Posted inଖେଳ

ଫାଇନାଲ ପାଇଁ ପ୍ରସ୍ତୁତ ଅମହମ୍ମଦାବାଦ: ଟସ୍‌ ପୂର୍ବରୁ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ, ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦି

ଅମହମ୍ମଦାବାଦ, ୧୮ା୧୧: କପିଳ ଦେବଙ୍କ ଦଳ ୧୯୮୩ରେ ବିଶ୍ୱ କପ୍‌ ଜିତିଲା ସେତେବେଳେ ଭାରତରେ କ୍ରିକେଟ ଏକ ଅନ୍ୟତମ ଖେଳ ରହିଥିଲା। ଏହି ସଫଳତା ପାଇଁ ସେମାନଙ୍କୁ ଉପଯୁକ୍ତ ପୁରସ୍କାର ମିଳି ନ ଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତ ଲତା ମଙ୍ଗେସ୍କର କ୍ରିକେଟର ଜଣେ ବଡ଼ ସମର୍ଥକ ଭାବେ ଜଣାଶୁଣା ଥିଲେ। ସେ ଏକ କନସର୍ଟ ପାର୍ଟିର ଆୟୋଜନ କରିଥିଲେ, ଯଦ୍ଦ୍ବାରାକି ଭାରତୀୟ କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟ ଜଣକା ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପାଇପାରିଥିଲେ।

୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ବିଶ୍ୱକପ୍‌ ଜିତିଲା ସେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ଧନଶାଳୀ କ୍ରିକେଟ ବୋର୍ଡରେ ପରିଣତ ହୋଇ ସାରିଥିଲା। ୨୦୮୩ ରୁ ୨୦୧୧ ମଧ୍ୟରେ ୨୮ବର୍ଷରେ କ୍ରିକେଟ ଏକ ଶିଳ୍ପରେ ପରିଣତ ହୋଇଯାଇଥିଲା। ଏହାର ୧୨ବର୍ଷ ପରେ ରୋହିତ ଶର୍ମା ଏବଂ ତାଙ୍କ ଦଳ ତୃତୀୟ ଥର ଦେଶ ପାଇଁ କପ୍‌ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ରବିବାର ଖେଳାଯିବ। ବର୍ତ୍ତମାନ କ୍ରିକେଟ ଦେଶ ପାଇଁ ‘ସଫ୍ଟ ପାଓ୍ବାର’ର ଏକ ମାଧ୍ୟମ ପାଲଟିଯାଇଛି। କୌଣସି ଦେଶ ଖେଳ ଏବଂ ସଂସ୍କୃତିକୁ ଉପଯୋଗ କରି ଜିଓ ପଲଟିକାଲ ପ୍ରଭାବ ବିସ୍ତାର କରିବାରେ ଉପଯୋଗ କଲେ ସେ କ୍ଷେତ୍ରରେ ‘ସଫ୍ଟ ପାଓ୍ବାର’ ଶବ୍ଦ ବ୍ୟବହାର କରାଯାଇଥାଏ। ରବିବାର ଫାଇନାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି, ଭାରତୀୟ ବିମାନ ବାହିନୀ ଦ୍ୱାରା ଗ୍ରାଣ୍ଡ ଏୟାର ଶୋ’ କାର୍ଯ୍ୟକ୍ରମ, ଷ୍ଟାଣ୍ଡରୁ ଦୁଇ ପୂର୍ବତନ ଅଧିନାୟକ କପିଳ ଦେବ ଓ ଧୋନୀଙ୍କ ମ୍ୟାଚ ଦେଖା, ରାଜନେତା ଓ ନାମି ନାମି କଳାକାର ଓ ଅଭିନେତା ଅଭିନେତ୍ରୀଙ୍କ ଉପସ୍ଥିତି ଷ୍ଟାଡିୟମକୁ ଉତ୍ସବ ମୁଖରିତ କରିବ।

ଟସ୍‌ ପଡ଼ିବା ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ସାମିଲ ହେବେ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ ଏବଂ ବର୍ତ୍ତମାନର କୋକ୍‌ ଷ୍ଟୁଡିଓର ‘ଗୋଟିଲୋ’ ଗୀତ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୁଜରାଟୀ ସେନସେଶନ ଆଦିତ୍ୟ ଗାଦାଭି। ଇନିଂସ ବ୍ରେକ୍‌ ସମୟରେ ୫୦୦ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଷ୍ଟାଡିୟମରେ ଅତି କମ୍‌ରେ ୧.୩୦ ଲକ୍ଷ ଲୋକ ଖେଳ ଦେଖିବେ। ବିଶ୍ୱବ୍ୟାପୀ ଅନ୍ୟ ୧.୩୯ ବିଲିୟନ ଲୋକ ଘରେ ବସି ମ୍ୟାଚ ଉପଭୋଗ କରିବେ।

ବିସିସିଆଇ ଆହୁରି ମଧ୍ୟ ୧୯୭୫ ଠାରୁ ୨୦୧୯ ପର୍ଯ୍ୟନ୍ତ ସମସ୍ତ ବିଶ୍ୱକପ୍‌ ବିଜୟୀ ଅଧିନାୟକଙ୍କୁ ସ୍ବତନ୍ତ୍ର ବ୍ଲେଜର ପ୍ରଦାନ କରିବ। ଚଳିତ ବିଶ୍ୱକପ୍‌ରେ ପ୍ରତିଟି ଭାରତ ମ୍ୟାଚରେ ଷ୍ଟାଡିୟମର ଷ୍ଟାଣ୍ଡଠାରୁ ଆରମ୍ଭ କରି ଗଳିକନ୍ଦି ସର୍ବତ୍ର ନୀଳ ରଙ୍ଗ ଦେଖିବାକୁ ମିଳିବ। ଗଳିକନ୍ଦିରେ ବିରାଟ କୋହଲିଙ୍କ ୧୮ ନମ୍ବର ଓ ରୋହିତ ଶର୍ମାଙ୍କ ୪୫ ନମ୍ବର ଜର୍ସିର ଅଧିକ ଚାହିଦା ରହିବ। ଏହା ଏକ ସ୍ମରଣୀୟ ରାତି ହେବ ବୋଲି ଆଶା କରାଯାଉଛି। ତେବେ ଏହା ରୋହିତଙ୍କ ଦଳର ପ୍ରଦର୍ଶନ ଉପରେ ସବୁକିଛି ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri