ମାସକରେ ୪,୦୦୦ ଚାକିରି ନେଇଛି ଏଆଇ

ଓ୍ବାଶିଂଟନ, ୫ା୬ : ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଆମେରିକାରେ ମେ’ ମାସରେ ପ୍ରାୟ ୪,୦୦୦ ଲୋକଙ୍କ ଚାକିରି ଛଡ଼ାଇନେଇଛି। ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ ପକ୍ଷରୁ ଜାରି ମାସିକ ରିପୋର୍ଟରେ ଏହା କୁହାଯାଇଛି। ୩,୯୦୦ କର୍ମଚାରୀ ଛଟେଇ ପାଇଁ ଏଆଇ ଦାୟୀ ବୋଲି ଆମେରିକାର ନିଯୁକ୍ତିଦାତାମାନେ କହିଛନ୍ତି, ଯାହାକି ମେ’ ମାସର ମୋଟ ଛଟେଇର ୪.୯ ପ୍ରତିଶତ।
ଉକ୍ତ ରିପୋର୍ଟ ଅନୁଯାୟୀ ଜାନୁୟାରୀରୁ ମେ’ ମଧ୍ୟରେ ୪,୧୭,୫୦୦ କର୍ମଚାରୀ ଛଟେଇ ହେଲେଣି, ଯାହାକି ୨୦୨୦ରୁ ଇତିମଧ୍ୟରେ କୌଣସି ବର୍ଷର ପ୍ରଥମ ୫ ମାସରେ ସର୍ବାଧିକ ଛଟେଇ। କୋଭିଡ୍‌ ମହାମାରୀ ପାଇଁ ୧୪ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ଚାକିରି ହରାଇଥିଲେ। ମହାମାରୀ ପରେ ୨୦୨୩ ପ୍ରଥମ ଭାଗରେ ସର୍ବାଧିକ ଛଟେଇ ହେଲାଣି। ଗ୍ରାହକମାନଙ୍କ ବିଶ୍ୱାସ ୬ ମାସ ତଳକୁ ଖସିଯାଇଥିବାବେଳେ ନିଯୁକ୍ତି ସୃଷ୍ଟି ହେଉନାହିଁ। ମାନ୍ଦାବସ୍ଥା ଯୋଗୁ କମ୍ପାନୀଗୁଡ଼ିକ ନିଯକ୍ତି ବନ୍ଦ କରିଦେଇଥିବା ଶ୍ରମ ବିଶେଷଜ୍ଞ ତଥା ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ର ବରିଷ୍ଠ ଉପାଧ୍ୟକ୍ଷ ଆଣ୍ଡ୍ର୍ୟୁ ଚ୍ୟାଲେଞ୍ଜର କହିଛନ୍ତି। ଏଆଇକୁ ବାଦ୍‌ ଦେଲେ ବ୍ୟବସାୟ ବନ୍ଦ ହେବା ମେ’ ମାସ ଛଟେଇର ଅନ୍ୟତମ ମୁଖ୍ୟ କାରଣ। ବ୍ୟବସାୟ ବନ୍ଦ କାରଣରୁ ୧୯,୬୦୦ ଲୋକ ନିଯୁକ୍ତି ହରାଇନ୍ତି। ୧୪,୬୦୦ ଛଟେଇ ପାଇଁ ବଜାର/ଆର୍ଥତ୍କ ସ୍ଥିତି ଦାୟୀ ହୋଇଥିବାବେଳେ ୧୨,୯୦୦ ଛଟେଇ ସମ୍ପର୍କରେ କୌଣସି କାରଣ ଦିଆଯାଇ ନାହିଁ। ଚଳିତ ବର୍ଷର ପ୍ରଥମ ୫ ବର୍ଷରେ ଆର୍ଥତ୍କ ସ୍ଥିତି କାରଣରୁ ପାଖାପାଖି ୨,୦୬,୩୦୦ ଲୋକ ନିଯୁକ୍ତି ହରାଇଲେଣି।
ସାହିତ୍ୟ ସୃଷ୍ଟି ଭଳି ସୃଜନାତ୍ମକ କାର୍ଯ୍ୟ, ପ୍ରଶାସନିକ ଓ କିରାଣି କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟକୁ ସ୍ବୟଂକ୍ରିୟ କରାଇବା ପାଇଁ ସାରା ବିଶ୍ୱରେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଅତ୍ୟାଧୁନିକ ଏଆଇ ଟେକ୍‌ନୋଲୋଜି ଆପଣାଉଥିବାବେଳେ ଏହା କର୍ମଚାରୀ ଛଟେଇର ଅନ୍ୟତମ କାରଣ ବୋଲି ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ ରିପୋର୍ଟରେ କୁହାଯାଇଛି। ନିଯୁକ୍ତିଦାତା ଚାଟ୍‌ଜିପିଟି ବ୍ୟବହାର କରିବାକୁ ନିଷ୍ପତ୍ତି ନେବା ପରେ ଦୁଇଜଣ କପିରାଇଟର ଜୀବିକା ହରାଇଥିବା ପ୍ରକାଶ ପାଇଥିଲା। ନିବନ୍ଧ ଲେଖିବା ପାଇଁ ମିଡିଆ କମ୍ପାନୀ ସିଏନ୍‌ଇଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବା ପରେ କେତେଜଣ ଖବରଦାତାଙ୍କୁ ଛଟେଇ କରିଛି। ସାରା ବିଶ୍ୱରେ ଏଆଇ ୩୦ କୋଟି ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ଛଟେଇ କରିପାରେ ଏବଂ ୨୦% ନିଯୁକ୍ତି ପ୍ରଭାବିତ ହୋଇପାରେ ବୋଲି ମାର୍ଚ୍ଚରେ ଗୋଲ୍ଡମ୍ୟାନ୍‌ ସାଚସ୍‌ ପୂର୍ବାନୁମାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri