କୁଏଟ୍‌ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ

ନୂଆଦିଲ୍ଲୀ,୧୪ା୬: କୁଏଟ୍‌ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଯିଏ କି ଶୀଘ୍ର ମୃତଦେହଗୁଡ଼ିକ ଶୀଘ୍ର ଫେରିବା ନେଇ କୁଏଟ୍‌ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ବୟ ରକ୍ଷା କରିଥିଲେ।

ବିମାନଟି କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଏର୍ନାକୁଲମ ରେଞ୍ଜ ଡିଜି ପୁଟା ବିମଲାଦିତ୍ୟ କହିଛନ୍ତି, ‘ମୃତଦେହ ଗ୍ରହଣ କରିବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛୁ। ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛୁ। ମୃତଦେହ ମିଳିବା ମାତ୍ରେ ଯଦି ସେମାନେ ଯାଆନ୍ତି ସେମାନଙ୍କୁ ଉପଯୁକ୍ତ ଢଙ୍ଗରେ ନିଆଯିବ ୨୩ଟି ମୃତଦେହ କେରଳର, ୭ଟି ତାମିଲନାଡୁର ଏବଂ ଗୋଟିଏ କର୍ନାଟକର।
କୁଏଟ୍‌ରୁ ବିମାନ ଛାଡ଼ିବା ପୂର୍ବରୁ କୁଏଟ୍‌ରେ ଥିବା ଭାରତୀୟ ଦୂତାବାସ ଭାରତୀୟ ବାୟୁସେନାର ଏହି ସ୍ବତନ୍ତ୍ର ବିମାନର ‘ଏକ୍ସ’ ହ୍ୟାଣ୍ଡେଲରେ ବିଦାୟ ନେଇଥିବା ଖବର ପୋଷ୍ଟ କରିଥିଲା। ଭାରତୀୟ ଦୂତାବାସ ଏକ୍ସରେ ଲେଖିଛି, କୁଏଟ୍‌ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ମୃତଦେହ ଧରି କୋଚି ଅଭିମୁଖେ ଯାଉଛି। ଏହି ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ କୁଏଟ୍‌ଣ ମଙ୍ଗଫ ଅଞ୍ଚଳରେ ଥିବା ବହୁ ମହଲା କୋଠାରେ ଅଗ୍ନିକାଣ୍ଡରେ ୪୯ ଜଣ ବିଦେଶୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ପିଟିଆଇ ଅନୁଯାୟୀ,କୁଏଟ୍‌ର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଶେଖ ଫାହଦ ଅଲ୍‌-ୟୁସୁଫ୍‌ ଅଲ-ସାବ କହିଛନ୍ତି, ଅଧିକାରୀମାନେ ୪୮ଟି ମୃତଦେହ ଚିହ୍ନଟ କରିଛନ୍ତି, ସେଥିମଧ୍ୟରୁ ୪୫ ଜଣ ଭାରତୀୟ ଏବଂ ତିନୋଟି ଫିଲିପାଇନ୍ସ। ଅବଶିଷ୍ଟ ମୃତଦେହକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି। ଅଧିକାରୀ କହିଛନ୍ତି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଭାରତୀୟ କେରଳର।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri