ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…

ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆର ୟୁନିଅନ ଧର୍ମଘଟ କରିବାକୁ ଯୋଜନା କରିଛି।

ଏୟାର ଇଣ୍ଡିଆର କର୍ମଚାରୀମାନଙ୍କ ୬ ମାସ ମଧ୍ୟରେ ଆବଣ୍ଟିତ ଘର ଖାଲି କରିବାକୁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀଙ୍କ ମଧ୍ୟରେ ଏହି ଆଦେଶ ବିରୁଦ୍ଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୦୨୧ ନଭେମ୍ବର ୨ରୁ ହରତାଳ କରିବାକୁ ଏୟାର ଇଣ୍ଡିଆ ୟୁନିଅନ ମୁମ୍ବାଇର ଶ୍ରମ କମିଶନରଙ୍କୁ ସୂଚନା ଦେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନିୟମ ଅନୁଯାୟୀ ଧର୍ମଘଟ କରିବା ପୂର୍ବରୁ ୟୁନିଅନକୁ ୨ ସପ୍ତାହ ନୋଟିସ ଦେବା ଆବଶ୍ୟକ। ଏୟାର ଇଣ୍ଡିଆ ମିଳିତ କାର୍ଯ୍ୟ କମିଟି ପକ୍ଷରୁ ମୁମ୍ବାଇର ଆଞ୍ଚଳିକ ଶ୍ରମ କମିଶନରଙ୍କୁ ଏହି ବିଜ୍ଞପ୍ତି ଦିଆଯାଇଛି।

ଅକ୍ଟୋବର ୫ରେ କର୍ମଚାରୀମାନଙ୍କୁ ଏକ ନୋଟିସ୍‌ ମିଳିଥିଲା। ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା ଯେ, କର୍ମଚାରୀମାନେ ୨୦ ଅକ୍ଟୋବର ୨୦୨୧ ସୁଦ୍ଧା ଏୟାର ଇଣ୍ଡିଆର ଘରୋଇକରଣର ୬ ମାସ ମଧ୍ୟରେ ଘର ଖାଲି କରିବାକୁ ଲିଖିତ ଆକାରରେ ଦେବେ। ଏହା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ବିତ୍ପାତ: ମୃତ୍ୟୁସଂଖ୍ୟା ୧୪୫; ବିହାର ଉପମୁଖ୍ୟମନ୍ତ୍ରୀ ଓ ପରିବାରଙ୍କୁ ଉଦ୍ଧାର କଲା ଏନ୍‌ଡିଆର୍‌ଏଫ୍‌

ନୂଆଦିଲ୍ଲୀ, ୧ା୧୦(ପି.ଟି.): ବିହାର ଓ ଉତ୍ତରପ୍ରଦେଶ ସମେତ ୪ ରାଜ୍ୟରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୧୪୫ରେ ପହଞ୍ଚିଛି। ଲଗାଣ ବର୍ଷା ଯୋଗୁ କେତେକ ରାଜ୍ୟରେ ବନ୍ୟା ସ୍ଥିତି...

୩ ଦିନରେ ଲକ୍ଷାଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୦ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ୩ ଦିନ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା...

ଦିନେ ବଢିଲେ ଦିନେ କମୁଛି

ନୂଆଦିଲ୍ଲୀ,୨୪।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ପ୍ରଧାନମନ୍ତ୍ରୀ ଆମେରିକାରୁ ଭାରତ ଆଣୁଛନ୍ତି ‘ସ୍ପେଶାଲ-୧୫୭’ ପ୍ରାଚୀନ କଳାକୃତି…

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତ ଶେଷ କରି ଭାରତ ଫେରିବେ। ପ୍ରଧାନମନ୍ତ୍ରୀ ସାଙ୍ଗରେ ଆମେରିକାରୁ ଭାରତକୁ ‘ସ୍ପେଶାଲ-୧୫୭’ ପ୍ରାଚୀନ କଳାକୃତି...

କ୍ଷମତାକୁ ଆସିଲେ କ୍ୟାବିନେଟର ପ୍ରଥମ ଦିନରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବେ ତେଜସ୍ୱୀ

ପାଟନା,୨୭ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବଳେ ସମସ୍ତ ରାଜନୈତିକ ଦଳ ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ନୂଆ ନୂଆ ଯୋଜନା...

ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ

ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ...

ରାଫାଲ ଚୁକ୍ତିକୁ ନେଇ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ, ୨୩ା୮ : ଫ୍ରାନ୍ସରୁ କିଣାଯାଇଥିବା ରାଫାଲ ଯୁଦ୍ଧବିମାନକୁ ନେଇ ସରକାର ଉତ୍ସାହିତ ହୋଇପଡ଼ିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ରାଫାଲ ଚୁକ୍ତିକୁ...

ଫେବୃୟାରୀରେ ଶିଳ୍ପ ଉତ୍ପାଦନ ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଚଳିତ ବର୍ଷ ଫେବୃୟାରୀ ମାସରେ ଦେଶର ଶିଳ୍ପ ଉତ୍ପାଦନ ୪.୫% ବୃଦ୍ଧି ଘଟିଛି। ଖଣି ,ମାନୁଫାକଚରିଂ ଏବଂ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଆସିବା...

Advertisement
Archives

Model This Week