ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଅତିଥିଭାବେ ଡ଼. ପୂର୍ଣଚନ୍ଦ୍ର ତ୍ରିପାଠୀ, ଉପସଭାପତି ପର୍ଶୁରାମ ସ୍ବାଇଁ, ସାଧାରଣ ସମ୍ପାଦକ ଅନୁପମ ବାନାର୍ଜୀ, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, ସଦସ୍ୟ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଅମର ବିଳାସ ବେହେରା ଓ ସନ୍ତୋଷ କୁମାର ଜେନା ଯୋଗଦେଇ ସରକାରଙ୍କ ଦ୍ୱାରା ପାରିତ ଭେଲିଡେସନ ଆକ୍ଟ-୨୦୨୫ ର ଆଭିମୁଖ୍ୟ ଓ କଳା ଆଇନର କାର୍ଯ୍ୟ ଧାରାକୁ ବିରୋଧ କରିଥିଲେ । ଆସନ୍ତା ୨୫ ତାରିଖରେ ଏହା ବିରୋଧରେ ନୀରବ ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହାପୂର୍ବରୁ ୭ମ ପେ-କମିଶନ ରିପୋର୍ଟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାରକୁ ଦୃଷ୍ଟି ଦିଆଯାଇଥିବା ବେଳେ ବର୍ତ୍ତମାନର ସରକାର ପେନସନ ଭୋଗୀଙ୍କ ପେନସନ ସଂକୁଚିତ କରି ବିଭାଜନ କରିବା ପାଇଁ ଭେଲିଡେସନ ଆକ୍ଟ କରିଥିବା ଯୋଗୁଁ କ୍ଷୋଭ ପ୍ରକାଶ କରାଯାଇଥିଲା । ସର୍ବ ଭାରତୀୟ ପେନସେନର୍ସ ଫେଡେରେସନର କାର୍ଯ୍ୟକାରୀ ବୈଠକ, ରାଜ୍ୟ ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଭୁବନେଶ୍ୱରର ପ୍ରସ୍ତାବ କ୍ରମେ ଆସନ୍ତା ମାର୍ଚ୍ଚ ୨୫ ତାରିଖକୁ କଳା ଦିବସ”ଭାବେ ପାଳନ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରାଯାଇଥିଲା। ପ୍ରାରମ୍ଭରେ ସଭ୍ୟ ଶେଷଦେବ ପଣ୍ଡା ସ୍ବାଗତ ସଂଗୀତ ପରିବେଷଣ, ସାଧାରଣ ସମ୍ପାଦକ ଅନୁପମ ବାନାର୍ଜୀ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ଗତ ବୈଠକର ବିବରଣୀ ପାଠ କରିଥିଲେ । ଶେଷରେ ସଦସ୍ୟ ପିତାମ୍ବର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ତାରିଣୀ ଶାନ୍ତିପାଠ କରିଥିଲେ।

Dharitri – Odisha’s No.1 Odia Daily

Share