Posted inଜାତୀୟ

ଭାରତ ଉପରେ ମାଲେସିଆ-ଇଣ୍ଡୋନେସିଆର ସାଇବର ଷ୍ଟାଇକ୍‌

ଅହମ୍ମଦାବାଦ,୮।୭: ଦେଶରେ ଗତ କିଛି ଦିନ ହେଲା ନୁପୁର ଶର୍ମାଙ୍କ ବିବାଦୀୟ ମନନ୍ତବ୍ୟ ପରେ ହିଂସାକାଣ୍ଡ ଘଟିଚାଲିଛି। ଏଭଳି ସ୍ଥିତିରେ ମାଲେସିଆ ଏବଂ ଇଣ୍ଡୋନେସିଆର ମୁସଲମାନ ହ୍ୟାକରମାନେ ଭାରତ ବିରୋଧରେ ସାଇବର ଯୁଦ୍ଧ ଆରମ୍ଭ କରିଛନ୍ତି। ଦୁଇ ଦେଶର ହ୍ୟାକର ଗୋଷ୍ଠୀ ଡ୍ରାଗନ ଫୋର୍ସ ମାଲେସିଆ ଏବଂ ହ୍ୟାକ୍ଟିଭିଷ୍ଟ ଇଣ୍ଡୋନେସିଆ ଉଭୟ ଭାରତ ବିରୋଧରେ ସାଇବର ଷ୍ଟାଇକ୍‌ କରିଛନ୍ତି। ଏପରିକି ଉଭୟ ଗୋଷ୍ଠୀ ଭାରତ ଉପରେ ସାଇବର ଆକ୍ରମଣ କରିବା ପାଇଁ ବିଶ୍ୱର ମୁସ୍‌ଲିମ ହ୍ୟାକରଙ୍କୁ ନିବେଦନ କରିଛନ୍ତି। ହ୍ୟାକର ଗୋଷ୍ଠୀ ଭାରତର ୨ହଜାରରୁ ଅଧିକ ୱେବସାଇଟ ହ୍ୟାକ କରିଛନ୍ତି ବୋଲି ଅହମ୍ମଦାବାଦ ସାଇବର କ୍ରାଇମବ୍ରାଞ୍ଚ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ହ୍ୟାକରମାନେ ନୂପୁର ଶର୍ମାଙ୍କ ଘର ଏବଂ ବ୍ୟକ୍ତିଗତ ବିବରଣୀ ଅନ୍‌ଲାଇନ୍‌ରେ ଉଲ୍ଲେଖ କରିଛନ୍ତି। ଏତଦ୍‌ ବ୍ୟତୀତ ଆସାମର ଏକ ଆଞ୍ଚଳିକ ଚ୍ୟାନେଲର ଲାଇଭ ଟେଲିକାଷ୍ଟରେ ପାକିସ୍ତାନ ପତାକା ଦେଖାଯାଇଥିଲା। ଏପରିକି ହ୍ୟାକରମାନେ ମୁମ୍ବାଇର ଥାଣେ ପୋଲିସ ୱେବସାଇଟକୁ ହ୍ୟାକ କରିଥିବା ଜଣାପଡ଼ିଛି। ସେହିପରି ଆନ୍ଧ୍ରପ୍ରଦେଶ ପୋଲିସର ବ୍ୟକ୍ତିଗତ ବିବରଣୀ ମଧ୍ୟ ଦିଆଯାଇଛି। ଅନ୍‌ଲାଇନ୍‌ରେ ଲୋକଙ୍କ ଆଧାର କାର୍ଡ ଏବଂ ପ୍ୟାନ କାର୍ଡ ମଧ୍ୟ ଲିକ୍‌ ହୋଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅବଗତ କରାଯାଇଛି। ଏ ସମ୍ପର୍କରେ ଅହମ୍ମଦାବାଦ ସାଇବର କ୍ରାଇମ ମାଲେସିଆ ଏବଂ ଇଣ୍ଡୋନେସିଆ ସରକାରଙ୍କୁ ଏକ ଚିଠି ଲେଖିଛି। ଏହି ଚିଠିରେ ଅହମ୍ମଦାବାଦ ସାଇବର କ୍ରାଇମ ଉଭୟ ଗୋଷ୍ଠୀ ପାଇଁ ଇଣ୍ଟରପୋଲ ଲୁକ୍‌ଆଉଟ ନୋଟିସ ଜାରି କରିବାକୁ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri