ଭାରତ ଛାଡିପାରେ ଏୟାର ଏସିଆ ଗ୍ରୁପ

କୁଆଲାଲମ୍ପୂର: ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଣକାରୀ ମାଲେସିଆ ଭିତ୍ତିକ କମ୍ପାନୀ ଏୟାର ଏସିଆ ଗ୍ରୁପ ଭାରତ ନିବେଶ ପ୍ରସ୍ତାବ ଉପରେ ବର୍ତ୍ତମାନ ବିଚାର କରୁଛି। ଭାରତରେ ଟାଟା ସହ ମିଳିତ ହୋଇ ଏହି କମ୍ପାନୀ ସେବା ଯୋଗାଣ କରୁଥିବା ବେଳେ ଘରୋଇ ବଜାର ଛାଡିପାରେ ବୋଲି ଆଲୋଚନା ଜୋର ଧରିଛି। ଘରୋଇ ବଜାରରେ ନିବେଶ ପ୍ରସଙ୍ଗ ଉପରେ ଏହି କମ୍ପାନୀ ବର୍ତ୍ତମାନ ତର୍ଜମା କରୁଛି। କମ୍ପାନୀ ବର୍ତ୍ତମାନ ଆର୍ଥତ୍କ ଚାପ ଦେଇ ଗତି କରୁଛି। ଫଳରେ ଏହା ଅଧିକ କ୍ଷତି ଭରଣା କରିବା ସପକ୍ଷରେ ନାହିଁ। କାରବାରକୁ ବ୍ୟବସ୍ଥିତ କରି କମ୍ପାନୀର ଆର୍ଥତ୍କ ଚାପ କମାଇବା ସପକ୍ଷରେ ଏହା କାମ କରୁଥିବା କହିଛି। ନିକଟରେ ଜାପାନରେ ରହିଥିବା କାରବାରକୁ ଏହା ବନ୍ଦ କରିଛି। କମ୍ପାନୀ ଭାରତ ପାଇଁ ସମାନ ନୀତି ଆପଣାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଟାଟାସନ୍ସ ସହ ମିଳିତ ହୋଇ ଏୟାର ଏସିଆ ଇଣ୍ଡିଆ ନାମରେ ଏହା ସେବା ଦେଉଛି। ଏହି ଯୌଥ ଉଦ୍ୟୋଗରେ ଏୟାର ଏସିଆର ଗ୍ରୁପର ୪୯% ଅଂଶଧନ ରହିଛି। ଟାଟା ନିକଟରେ ୫୧% ଅଂଶଧନ ରହିଛି।
ଯୌଥ ଉଦ୍ୟୋଗରେ ରହିଥିବା ଅଧିକାଂଶ ଅଂଶଧନକୁ ନିଜ ନିକଟରେ ରଖିବା ଲାଗି ଟାଟାସନ୍ସ ପ୍ରକ୍ରିୟା ଜାରି କରିଥିବା ବେଳେ ଗତ ମାସରେ ଆଲୋଚନାରେ ସାମିଲ ହୋଇଥିବା ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆସିଆନ ଅଞ୍ଚଳରେ ସ୍ଥିତି ଦୃଢ କରିବା ଲାଗି କାରବାର ବ୍ୟବସ୍ଥିତ କରିବା ଯୋଜନା ରହିଥିବା ଗତ ସେପ୍ଟେମ୍ବରରେ ଗ୍ରୁପ ଚିଫ୍‌ ଏକଜିକ୍ୟୁଟିଭ ଟୋନି ଫର୍ନାଣ୍ଡିଜ କହିଥିଲେ। ପୁଣି ବଜାରକୁ ଦୃଢ ହୋଇ ଫେରିବା ନେଇ କମ୍ପାନୀର ଯୋଜନା ରହିଛି। କରୋନା ସ୍ଥିତି ସୁଧୁରିଲେ କମ୍ପାନୀ ଏ ଦିଗରେ ଯୋଜନା ହାତକୁ ନେବ। କରୋନା ଯୋଗୁ ସାରା ବିଶ୍ୱର ବିମାନ ଶିଳ୍ପ ବଜାର ପ୍ରଭାବିତ ହୋଇ ରହିଛି। ଏହି ସ୍ଥିତି ସୁଧୁରିବାକୁ ୨୦୨୧ ମଧ୍ୟ ଭାଗ ହୋଇଯିବ ବୋଲି ଏୟାର ଏସିଆ ଗ୍ରୁପର ସଭାପତି ବୋ ଲିଙ୍ଗମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?