ଦିନରେ ଅଙ୍ଗନଓ୍ବାଡି, ରାତିରେ ଗୁହାଳ

ତେନ୍ତୁଳିଖୁଣ୍ଟି, ୨୦।୯(ଡି.ଏନ୍‌.ଏ.):୫ ବର୍ଷ ହେବ ଅଙ୍ଗନଓ୍ବାଡି କୋଠାକୁ ବିପଦସଙ୍କୁଳ ଘୋଷଣା କଲା ପ୍ରଶାସନ। କିନ୍ତୁ ନୂତନ ଅଙ୍ଗନଓ୍ବାଡି କୋଠା ତିଆରି ଦିଗରେ କୌଣସି ପଦକ୍ଷେପ ନେଲେନାହିଁ। ଏହା ଭିତରେ ଗାଁର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଏବେ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି। ଉକ୍ତ ଘରେ ସକାଳେ ଅଙ୍ଗନଓ୍ବାଡି ପିଲାମାନେ ପଢ଼ୁଥିବାବେଳେ ରାତିରେ ସେଠାରେ ଗାଈ ଗୋରୁବନ୍ଧା ହେଉଛନ୍ତି। ତୁରନ୍ତ ଅଙ୍ଗନଓ୍ବାଡି ଗୃହ ତିଆରି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।
ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତ ଗାଦବାଗୁଡା ଗ୍ରାମରେ ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତି ପାଇଛନ୍ତି। ସହାୟିକା ମଧ୍ୟ ଅଛନ୍ତି। ୫ବର୍ଷ ତଳେ ଗାଁରେ ଥିବା ଅଙ୍ଗନଓ୍ବାଡ଼ି ଗୃହକୁ ବିପଦସଙ୍କୁଳ ଘୋଷଣା କରି ପ୍ରଶାସନ ତାହାକୁ ବନ୍ଦ କରିଦେଲେ। ଏହା ମଧ୍ୟରେ କିନ୍ତୁ ନୂତନ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ପାଇଁ ପ୍ରଶାସନ ପ୍ରୟାସ କରିନି। ଅଙ୍ଗନଓ୍ବାଡ଼ି କର୍ମୀ ପିଲାଙ୍କୁ ପାଠପଢ଼ା ଓ ଗର୍ଭବତୀଙ୍କୁ ଖାଦ୍ୟ ଦେବାକୁ ଗ୍ରାମର ଜନୈକ ବ୍ୟକ୍ତିଙ୍କ ସହଯୋଗ ଘର ସମ୍ମୁଖ ଏକ କୁଡିଆରେ ଅଙ୍ଗନଓ୍ବାଡ଼ି କାର୍ଯ୍ୟ ଆରମ୍ଭ କଲେ। ଉକ୍ତ ଚାଳ ଘରକୁ ସେ ବିନା ଅର୍ଥରେ ଯୋଗାଇ ଦେଇଛନ୍ତି। କିନ୍ତୁ ଉକ୍ତ ଚାଳଘରେ ସେ ତାଙ୍କ ଗାଈକୁ ବାନ୍ଧିବା ସହ ଖାଦ୍ୟ ଆଦି ପ୍ରଦନ କରନ୍ତି। ରାତିରେ ଗୁହାଳଭାବେ ବ୍ୟବହୃତ ଘରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଓ କୋମଳମତି ଶିଶୁଙ୍କୁ ଖାଦ୍ୟ ଦେବା କେତେଦୂର ନିରାପଦ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକରେ କେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ କାର୍ଯ୍ୟ ଆରମ୍ଭ ହୋଇ ଅଧାରୁ ବନ୍ଦ ତ କେଉଁଠି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ମେଟେରିଆଲ ବିଲ ପାଇଁ ଅର୍ଥ ନ ଥିବାରୁ ଅଙ୍ଗନବାଡ଼ି ଗୃହ କାମ ଅଟକିଛି। କେନ୍ଦ୍ର ଭଙ୍ଗା ଦଦରା ଯୁବକ ସଂଘ ଗୃହରେ ଚାଲିଛି। ପରଜାବାରଙ୍ଗ ପଦର ଗ୍ରାମର ଅଙ୍ଗନବାଡ଼ି ଗୃହ ଭଙ୍ଗା ଦଦରା ଯୁବକ ସଂଘ ଘରେ ଚାଲିଛି ଅଥଚ ଅର୍ଥ ନ ଥିବାରୁ କାମ ଅଧାରେ ଅଟକିଛି। ୨୦୨୦ ନୂତନ ଶିକ୍ଷା ନୀତିରେ ପ୍ରାକ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ କ’ଣ ଏଭଳି ଗୁହାଳ ଘର ବା ଯୁବକ ସଂଘ ଘରେ ପ୍ରାକ ବିଦ୍ୟାଳୟ ଶିକ୍ଷା ଦିଆଯାଉଥିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ। ଏ ନେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁରମା ମହାପାତ୍ରଙ୍କୁ ପଚାରିବାରୁ ଉକ୍ତ କେନ୍ଦ୍ରର ନୂତନ ଗୃହ ପାଇଁ ଅର୍ଥ ଆସିଯାଇଛି। ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri