ମୃତ ୩୦ ଚାଷୀଙ୍କ ନାମରେ କୃଷି ଋଣ:ତଦନ୍ତ ନିର୍ଦ୍ଦେଶ ଦେଲେ ଆର୍‌ସିଏସ୍‌

ଯାଜପୁର,୧୩ା୧୧(ହର୍ଷବର୍ଦ୍ଧନ ବେହେରା):ରାଜ୍ୟର ନିରୀହ ଗରିବ କୃଷକଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ରହିଛି। ଏହି କ୍ରମରେ ୨୦୨୨ ପାକ୍ସ ସମ୍ପାଦକ କିମ୍ବା ପରିଚାଳନା ନିର୍ଦ୍ଦେଶକ ଋଣ ପାସ୍‌ ବହି କିମ୍ବା କେସିସି ଚେକ୍‌ ବୁକ୍‌ ନିଜ ପାଖରେ ରଖିବେ ନାହିଁ କିମ୍ବା ଏହାର ବ୍ୟବହାର କରି ପାରିବେ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହାବାଦ୍‌ ନିୟମିତ ବ୍ୟବଧାନରେ ଋଣ ପାସ୍‌ ବୁକ୍‌ର ତଦନ୍ତ, ବ୍ୟକ୍ତିଗତ ଭାବେ ଋଣୀଙ୍କୁ ଯୋଗାଯୋଗ, ଋଣ ପରିମାଣ ମଞ୍ଜୁର ସଂକ୍ରାନ୍ତରେ ମୋବାଇଲକୁ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଆଦି କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ତେବେ ଏହି ନିର୍ଦ୍ଦେଶ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଯାଜପୁର ଜିଲା ଦଶରଥପୁର ବ୍ଲକ ପାଲଟପୁର ପାକ୍ସରେ ଋଣ କାରବାରରେ ବ୍ୟାପକ ଦୁର୍ନୀତି ହୋଇଛି।
ଅଭିଯୋଗ ଅନୁଯାୟୀ, ବଡକୁଆଁଳ ଗ୍ରାମର ଚାଷୀ ପଞ୍ଚାନନ ମଲିକଙ୍କ ପରଲୋକର ୧୦୮ ଦିନ ପରେ ସେ ବ୍ୟାଙ୍କରୁ ଋଣ ଟଙ୍କା ଉଠାଇଥିବା ଭଳି କୌତୂହଳପୂର୍ଣ୍ଣ ଘଟଣା ସାମ୍‌ନାକୁ ଆସିଛି। ଏହି ସମିତିର ଉପସଭାପତି ଊର୍ମିଳା ବାରିକ, ସରପଞ୍ଚ ଲିପିକା ମଲିକ, ବୋର୍ଡ ସଭ୍ୟ ସରୋଜ ବିଶ୍ୱାଳ, ପ୍ରଫୁଲ୍ଲ କର, ହେମନ୍ତ ମଲିକ, ନରେନ୍ଦ୍ର କୁମାର ସେଠୀ, ତ୍ରିଲୋଚନ ମଲିକ ପ୍ରମୁଖ ଶତାଧିକ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ପାକ୍ସର ସଭାପତି ଅଶ୍ୱିନୀ କୁମାର ନାୟକ ଓ ସମ୍ପାଦକ ବିଶ୍ୱଜିତ ଧଳ ୨୩ ଲକ୍ଷ ୪୨ ହଜାର ଟଙ୍କା ଆତ୍ମସାତ୍‌ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ୮୫୦ ଜଣ ଚାଷୀ ଏବଂ ୨୦୨୪-୨୫ ବର୍ଷରେ ୪୫୦ ଜଣ ଚାଷୀଙ୍କ ପେପର ଟ୍ରାଞ୍ଜାକ୍ସନ(ପିଟି) କରିବା ପାଇଁ ପ୍ରତି ଚାଷୀଙ୍କଠାରୁ ୧୫୦୦ ଟଙ୍କା ଲେଖାଏ ଉକେତ୍ାଚ ନେଇଛନ୍ତି। ନୂଆ ଋଣ କରିବା ପାଇଁ ୨ରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଭିନ୍ନ ଆଳ ଦେଖାଇ ଚାଷୀମାନଙ୍କଠାରୁ ପାସ୍‌ବୁକ୍‌ ଓ ବ୍ୟାଙ୍କ ଚେକ୍‌ ନିଆଯାଇ ସଭାପତି ଓ ସମ୍ପାଦକ ନିଜ ପାଖରେ ରଖୁଛନ୍ତି। ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରି ଚାଷୀଙ୍କ ଅଗୋଚରରେ ସେମାନଙ୍କ ନାମରେ ଋଣ ଟଙ୍କା ଉଠାଣ କରି ଆତ୍ମସାତ୍‌ କରାଯାଉଛି ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ସେଥିରେ ଆହୁରି ଉଲ୍ଲେଖ ରହିଛି, ୨ ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ମୃତ ଚାଷୀଙ୍କ ନାମରେ ଋଣ କରି ସଭାପତି ଓ ସମ୍ପାଦକ ସେହି ଅର୍ଥ ଆତ୍ମସାତ କରିଛନ୍ତି। ବିରିପଟା ପଞ୍ଚାୟତ ବଡକୁଆଁଲ ଗ୍ରାମର ପଞ୍ଚାନନ ମଲିକ ଏହାର ଏକ ଉଦାହରଣ। ପଞ୍ଚାନନଙ୍କ ୨୦୨୩ ଜୁନ୍‌ ୧୨ରେ ପରଲୋକ ହୋଇଥିଲା। ହେଲେ ତାଙ୍କ ନାମରେ ସେଲ୍‌ଫ୍‌ ଚେକ୍‌ ବ୍ୟବହାର କରାଯାଇ ଟିପ ଚିହ୍ନ ଜରିଆରେ ୨୦୨୩ ସେପ୍ଟେମ୍ବର ୨୭ରେ ୧୧,୫୦୦ ଟଙ୍କା ଋଣ ଉଠାଣ କରିଥିବା କଟକ କେନ୍ଦ୍ରୀୟ କୃଷି ସମବାୟ ସମିତି ଦଶରଥପୁର ଶାଖାରେ ପ୍ରମାଣ ରହିଛି। ଉଭୟ ସଭାପତି ଓ ସମ୍ପାଦକଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଯାଞ୍ଚ କଲେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପଦାକୁ ଆସିପାରିବ। ଏହାସହ ବହୁ ଅଣଚାଷୀଙ୍କୁ ଋଣ ଦିଆଯାଉଥିବାବେଳେ ପ୍ରକୃତ ଚାଷୀ ଏଥିରୁ ବାଦ୍‌ ପଡୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଚାଷୀମାନେ ଦର୍ଶାଇଛନ୍ତି।
ଏ ସଂକ୍ରାନ୍ତରେ ଯାଜପୁର ଡିଆର୍‌ସିଏସ୍‌ ଅମୂଲ୍ୟ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ମୃତ ଚାଷୀଙ୍କ ନାମରେ ଋଣ ଉଠାଣ ସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରି ରିପୋର୍ଟ ଦାଖଲ କରି ସାରିଛି। ଆର୍‌ସିଏସ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଉକ୍ତ ରିପୋର୍ଟ ଖୁବ୍‌ଶୀଘ୍ର ଦାଖଲ କରାଯିବ ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri