୭ ଦିନିଆ ଗଞ୍ଜାମ ଗସ୍ତରେ ଏଆଇସିସି ସଭ୍ୟ: ଭାଜପା-କଂଗ୍ରେସ ସଂଗଠନ ସଜାଡ଼ିବାରେ ବ୍ୟସ୍ତ, ବିଜେଡି ନୀରବ

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ଗତ ସାଧାରଣ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟ ସହ ଭାଜପାରୁ ବିଧାୟକ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହୋଇଥିଲେ। ଏହାପରେ ପ୍ରଦ୍ୟୁମ୍ନ ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଲାଗି ପଡ଼ିଥିଲେ। ଫଳରେ ବିଜେଡି, କଂଗ୍ରେସର ଅନେକ ଆଗଧାଡ଼ିର ନେତା, ବ୍ଲକ ଅଧ୍ୟକ୍ଷ, ଅନେକ ସମିତିସଭ୍ୟ, ସରପଞ୍ଚ ପ୍ରମୁଖ ପ୍ରଦ୍ୟୁମ୍ନଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଭାଜପାରେ ମିଶିଗଲେ। ଆଉ କିଛି ବିଜେଡି ନେତା କଂଗ୍ରେସକୁ ଚାଲିଗଲେ। ଏହିଭଳି ପରିସ୍ଥିତିରେ ବିଜେଡିର ଦଳୀୟ ସଂଗଠନ ଧିରେ ଧିରେ ଦୁର୍ବଳ ହେଉଛି। ପଞ୍ଚାୟତ ଏବଂ ପୌର ନିର୍ବାଚନ ଆହୁରି ବହୁତ୍ ଦିନ ବାକି ଅଛି। ତଥାପି ଭାଜପା ଏବଂ କଂଗ୍ରେସ ନେତାମାନେ ନିଜର ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ବିଜେଡି ସମ୍ପୂର୍ଣ୍ଣ ନୀରବ ଅଛି। ପ୍ରଦ୍ୟୁମ୍ନଙ୍କ ନେତୃତ୍ୱରେ ଭାଜପା ଇତିମଧ୍ୟରେ ସାଂଗଠନିକ କ୍ଷେତ୍ରରେ ବହୁ ଆଗକୁ ଚାଲି ଯାଇଥିବା ବେଳେ ତାକୁ ମୁକାବିଲା କରିବା ପାଇଁ ବର୍ତ୍ତମାନ କଂଗ୍ରେସ ଉଦ୍ୟମ କରୁଛି।

ଏହିଭଳି ପରିସ୍ଥିତିରେ ଏଆଇସିସି ସଭ୍ୟ ସଚିନ ନାୟକ ୭ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ବୁଧବାରଠାରୁ ଆସିଛନ୍ତି। ସଙ୍ଗଠନ ସୃଜନ ମାଧ୍ୟମରେ ସେ ଦଳର କର୍ମୀଙ୍କଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତଙ୍କ ସହ ମିଶି ଦଳୀୟ ସଂଗଠନ ଉପରେ ଆଲୋଚନା କରୁଛନ୍ତି। ଏହି ସମୟରେ ସେ କର୍ମୀମାନଙ୍କ ଭାବନାକୁ ଲକ୍ଷ୍ୟ କରୁଛନ୍ତି। ଆସିକା ଲୋକ ସଭାର ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀ ଏବଂ ଭଞ୍ଜନଗର ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ହୋଇଥିବା ନୂଆ କଂଗ୍ରେସ ସାଂଗଠନିକ ଜିଲା ପାଇଁ ସଭାପତି ନିର୍ବାଚନ ହେବ। ତେଣୁ ଏହା ପୂର୍ବରୁ ସଚିନ ତଳସ୍ତରରେ କର୍ମୀ ଏବଂ ନେତାଙ୍କୁ ଭେଟି ଆଲୋଚନା କରୁଛନ୍ତି। ଏହାପରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ। ଉକ୍ତ ରିପୋର୍ଟକୁ ଆଧାର କରି ସଭାପତି ନିର୍ବାଚନ ହେବା ସମ୍ଭାବନା ରହିଛି। ଚଳିତ ସଭାପତି ନିର୍ବାଚନରେ କଂଗ୍ରେସ ଦଳ ତଳସ୍ତରରେ ଥିବା କର୍ମୀଙ୍କ ଭାବନାକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ବୁଧବାର ସଚିନଙ୍କ ଗସ୍ତ ଭଞ୍ଜନଗର ବ୍ଲକରୁ ଆରମ୍ଭ ହୋଇଥିଲା। ଏହାପରେ ଜଗନ୍ନାଥପ୍ରସାଦ ବ୍ଲକକୁ ଯାଇଥିଲେ।

ଏହି ସମୟରେ ଗଞ୍ଜାମ ପଶ୍ଚିମର ସଂଯୋଜକ ଦେବକାନ୍ତ ଶର୍ମା କାର୍ଯ୍ୟକ୍ରମକୁ ସଂଯୋଜନା କରୁଛନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ବି ଦଣ୍ଡପାଣି ପାତ୍ର, ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବୀ ବିଷୋୟୀ,ବରିଷ୍ଠ ନେତା କୁଲୁ ଭୂୟାଁ, ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବିଷୋୟୀ, ପୂର୍ବତନ ପିସିସି ସଂପାଦକ ସନ୍ତୋଷ ଦିଗାଲ, ପୂର୍ବତନ ଜଗନ୍ନାଥପ୍ରସାଦ ବ୍ଲକ କଂଗ୍ରେସ ସଭାପତି ବିଦ୍ୟାଧର ପ୍ରଧାନ, ପୂର୍ବତନ ଜିଲା କଂଗ୍ରେସ ସଂପାଦକ ଜବହାରଲାଲ ସାହୁ, ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସନ୍ତୋଷ ପ୍ରଧାନ (ମଣ୍ଟୁ), କଂଗ୍ରେସ ନେତା ବାପୁନା ରାଉତ, ପୂର୍ବତନ ସରପଞ୍ଚ ଟୁଟୁ ପ୍ରଧାନ, ମହେନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନ କିଭଳି ଆଗକୁ ବଢ଼ିବ ସେନେଇ ମତାମତ ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri