ସାର କଳାବଜାର ନେଇ ଚଢାଉ: ଜଣଙ୍କୁ ନୋଟିସ

କେନ୍ଦୁଝର, ୨୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୃଷି ବିଭାଗ ଫର୍ଟିଲାଇଜର ସ୍କ୍ବାର୍ଡ ପକ୍ଷରୁ ସୋମବାର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ବଜାରରେ ଥିବା ସାର ବିକ୍ରୟ କେନ୍ଦ୍ର ଉପରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଅଧିକ ଦରରେ ୟୁରିଆ ସାର ବିକ୍ରି ହେଉଥିବା ଜାଣିବାକୁ ପାଇଛନ୍ତି। ତେଣୁ ଜଣେ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। ସମ୍ପୃକ୍ତ ଦୋକାନୀଙ୍କୁ ୩ ଦିନ ମଧ୍ୟର କୈଫିୟତ ତଲବ ନ କଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏପରିକି ଉପସ୍ଥିତ ଚାଷୀଙ୍କୁ ଠିକ୍‌ ଦରରେ ସାର ବିକ୍ରୟ କରିବା ନେଇ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ। ବିନା ଲାଇସେନ୍ସରେ ବିହନ ବିକ୍ରେତା ବ୍ରିଦେଶ ମୁଖାର୍ଜୀଙ୍କ ଦୋକାନ ବନ୍ଦ କରାଯିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏପରି କି ଅଧିକାରୀମାନେ ସାର ବିକ୍ରେତାଙ୍କଠାରୁ ସଂଗ୍ରହ କରାଯାଇଥିବା ପଟାସ୍‌ ସାରର ନମୁନା ଭୁବନେଶ୍ୱର ସ୍ଥିତ ପରୀକ୍ଷାଗାରକୁ ପଠାଇଛନ୍ତି।

ଚଢାଉ ବେଳେ ଅନ୍ୟ କେତେଜଣ ଦୋକାନ ବନ୍ଦ କରି ଲୁଚି ପଳାଇ ଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ପଦ୍ମପୁର ଅଞ୍ଚଳରେ ୟୁରିଆ ସାର ଅଧିକ ଦରରେ ବିକ୍ରି ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରି ଆସୁଥିଲେ। ଅଭିଯୋଗକୁ ଭିତ୍ତି କରି ଏହି ଚଢାଉ କରାଯାଇଥିଲା।

ପର୍ଯ୍ୟାୟ କ୍ରମେ ଅନ୍ୟ ବ୍ଲକରେ ମଧ୍ୟ ଚଢାଉ କରାଯିବ ବୋଲି ଜିଲାସ୍ତରୀୟ ଫର୍ଟିଲାଇଜର ସ୍କ୍ବାର୍ଡ ସଦସ୍ୟ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି। ଏହି ଚଢାଉ ପରେ କେନ୍ଦୁଝରର ଡିଲରମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

ଚଢାଉରେ ସହକାରୀ କୃଷି ନିର୍ଦ୍ଦେଶକ ରବିନ୍ଦ୍ର କୁମାର ସାହୁ, ବ୍ଲକ କୃଷି ଅଧିକାରୀ ସୁଶାନ୍ତ ପଣ୍ଡା, କେନ୍ଦୁଝର ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀଦେବୀ ଶର୍ମା, ଏସ୍‌ଆଇ ହେରଫନା ହଁାସଦା, ଏସ୍‌ଆଇ ବିଜୟ କୁମାର ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ମିହିର କୁମାର ସାହୁ କହିଛନ୍ତି, ଏଭଳି ଚଢାଉ ନିୟମିତ କରାଯାଇ ଲାଇସେନ୍ସ, ଷ୍କକ ଏବଂ ଦର ତାଲିକା ମରାଯାଇଛି କି ନାହିଁ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri