Posted inଜାତୀୟ

ଯାତ୍ରୀଙ୍କ ପାଇଁ ଖୁସିଖବର: ଅଯୋଧ୍ୟା ପାଇଁ ଏହି ୩ ସହରରୁ ଆରମ୍ଭ ହେବ ବିମାନ ସେବା, ବିମାନବନ୍ଦର ଉଦ୍‌ଘାଟନ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଘୋଷଣା

ନୂଆଦିଲ୍ଲୀ,୩୦।୧୨: ଡିସେମ୍ବର ୩୦ ଅଯୋଧ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୨.୧୫ ରେ ଅଯୋଧ୍ୟାରେ ନିର୍ମିତ ନୂତନ ବିମାନବନ୍ଦର ଏବଂ ରେଳ ଷ୍ଟେଶନର ଉଦଘାଟନ କରିବାକୁ ଯାଉଛନ୍ତି। ଅଯୋଧ୍ୟାର ଏହି ବିମାନବନ୍ଦରର ନାମ ହେଉଛି ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ। ବିମାନ ବନ୍ଦର ଉଦ୍‌ଘାଟନ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଶୁକ୍ରବାର ଦେଶର ତିନୋଟି ସହରରୁ ଅଯୋଧ୍ୟାକୁ ସିଧାସଳଖ ବିମାନ ସେବା ନେଇ ଘୋଷଣା କରିଛି। ଏୟାର ଲାଇନ୍ସ କହିଛି , ୨୦୨୪ ଜାନୟାରୀ ୧୭ରୁ ବେଙ୍ଗାଲୁରୁ ଏବଂ କୋଲକାତାରୁ ଅଯୋଧ୍ୟାକୁ ସିଧାସଳଖ ବିମାନ ଚଳାଚଳ କରିବ। ଏହା ବ୍ୟତୀତ ଏୟାର ଇଣ୍ଡିଆ ଏକ୍ସପ୍ରେସ ଜାନୁୟାରୀ ୩୦ରୁ ଦିଲ୍ଲୀ ଏବଂ ଅଯୋଧ୍ୟା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବ।

ବେଙ୍ଗାଲୁରୁ ଏବଂ ଅଯୋଧ୍ୟା ମଧ୍ୟରେ ବିମାନ ଟାଇମ୍‌ ଟେବୁଲ ବିଷୟରେ ସୂଚନା ଦେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି ଯେ, ଜାନୁୟାରୀ ୧୭ରେ ସକାଳ ୮.୦୫ରେ ପ୍ରଥମ ବିମାନ ଉଡାଣ ଭରିବ, ଯାହା ଅଯୋଧ୍ୟାରେ ସକାଳ ୧୦.୩୫ରେ ପହଞ୍ଚିବ। ସେହିପରି ଅଯୋଧ୍ୟାରୁ ଅପରାହ୍ନ ୩.୪୦ମିନିଟରେ ଉଡାଣ ଭରି ସନ୍ଧ୍ୟା ୬.୧୦ମିନିଟରେ ବେଙ୍ଗାଲୁରୁରେ ପହଞ୍ଚିବ। ଅଯୋଧ୍ୟାରୁ ପ୍ରଥମ ବିମାନ ଜାନୁୟାରୀ ୧୭ରେ ସକାଳ ୧୧.୦୫ରେ ଉଡାଣ ଭରିବ ଏବଂ ଦିନ ୧୨.୫୦ ରେ କୋଲକାତାରେ ପହଞ୍ଚିବ। ସେହିପରି କୋଲକାତାରୁ ଦିନ ୧.୨୫ରୁ ବାହାରି ଅପରାହ୍ନ ୩.୧୦ରେ ଅଯୋଧ୍ୟାରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri