ରାଜନୀତିରେ ବୟସ ସୀମା

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ମୁହଁାମୁହିଁ ତର୍କମାଳାର ପ୍ରଥମ ଅବସରରେ ଜୋ ବାଇଡେନ୍‌ ଥଙ୍ଗେଇଗଲେ ବୋଲି ଡେମୋକ୍ରାଟ୍‌ ଦଳର ବହୁତ ନେତା କହିହେଲେ ତାଙ୍କୁ ବାର୍ଦ୍ଧକ୍ୟ ଘାରିଲାଣି ଓ ସେ ନିର୍ବାଚନ ରଣାଙ୍ଗନରୁ ଓହରି ଯାଆନ୍ତୁ, ସେ ବି ମାନିନେଲେ ା ଆଉ ଥରେ ଲଢ଼ିବି କହିବାର ଦୁଇ ଦିନ ଭିତରେ ଜୋ ବାଇଡେନ୍‌ କହିଲେ ଦଳର ଲୋକେ ଚାହୁଁ ନ ଥିବାରୁ ସେ ରାଷ୍ଟ୍ରପତି ପଦ ପାଇଁ ଲଢ଼େଇରୁ ଓହରି ଯାଉଛନ୍ତି ା ଫଳରେ କମଳା ହାରିସ୍‌ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ା ଜିତିଲେ ଟ୍ରମ୍ପ୍‌, ବର୍ତ୍ତମାନ ବୟସ ୭୮, କାର୍ଯ୍ୟକାଳ ସରିବା ବେଳକୁ ହେବେ ୮୨, ତଥାପି ରିପବ୍ଲିକାନ୍‌ମାନେ ତାଙ୍କୁ ଜରାଗ୍ରସ୍ତ କହୁନାହାନ୍ତି। ଟ୍ରମ୍ପଙ୍କଠାରୁ ବାଇଡେନ୍‌ ମାତ୍ର ୪ ବର୍ଷ ବଡ଼ ହୋଇଥିଲେ ହେଁ ଡେମୋକ୍ରାଟ୍‌ମାନେ ତାଙ୍କୁ ଅତି ବୁଢ଼ା କରିଦେଲେ ା ତାହାର କାରଣ ବୟସ ବେଶି ହୋଇଗଲେ ଡିମେନ୍‌ସିଆ, ଆମ ଭାଷାରେ ମତିଭ୍ରମତା ବଢ଼େ, ପ୍ରତ୍ୟୁପତ୍ନ୍ନମତିତା ହ୍ରାସ ପାଏ, କ’ଣ କରିଲଣି ବା କ’ଣ କରିବାକୁ ଅଛି ମନେ ପଡ଼େନାହିଁ, ଆଗରୁ ପରିଚିତ ଥିବା ଲୋକର ନଁା ମନେପଡ଼େ ନାହିଁ, ଚାବିକାଠି କେଉଁଠି ରଖିଲ ଖୋଜିବୁଲ ା ବୈଜ୍ଞାନିକମାନେ କହନ୍ତି ମସ୍ତିଷ୍କର ହିସାବୀ ଶକ୍ତି ବା କଗ୍ନିଟିଭ୍‌ କାପାବିଲିଟିି ହ୍ରାସ ପାଏ ା ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁମତ ପାଇ ସରକାର ଗଢ଼ିବାକୁ ଗଲାବେଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଗଲେ; ଦଳର ପୁରୁଖା ଓ ପ୍ରମୁଖ ନେତା ଏଲ୍‌. କେ. ଆଡ୍‌ଭାନୀ, ଏମ୍‌. ଏମ୍‌. ଯୋଶୀ, ସୁମିତ୍ରା ମହାଜନ ପ୍ରମୁଖଙ୍କୁ ପାର୍ଲିଆମେଣ୍ଟାରି ବୋର୍ଡରୁ ଅବସର ଦିଆଗଲା; ମୋଦି ସରକାର ଗଢ଼ିବା ବେଳେ କହିଥିଲେ, ରାଜନେତାମାନେ ୭୫ ବର୍ଷ ବୟସ ପରଠୁ ସକ୍ରିୟ ରାଜନୀତିରେ ନ ରୁହନ୍ତୁ। କଗ୍ନିଟିଭ୍‌ କାପାବିଲିଟି ହ୍ରାସ ବା ସ୍ବାସ୍ଥ୍ୟହାନି ଆଦି କାରଣ ନ ଦେଖାଇ ସେ କହିଥିଲେ, ସରକାର ଚଳାଇବାରେ ସେମାନେ ପରାମର୍ଶ ଓ ଉପଦେଶ ଦେବାର ବୟସ ଆସିଗଲାଣି ା ତାଙ୍କ ମତକୁ ସମର୍ଥନ କରି ଅଖିଳ ଭାରତୀୟ କଂଗ୍ରେସ କମିଟି ଜେନେରାଲ୍‌ ସେକ୍ରେଟାରୀ ଜନାର୍ଦ୍ଦନ ଦ୍ୱିବେଦୀ ୨୦୧୪ ଅଗଷ୍ଟରେ କହିଥିଲେ, ୭୫ ତ ବେଶି ହୋଇଗଲା, ୬୫ରୁ ବେଶି ବୟସର ରାଜନେତାମାନେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇ ଉପଦେଶ ବା ପରାମର୍ଶ ଦେବା କାମରେ ଲାଗନ୍ତୁ। (ଅବଶ୍ୟ ସେ ସୋନିଆ ଗାନ୍ଧୀଙ୍କୁ ଏ ଅଯୋଗ୍ୟତାରୁ ବାଦ ଦେଇଥିଲେ।) ଅନ୍ୟତମ କଂଗ୍ରେସ ନେତା ଜୟରାମ ରମେଶ କହିଲେ, ବୟସ ୭୦ ପାର ହେଲେ ରାଜନେତାମାନେ ଋଷିମାନଙ୍କ ଭଳି ଜ୍ଞାନ ବିତରଣ କରିବାରେ ଲାଗନ୍ତୁ। ସେ କହିଲେ, ସକ୍ରିୟ ରାଜନୀତିରେ ବହୁତ ଦଉଡ଼ାଦଉଡ଼ି କରିବାକୁ ପଡ଼େ, ବେଳେବେଳେ ଘଟଣାସ୍ଥଳରେ ସୁଦୂର ପ୍ରସାରୀ ନିଷ୍ପତ୍ତି ନେବାକୁ ପଡ଼େ ଓ ସେଥିପାଇଁ ନିର୍ବାଚନ ପ୍ରଚାରରେ ଦଳର ନେତୃତ୍ୱ ନେବାକୁ ପଡ଼େ ା ଏସବୁ ପରିପ୍ରେକ୍ଷୀରେ ଶାରୀରିକ ସାମର୍ଥ୍ୟ ଓ ମାନସିକ ପ୍ରତ୍ୟୁପତ୍ନ୍ନମତିତା ଦରକାର, ତାହା ପାଇଁ ଉପଯୁକ୍ତ ବୟସସୀମା ୭୦ ରହିବା ଦରକାର ବୋଲି ଜୟରାମ କହିଥିଲେ ା ଆଇଏଏସ୍‌ ଚାକିରିରୁ ସ୍ବେଚ୍ଛାରେ ଅବସର ନେଇ ପାଣ୍ଡିଆନ୍‌ ୨୦୨୪ ନିର୍ବାଚନରେ ଯେଉଁ ପ୍ରକାରର ଧୂଅଁାଧାର ପ୍ରଚାର କଲେ ତାହା ବିଜେଡି ଦଳର ସଭାପତିଙ୍କ କଗ୍ନିଟିଭ୍‌ କାପାବିଲିଟି ଉପରେ ପ୍ରଶ୍ନ ଉଠାଇଥିଲା।
ରାଜରାଜୁଡ଼ା ଶାସନରେ ମୃତ୍ୟୁ ନ ହେବାଯାକେ ରାଜା ଶାସନମୁଖ୍ୟ ହୋଇ ରହୁଥିଲେ, ସନ୍ତାନକୁ ଗାଦିରେ ବସାଇବା ରାଜାଙ୍କ ଲକ୍ଷ୍ୟ ଥିଲା ା ବିଦ୍ରୋହ ଆସିଲେ ରାଜ-ପରିବାରର ଚକ୍ରାନ୍ତକାରୀ କୌଣସି ସଦସ୍ୟ ବା ରାଜାଙ୍କ ଅଧୀନରେ ଥିବା ସେନାପତି ଶାସନଭାର ସମ୍ଭାଳୁଥିଲା ା ଜରାଗ୍ରସ୍ତ ହେଲେ ବାବା, ଗଡ୍‌ମାନ୍‌ ବା ତାନ୍ତ୍ରିକ ଉପରେ ଆସ୍ଥା ରଖିବା ଆରମ୍ଭ କରୁଥିଲେ, ପାରିଷଦମାନେ ଓ ଉପଦେଷ୍ଟାମାନେ ପ୍ରକୃତ ପାୱାର ଜାହିର କରୁଥିଲେ ା ଆମ ଦେଶରେ ବି ବୟସାଧିକ ବ୍ୟକ୍ତିଙ୍କୁ ରାଜ୍ୟପାଳ କରିବା ଏକ ପରମ୍ପରା ହୋଇଯାଇଛି ା ଯଦି ଯୁକ୍ତରାଷ୍ଟ୍ର୍ରରେ ଓ ଆମ ଦେଶରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ ଆଉ ଲୋକ ସଭାରେ ଜରାଗ୍ରସ୍ତମାନେ ଦଳ ଦ୍ୱାରା ବଛା ହୋଇ ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ଦେଶର ଶାସନ ପାଇଁ ସେମାନେ ଲୋକଙ୍କ ଉପଯୁକ୍ତ ପ୍ରତିନିଧି ହୋଇପାରିବେ କି? ସେମାନେ ତ ଧୃତରାଷ୍ଟ୍ରୀୟ ନ୍ୟାୟରେ ପରିବାରର ଓ ଦଳପତିଙ୍କ ଇଙ୍ଗିତରେ କାମ କରିବେ ା ଯଦି ସେମାନଙ୍କ ଯଥେଷ୍ଟ ଧନ ଅଛି, ସିଏ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିପାରନ୍ତି, ଯଥା ୨୦୦୫ରୁ ହରିଆନା ବିଧାନସଭାର ସଦସ୍ୟ ହୋଇ ଆସିଥିବା ଶ୍ରୀମତୀ ଜିନ୍ଦଲ (ଜିନ୍ଦଲ କମ୍ପାନୀ ଗୋଷ୍ଠୀର ମାଲିକାଣୀ) ୨୦୨୪ ନିର୍ବାଚନରେ ବି ବିଧାନସଭାକୁ ଯାଇଛନ୍ତି, କୌଣସି ଦଳ ନ ଚାହିଁଥିଲେ ବି ଏବଂ ୭୪ ବର୍ଷ ବୟସରେ ସ୍ବାଧୀନ ପ୍ରାର୍ଥୀ ହୋଇ ବି ା ଭର୍ତ୍ତୃହରି ମହତାବ ୨୦୨୪ ନିର୍ବାଚନ ପରବର୍ତ୍ତୀ ଲୋକ ସଭା ପ୍ରଥମ ଅଧିବେଶନରେ ପ୍ରୋଟେମ୍‌ ସ୍ପିକର ହେଲା ବେଳେ କଂଗ୍ରେସ ଦଳ ତ ପ୍ରଶ୍ନ କଲା, ସିନିଅର୍‌ମୋଷ୍ଟ ଅର୍ଥାତ୍‌ ସବୁଠୁ ବୟସ୍କକୁ କାହିଁକି କଲ ନାହିଁ ା ଆମେରିକାର ସିନେଟ୍‌ରେ ବି ସେଇକଥା, ମେଜରିଟି ପାର୍ଟିର ସବୁଠୁ ବୟସ୍କ ସଦସ୍ୟ ପ୍ରୋଟେମ୍‌ ସ୍ପିକର୍‌ ହୋଇଥାଏ। ୱେଷ୍ଟ ଭର୍ଜିନିଆ ଡେମୋକ୍ରାଟ୍‌ ଦଳର ସିନେଟର୍‌ ବାଇର୍ଡ ପ୍ରୋଟେମ୍‌ ସ୍ପିକର୍‌ ହେବାବେଳକୁ ୯୯ ବର୍ଷ, କଥା କହିପାରୁନଥିଲେ କି ଚାଲିପାରୁ ନ ଥିଲେ, ସେ ପୁଣି ୧୦୦ ବର୍ଷରେ ମୃତ୍ୟୁ ଯାଏ ସିନେଟର୍‌ ଥିଲେ। ଆଉ ଜଣେ ସିନେଟର୍‌ ଷ୍ଟର୍ମ ଥରମଣ୍ଡ ୧୦ ବର୍ଷଯାଏ ସ୍ମୃତିଭ୍ରମ ହୋଇଥିଲେ, ଚାଲି ଚାଲି ଆସିଛନ୍ତି କି ଘୋଡ଼ାପିଠିରେ ଆସିଛନ୍ତି, ସିନେଟ୍‌ ହଲ୍‌ କେଉଁଠି କହିପାରୁନଥିଲେ ବି ୯୯ ବର୍ଷ ଯାଏ ସିନେଟର୍‌ ଥିଲେ ା
ଆମେରିକାରେ ୨୦୨୩ରେ ଆରମ୍ଭ ୧୧୬ତମ କଂଗ୍ରେସ (ଆମର ସଂସଦ ଭଳି)ରେ ସଦସ୍ୟମାନଙ୍କ ହାରାହାରି ବୟସ ୬୩:୭ ଜଣ ୮୦ ଉପରେ, ତହିଁରେ ଜଣେ ୮୮ ବର୍ଷର, ନାମ ଡିଆନ୍ନେ ଫିନେଷ୍ଟିନ୍‌, ଯିଏ ୧୯୯୨ରୁ ସିନେଟର୍‌ ଅଛନ୍ତି ୨୦୨୫ ଯାଏ (ବୟସ ୯୧ ହେଲାଯାଏ) ସିନେଟର୍‌ ରହିବେ।
ଗଣତନ୍ତ୍ରରେ ନିର୍ବାଚିତ ନେତାମାନଙ୍କ ହାତରେ ଥାଏ ପ୍ରକୃତ ପାୱାର ା ନେତା ବୃଦ୍ଧ ହୋଇ ଚଳତ୍‌ଶକ୍ତିରହିତ ହେଲାଯାଏ, ବିଚାରଶକ୍ତି ହ୍ରାସ ଓ ପୂରାପୂରି ସ୍ମରଣ ଶକ୍ତିଶୂନ୍ୟ ହେଲେ ବି ତାଙ୍କୁ ଦଳର ଲୋକେ କହନ୍ତି ନାହିଁ ‘ବୟସ ଅଧିକ ହେଲାଣି ଏବେ ରାଜନୀତି ଛାଡ଼ିଦିଅନ୍ତୁ’। ଅଥଚ ସେମାନେ ଲେଜିସ୍‌ଲେଚରରେ ନିୟମ କରି ଥାଆନ୍ତି। ସରକାରୀ ବ୍ୟବସ୍ଥାର ଅନ୍ୟ ଦୁଇଟି ଶାଖା -ଜୁଡିସିଆରି ଓ ଏକ୍‌ଜିକ୍ୟୁଟିଭ୍‌ରେ ନିଯୁକ୍ତ ଅଧିକାରୀମାନେ ଶାରୀରିକ ଅକ୍ଷମତା ବା ବୟସାଧିକ କାରଣରୁ କାର୍ଯ୍ୟରୁ ଅବସର ନେବେ; କାହାର ପ୍ରଭାବରେ କି ଟଙ୍କା ଗୁଞ୍ଜାରେ ନିଯୁକ୍ତି ପାଇପାରିବେ ନାହିଁ। ଅଥଚ ଲେଜିସ୍‌ଲେଚରରେ ପଶିବା ପାଇଁ ନିଜର ଅକ୍ଷମତା ଏବଂ ନିର୍ବାଚନୀ ଖର୍ଚ୍ଚ ତୁଲାଇବା ପାଇଁ ବଡ଼ ବଡ଼ ଠିକାଦାର ଓ କମ୍ପାନୀ ମାଲିକଙ୍କଠାରୁ ଟଙ୍କା ନେବା କଥା ଭୁଲିଯା’ନ୍ତି, ଲେଜିସ୍‌ଲେଚରରେ ଆସନ ପାଇଁ ଲୋକଙ୍କ ଭୋଟ କିଣନ୍ତି ା ଜଣେ ଏମ୍‌ପି ମାସକୁ ଦରମା ଲକ୍ଷେ ଲେଖାଏ ୫ ବର୍ଷରେ ୬୦ ଲକ୍ଷ ପାଇବାର ଥିଲା ବେଳେ ସେମାନେ ନିର୍ବାଚନୀ ଖର୍ଚ୍ଚ ୯୦ ଲକ୍ଷ ଯାଏ କରିପାରିବେ ବୋଲି ନିର୍ବାଚନ ଆଚରଣ ବିଧିରେ ନିର୍ବାଚନ କମିଶନ ଆଗରେ ଦସ୍ତଖତ କରୁଛନ୍ତି ା କ’ଣ ୯୦ ଲକ୍ଷ ମୂଳ ଓ ତା’ ସୁଧ ଦେଉଛନ୍ତି? ୯୦ ଲକ୍ଷ ପାଇଁ ଯାହା ଉପରେ ନିର୍ଭର କରନ୍ତି, ତା’ କାମ କରିଦେବାକୁ ବାଧ୍ୟ ହେବେ। ତେଣୁ ସମାଜର ହିତରେ କାମ କରିବା ଇଚ୍ଛା ଗୌଣ! ମୃତ୍ୟୁଯାଏ ଏମ୍‌ଏଲ୍‌ଏ ବା ଏମ୍‌ପି ଆସନକୁ ମାଡ଼ିବସିବା, ଅର୍ଥାତ୍‌ ଜେରୋଣ୍ଟୋକ୍ରାସି (ବୃଦ୍ଧବୃଦ୍ଧାଙ୍କ ଶାସନ) ଚାଲୁରହେ। ସମ୍ବିଧାନ ପ୍ରଣେତାମାନେ କେବେ ଏହା ଆଶା କରିନଥିଲେ, ସର୍ବନିମ୍ନ କେତେ ବୟସରେ ଜଣେ ଲୋକପ୍ରତିନିଧି ହୋଇପାରିବ କହିଥିଲେ ବି କେତେ ବୟସଯାଏ ଏପରି ରହିପାରିବେ କହିନାହାନ୍ତି; ସେମାନେ ଭୋଟରଙ୍କ ବିବେକ ଉପରେ ଛାଡିଦେଇଥିଲେ, କିନ୍ତୁ ଆମ ଦେଶରେ ରାଜନୈତିକ ଦଳଗୁଡ଼ିକ ୧୯୮୫ର ଦଳବଦଳ ଆଇନ ଓ ୨୦୦୩ର ସମ୍ବିଧାନ ସଂଶୋଧନ ଆଇନ (ବିଜୟୀର ଅଯୋଗ୍ୟତା ଆଇନ- ୧୦ମ ତଫସିଲ) ବଳରେ ଭୋଟରମାନଙ୍କ ବିବେକକୁ ତୁଚ୍ଛ କରିଦେଇଛନ୍ତି ା ଦଳର ମୁଖ୍ୟଙ୍କ କଥା ନ ମାନିଲେ ପ୍ରାର୍ଥୀ ହୋଇପାରିବେ ନାହିଁ ତ ଏମ୍‌ଏଲ୍‌ଏ/ଏମ୍‌ପି ଆସନ ହରାଇବେ ା ମୃତ୍ୟୁ ହେଲାଯାଏ ବା ଇସ୍ତଫା-ଇଚ୍ଛା କଲାଯାଏ ଦଳପତି ଦେଶ/ପ୍ରଦେଶର ଭାଗ୍ୟନିୟନ୍ତା ହୋଇ ରହିବେ ଓ ତାଙ୍କର ପ୍ରିୟ ଲୋକେ ଲୋକପ୍ରତିନିଧି ବୋଲାଉଥିବେ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri