣାଣି କରିଥିଲେ। ଏହି...

ଡିସ୍‌କାଉଣ୍ଟ ଉପରେ ଲାଗିଛି କଟକଣା;ଇ-କମର୍ସ କମ୍ପାନୀଙ୍କ ବେପାର ମାନ୍ଦା

ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍‌କାଉଣ୍ଟ ଉପରେ...

ଭାରତର ଜିଡିପି ୪% ଖସିବ:ଏଡିବି

ନୂଆଦିଲ୍ଲୀ,୧୮।୬: ୨୦୨୦ରେ ଏସିଆର ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକ ବିଶେଷ ଭାବେ ଅଭିବୃଦ୍ଧି କରିପାରିବେ ନାହିଁ। ଏଭଳି ସ୍ଥିତିରେ ଚଳିତ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର...

ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ

ଭୁବନେଶ୍ୱର,୧୮ା୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରୋବୋଟିକ୍‌ ପ୍ରୋସେସ୍‌ ଅଟୋମେଶନ(ଆର୍‌ପିଏ)ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ତା’ର ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ...

୧୬ରେ ଡିବିୟୁର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୫।୧୦: ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୬ ଅକ୍ଟୋବର) ଦେଶର ୭୫ଟି ଜିଲାକୁ ୭୫ଟି ଡିଜିଟାଲ...

ବ୍ୟାଙ୍କ ଜମା ଆଡ଼କୁ ମୁହାଁଉଛନ୍ତି ନିବେଶକ

ମୁମ୍ବାଇ,୩୦।୪: ଡେଟ୍‌ ବର୍ଗରେ ମିଳୁଥିବା ଲାଭକୁ ଦେଖିଲେ ଗୋଟିଏ ସମୟରେ ପୁଞ୍ଜି ବଜାରର ନିବେଶକଙ୍କ ଏହା ଏକ ଅନ୍ୟତମ ପ୍ରମୁଖ ନିବେଶ ବିକଳ୍ପ ରହି ଆସିଥିଲା।...

୧ କୋଟି ମର୍ଚ୍ଚାଣ୍ଟଙ୍କ ନିକଟରେ ପହଞ୍ଚିବ ମାଷ୍ଟରକାର୍ଡ

ଭୁବନେଶ୍ୱର,୨୫-୧: ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ପୂର୍ବକ ପ୍ରମୁଖ କମ୍ପାନୀ ମାଷ୍ଟର କାର୍ଡ ସାରା ଦେଶରେ କ୍ୟାଶଲେସ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛି। ଏହା ଦ୍ୱାରା କମ୍ପାନୀ...

Advertisement
Archives

Model This Week