ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌ ମିଲାନ ରୋକେ ଡମ୍ପୟାର୍ଡକୁ ସବୁଜ ଜଙ୍ଗଲ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଡମ୍ପୟାର୍ଡରେ କେବଳ ବିଭିନ୍ନ କିସମର ଫଳଗଛ ଲଗାଇଛନ୍ତି, ଯାହାଫଳରେ ସେଥିରୁ କିଛି ଉତ୍ପାଦନ ହୋଇପାରୁଛି। ଜିଥ୍‌ଙ୍କ ବୟସ ୪୮। ସେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେ ଯେଉଁଠି ରହୁଥିଲେ ସେଠାରେ ଗଛର ଅଭାବ ଥିଲା। ଏଣୁ ସେ ପ୍ରଥମେ ଆଖପାଖ ଅଞ୍ଚଳରେ ଗଛ ଲଗାଇବା ଆରମ୍ଭ କରିଥିଲେ। ପରେ ଚାକିରି ଛାଡ଼ି ସେ ମାଙ୍ଗାଲୋର ଗ୍ରୀନ୍‌ ବ୍ରିଗ୍ରେଡ୍‌ ପ୍ରୋଜେକ୍ଟ ମାଧ୍ୟମରେ ଗଛ ଲଗାଇ ଏବେ ଟେକ୍‌ମ୍ୟାନ୍‌ରୁ ଜଣେ ପରିବେଶବିତ୍‌ ହୋଇଗଲେଣି। ଜିଥ୍‌ ୮ ବର୍ଷ ହେଲା ଡମ୍ପୟାର୍ଡ ତଥା ଅନ୍ୟ ଅବ୍ୟବହୃତ ଜମିରେ ଗଛ ଲଗାଉଛନ୍ତି। ସେ ପ୍ରତିବର୍ଷ ମାଙ୍ଗାଲୋରରେ ୧୨,୦୦୦ ଅଧିକ ଗଛ ଲଗାଉଛନ୍ତି। ୪୨ ଏକର ବିଶିଷ୍ଟ ଏକ ଡମ୍ପୟାର୍ଡରେ ଗଛ ଲଗାଇବା ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ। ଏହା ବ୍ୟତୀତ ସେ ସ୍କୁଲ ଓ କଲେଜରେ ମଧ୍ୟ ଗଛ ଲଗାଉଛନ୍ତି। ଏହାଦ୍ୱାରା ତାଙ୍କ ପ୍ରୋଜେକ୍ଟରେ ଏବେ ଅନେକ ହଜାର ଛାତ୍ରୀଛାତ୍ର ସାମିଲ ହୋଇ ବୃକ୍ଷରୋପଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ସୁଶାନ୍ତ ଗୌରବଙ୍କ ଉଦ୍ୟମରେ ଝାଡ଼ଖଣ୍ଡର ଏକ ଜିଲାରେ ମାଣ୍ଡିଆ ଉପତ୍ାଦନ ୩୦୦ ପ୍ରତିଶତ ବୃଦ୍ଧି ହୋଇପାରିଛି। ଆଇଏଏସ୍‌ ଅଧିକାରୀ ଗୌରବ ଝାଡ଼ଖଣ୍ଡର ଗୁମଲା...

ଦୟାର ଦୟନୀୟ ଅବସ୍ଥା

ଯେଉଁ ନଦୀଜଳରେ କପିଳମୁନି ସ୍ନାନକରିବା ସହ ତପସ୍ୟାକରି ମୋକ୍ଷପ୍ରାପ୍ତି ହୋଇଥିଲେ,ଉକ୍ତ ନଦୀରେ ଅବଗାହନକରି ପଞ୍ଚପାଣ୍ଡବ ପାପମୁକ୍ତ ହୋଇଥିଲେ ଏବଂ ଯେଉଁ ନଦୀ ଦିନେ ଦୟାପରବଶ ହୋଇ...

ଦକ୍ଷତା ବିକାଶରେ ପାଠାଗାର

ନିକଟରେ ପ୍ରାଥମିକ ଶିକ୍ଷକଙ୍କ ନିମନ୍ତେ ପାଠାଗାରର ବ୍ୟବହାର ସମ୍ପର୍କରେ ଏକ ତାଲିମରେ ଯୋଗଦାନ କରିବାର ସୁଯୋଗ ପାଇଥିଲି। ତାଲିମ ଥିଲା ବିଦ୍ୟାଳୟରେ ପାଠାଗାରର ସୃଜନାତ୍ମକ ବ୍ୟବହାରକୁ...

ମେଳା ବି ଡିଜି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭମେଳାର ସେକ୍ଟର ୧୯ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୮ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି। ଦେଖିବାକୁ ଗଲେ ଏହି ଘଟଣାକୁ ଏକ...

ଟ୍ରମ୍ପ୍‌ଙ୍କ ଆରମ୍ଭ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବେ। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ସକାଶେ ଚୁକ୍ତି ହୋଇଯାଇଥିବାରୁ...

ଏଇ ଭାରତରେ

ପ୍ଲାଷ୍ଟିକ ପ୍ରଦୂଷଣ ଏବେ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି ଓ ଭବିଷ୍ୟତରେ ଏହା ଜୀବଜଗତ ପ୍ରତି ଘାତକ ହେବ ବୋଲି ବୈଜ୍ଞାନିକମାନେ ସତର୍କ କରିଦେଇଛନ୍ତି।...

ପଟ ପରିବର୍ତ୍ତନ

ତାସ ଖେଳୁଛନ୍ତି ଯଦି ପଟ ପରିବର୍ତ୍ତନ ହୋଇଗଲା, ଜାଣ ଆପଣଙ୍କ ଖରାପ ବେଳା ଆସିଗଲା। ନିଜର ଆବଶ୍ୟକତା ଥତ୍ବା ପଟ ତୁମ ବିରୋଧୀ ଖେଳାଳି ପାଖକୁ...

ରାଜାଙ୍କ ଘୋଡ଼ା ଓ ସନ୍ନ୍ୟାସୀଙ୍କ ଦାଢ଼ି

ହହୁ ପୁରାକାଳରେ ଜଣେ ରାଜା ଥତ୍ଲେ ଯେ ତାଙ୍କ ପ୍ରତିଷ୍ଠା, ପ୍ରତିପତ୍ତି ଓ ପ୍ରତାପ ପରାକ୍ରମରେ ଖଣ୍ଡମଣ୍ଡଳ ଥରହର ହେଉଥତ୍ଲା। ଦିନେ ରାଜା ଘୋଡ଼ାରେ ବସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri