ଦିନରେ ଅଙ୍ଗନଓ୍ବାଡି, ରାତିରେ ଗୁହାଳ

ତେନ୍ତୁଳିଖୁଣ୍ଟି, ୨୦।୯(ଡି.ଏନ୍‌.ଏ.):୫ ବର୍ଷ ହେବ ଅଙ୍ଗନଓ୍ବାଡି କୋଠାକୁ ବିପଦସଙ୍କୁଳ ଘୋଷଣା କଲା ପ୍ରଶାସନ। କିନ୍ତୁ ନୂତନ ଅଙ୍ଗନଓ୍ବାଡି କୋଠା ତିଆରି ଦିଗରେ କୌଣସି ପଦକ୍ଷେପ ନେଲେନାହିଁ। ଏହା ଭିତରେ ଗାଁର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଏବେ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି। ଉକ୍ତ ଘରେ ସକାଳେ ଅଙ୍ଗନଓ୍ବାଡି ପିଲାମାନେ ପଢ଼ୁଥିବାବେଳେ ରାତିରେ ସେଠାରେ ଗାଈ ଗୋରୁବନ୍ଧା ହେଉଛନ୍ତି। ତୁରନ୍ତ ଅଙ୍ଗନଓ୍ବାଡି ଗୃହ ତିଆରି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।
ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତ ଗାଦବାଗୁଡା ଗ୍ରାମରେ ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତି ପାଇଛନ୍ତି। ସହାୟିକା ମଧ୍ୟ ଅଛନ୍ତି। ୫ବର୍ଷ ତଳେ ଗାଁରେ ଥିବା ଅଙ୍ଗନଓ୍ବାଡ଼ି ଗୃହକୁ ବିପଦସଙ୍କୁଳ ଘୋଷଣା କରି ପ୍ରଶାସନ ତାହାକୁ ବନ୍ଦ କରିଦେଲେ। ଏହା ମଧ୍ୟରେ କିନ୍ତୁ ନୂତନ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ପାଇଁ ପ୍ରଶାସନ ପ୍ରୟାସ କରିନି। ଅଙ୍ଗନଓ୍ବାଡ଼ି କର୍ମୀ ପିଲାଙ୍କୁ ପାଠପଢ଼ା ଓ ଗର୍ଭବତୀଙ୍କୁ ଖାଦ୍ୟ ଦେବାକୁ ଗ୍ରାମର ଜନୈକ ବ୍ୟକ୍ତିଙ୍କ ସହଯୋଗ ଘର ସମ୍ମୁଖ ଏକ କୁଡିଆରେ ଅଙ୍ଗନଓ୍ବାଡ଼ି କାର୍ଯ୍ୟ ଆରମ୍ଭ କଲେ। ଉକ୍ତ ଚାଳ ଘରକୁ ସେ ବିନା ଅର୍ଥରେ ଯୋଗାଇ ଦେଇଛନ୍ତି। କିନ୍ତୁ ଉକ୍ତ ଚାଳଘରେ ସେ ତାଙ୍କ ଗାଈକୁ ବାନ୍ଧିବା ସହ ଖାଦ୍ୟ ଆଦି ପ୍ରଦନ କରନ୍ତି। ରାତିରେ ଗୁହାଳଭାବେ ବ୍ୟବହୃତ ଘରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଓ କୋମଳମତି ଶିଶୁଙ୍କୁ ଖାଦ୍ୟ ଦେବା କେତେଦୂର ନିରାପଦ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକରେ କେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ କାର୍ଯ୍ୟ ଆରମ୍ଭ ହୋଇ ଅଧାରୁ ବନ୍ଦ ତ କେଉଁଠି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ମେଟେରିଆଲ ବିଲ ପାଇଁ ଅର୍ଥ ନ ଥିବାରୁ ଅଙ୍ଗନବାଡ଼ି ଗୃହ କାମ ଅଟକିଛି। କେନ୍ଦ୍ର ଭଙ୍ଗା ଦଦରା ଯୁବକ ସଂଘ ଗୃହରେ ଚାଲିଛି। ପରଜାବାରଙ୍ଗ ପଦର ଗ୍ରାମର ଅଙ୍ଗନବାଡ଼ି ଗୃହ ଭଙ୍ଗା ଦଦରା ଯୁବକ ସଂଘ ଘରେ ଚାଲିଛି ଅଥଚ ଅର୍ଥ ନ ଥିବାରୁ କାମ ଅଧାରେ ଅଟକିଛି। ୨୦୨୦ ନୂତନ ଶିକ୍ଷା ନୀତିରେ ପ୍ରାକ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ କ’ଣ ଏଭଳି ଗୁହାଳ ଘର ବା ଯୁବକ ସଂଘ ଘରେ ପ୍ରାକ ବିଦ୍ୟାଳୟ ଶିକ୍ଷା ଦିଆଯାଉଥିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ। ଏ ନେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁରମା ମହାପାତ୍ରଙ୍କୁ ପଚାରିବାରୁ ଉକ୍ତ କେନ୍ଦ୍ରର ନୂତନ ଗୃହ ପାଇଁ ଅର୍ଥ ଆସିଯାଇଛି। ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri