କୃଷିନୀତିରେ ପରିବର୍ତ୍ତନ ଯୋଜନା

ଅନୁଗୋଳ ଅଫିସ, ୬ା୫

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚାଷ ଉପରେ ପଡ଼ୁଛି। ଏଥିଯୋଗୁ କିଛି ବର୍ଷ ହେଲା ଖରିଫ ଋତୁରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏପରି କି ଫସଲ ଅମଳରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ବଦଳୁଥିବା ପାଣିପାଗକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ୁଥିବାବେଳେ ଏହାର ମୁକାବିଲା ନିମନ୍ତେ କୃଷିନୀତିରେ କିଛିଟା ପରିବର୍ତ୍ତନ ଯୋଜନା କରୁଛି ଅନୁଗୋଳ ଜିଲା କୃଷି ବିଭାଗ। ଚଳିତ ଖରିଫ ଋତୁରେ ପୂର୍ବାପେକ୍ଷା ଅଧିକ ଜମିରେ ଅଣଧାନ ଚାଷ ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଏ ନେଇ ଜିଲାସ୍ତରୀୟ ଷ୍ଟ୍ରାଟେଜି କମିଟିରେ ଆଲୋଚନା ପରେ ଯୋଜନା ଆଗକୁ ବଢ଼ିବ ବୋଲି ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ପ୍ରକାଶ ଯେ, ୨୦୨୧-୨୨ ଖରିଫ ଋତୁରେ ୮୬ ହଜାର ହେକ୍ଟର ଜମିରେ ଫସଲ ଅମଳ କରିବାକୁ ଅନୁଗୋଳ ଜିଲା କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ନିଅଣ୍ଟିଆ ବର୍ଷା କାରଣରୁ ୨୨ ହଜାର ହେକ୍ଟର ଜମି ପଡ଼ିଆ ରହିଗଲା। ଯେଉଁମାନେ ଖାଲୁଆ ଜମିରେ ଫସଲ କରିଥିଲେ, ସେମାନେ ମଧ୍ୟ ଆଶାନୁରୂପ ଫସଲ ପାଇପାରି ନ ଥିଲେ। ଯେଉଁ କେତେକ ସ୍ଥାନରେ ବିଳମ୍ବରେ ଧାନ ବେଉଷଣ ହୋଇଥିଲା, ସେହି ଫସଲକୁ ବିଳମ୍ବିତ ବର୍ଷା ସୁହାଇଥିଲା। ତଥାପି ଧାନ ଅମଳ ଧାର୍ଯ୍ୟଲକ୍ଷ୍ୟ ଛୁଇଁପାରି ନ ଥିଲା। ତେଣୁ ବିଗତ କିଛି ବର୍ଷର ପାଣିପାଗକୁ ଲକ୍ଷ୍ୟ କରି ଜିଲା କୃଷି ବିଭାଗ ପକ୍ଷରୁ ଚଳିତ ଖରିଫ କୃଷିନୀତିରେ ପରିବର୍ତ୍ତନ ଅଣାଯିବାର ଯୋଜନା କରାଯାଇଛି। ଏହି ସମୟରେ ଧାନଚାଷ ସହ ଅଣ ଖରିଫ ଫସଲ କରିବାକୁ ବିଭାଗ ପକ୍ଷରୁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଏ ନେଇ ଜିଲାସ୍ତରୀୟ ଷ୍ଟ୍ରାଟେଜି କମିଟିରେ ଆଲୋଚନା କରାଯିବ। ଏହାପରେ ଆସନ୍ତା ୧୧ ତାରିଖରେ ଝାଡ଼ସୁଗୁଡ଼ାରେ ହେବାକୁ ଥିବା ଜୋନାଲସ୍ତରୀୟ କମିଟିରେ ପ୍ରସ୍ତାବ ରଖାଯିବ। ପରେ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ। ସେଠାରୁ ଅନୁମୋଦନ ମିଳିଲେ ଜିଲାରେ ପାଖାପାଖି ୫ ହଜାର ହେକ୍ଟର ଖରିଫ ଚାଷ ଜମିରେ ଅଣ ଖରିଫ ଚାଷ କରାଯିବ। ତେବେ ଚଳିତବର୍ଷ ଠିକ୍‌ ସମୟରେ ମୌସୁମୀବାୟୁ ଆସିବ ଓ ବର୍ଷା ସ୍ବାଭାବିକ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସ୍ଥିତି ବଦଳିଯିବାର ଅନେକ ନଜିର ରହିଛି। ତେଣୁ ଧାନରୁ ଅଣଧାନ ଚାଷକୁ ଯିବା ପାଇଁ ଚାଷୀମାନଙ୍କ ଏକ କର୍ମଶାଳା କରାଯିବ ବୋଲି ଜିଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri