ଭାରତ ଛାଡିପାରେ ଏୟାର ଏସିଆ ଗ୍ରୁପ

କୁଆଲାଲମ୍ପୂର: ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଣକାରୀ ମାଲେସିଆ ଭିତ୍ତିକ କମ୍ପାନୀ ଏୟାର ଏସିଆ ଗ୍ରୁପ ଭାରତ ନିବେଶ ପ୍ରସ୍ତାବ ଉପରେ ବର୍ତ୍ତମାନ ବିଚାର କରୁଛି। ଭାରତରେ ଟାଟା ସହ ମିଳିତ ହୋଇ ଏହି କମ୍ପାନୀ ସେବା ଯୋଗାଣ କରୁଥିବା ବେଳେ ଘରୋଇ ବଜାର ଛାଡିପାରେ ବୋଲି ଆଲୋଚନା ଜୋର ଧରିଛି। ଘରୋଇ ବଜାରରେ ନିବେଶ ପ୍ରସଙ୍ଗ ଉପରେ ଏହି କମ୍ପାନୀ ବର୍ତ୍ତମାନ ତର୍ଜମା କରୁଛି। କମ୍ପାନୀ ବର୍ତ୍ତମାନ ଆର୍ଥତ୍କ ଚାପ ଦେଇ ଗତି କରୁଛି। ଫଳରେ ଏହା ଅଧିକ କ୍ଷତି ଭରଣା କରିବା ସପକ୍ଷରେ ନାହିଁ। କାରବାରକୁ ବ୍ୟବସ୍ଥିତ କରି କମ୍ପାନୀର ଆର୍ଥତ୍କ ଚାପ କମାଇବା ସପକ୍ଷରେ ଏହା କାମ କରୁଥିବା କହିଛି। ନିକଟରେ ଜାପାନରେ ରହିଥିବା କାରବାରକୁ ଏହା ବନ୍ଦ କରିଛି। କମ୍ପାନୀ ଭାରତ ପାଇଁ ସମାନ ନୀତି ଆପଣାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଟାଟାସନ୍ସ ସହ ମିଳିତ ହୋଇ ଏୟାର ଏସିଆ ଇଣ୍ଡିଆ ନାମରେ ଏହା ସେବା ଦେଉଛି। ଏହି ଯୌଥ ଉଦ୍ୟୋଗରେ ଏୟାର ଏସିଆର ଗ୍ରୁପର ୪୯% ଅଂଶଧନ ରହିଛି। ଟାଟା ନିକଟରେ ୫୧% ଅଂଶଧନ ରହିଛି।
ଯୌଥ ଉଦ୍ୟୋଗରେ ରହିଥିବା ଅଧିକାଂଶ ଅଂଶଧନକୁ ନିଜ ନିକଟରେ ରଖିବା ଲାଗି ଟାଟାସନ୍ସ ପ୍ରକ୍ରିୟା ଜାରି କରିଥିବା ବେଳେ ଗତ ମାସରେ ଆଲୋଚନାରେ ସାମିଲ ହୋଇଥିବା ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆସିଆନ ଅଞ୍ଚଳରେ ସ୍ଥିତି ଦୃଢ କରିବା ଲାଗି କାରବାର ବ୍ୟବସ୍ଥିତ କରିବା ଯୋଜନା ରହିଥିବା ଗତ ସେପ୍ଟେମ୍ବରରେ ଗ୍ରୁପ ଚିଫ୍‌ ଏକଜିକ୍ୟୁଟିଭ ଟୋନି ଫର୍ନାଣ୍ଡିଜ କହିଥିଲେ। ପୁଣି ବଜାରକୁ ଦୃଢ ହୋଇ ଫେରିବା ନେଇ କମ୍ପାନୀର ଯୋଜନା ରହିଛି। କରୋନା ସ୍ଥିତି ସୁଧୁରିଲେ କମ୍ପାନୀ ଏ ଦିଗରେ ଯୋଜନା ହାତକୁ ନେବ। କରୋନା ଯୋଗୁ ସାରା ବିଶ୍ୱର ବିମାନ ଶିଳ୍ପ ବଜାର ପ୍ରଭାବିତ ହୋଇ ରହିଛି। ଏହି ସ୍ଥିତି ସୁଧୁରିବାକୁ ୨୦୨୧ ମଧ୍ୟ ଭାଗ ହୋଇଯିବ ବୋଲି ଏୟାର ଏସିଆ ଗ୍ରୁପର ସଭାପତି ବୋ ଲିଙ୍ଗମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri