ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା

ଯାଜପୁରରୋଡ୍‌,୧୩।୯(ପବିତ୍ର ରଞ୍ଜନ ମହାନ୍ତି):

ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅବରସରପ୍ରାପ୍ତ ଅଧ୍ୟକ୍ଷ କୁଶଚନ୍ଦ୍ର ପ୍ରଧାନଙ୍କ ନାମରେ ପୁରାତନ ଛାତ୍ର ପରିଷଦ(ଅଲମୁମିନି)ପକ୍ଷରୁ ଯାଜପୁରରୋଡ୍‌ ଥାନାରେ ଅଭିଯୋଗ ହୋଇଛି। ପ୍ରଧାନ ଗତ ୮ ମାସ ପୂର୍ବେ ଅବସର ନେଇ ସାରିଛନ୍ତି। ହେଲେ ସେ ବେଆଇନ ଭାବେ ମହାବିଦ୍ୟାଳୟକୁ ଯିବା ସହ କରିବା ସହିତ ଅଧ୍ୟକ୍ଷଙ୍କ ଉପରେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ମହାବିଦ୍ୟାଳୟ ପରିଚାଳନା କମିଟି ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ହାତବାରିସୀ ସାଜି କାର୍ଯ୍ୟରତ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ବାଇଁଙ୍କୁ ତାଙ୍କ ପଦରୁ ତୁରନ୍ତ ଇସ୍ତଫା ଦେବା ପାଇଁ ଚାପ ପ୍ରୟୋଗ କରିଥିଲା। ଫଳରେ ଅଧ୍ୟକ୍ଷ ସ୍ବାଇଁ ଇସ୍ତଫା ଦେଇ ଛୁଟି ନେଇଥିବା ଜଣାପଡିଛି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟର ପରିଚାଳନା କମିଟି ମନଇଚ୍ଛା ଅଧ୍ୟକ୍ଷ ନିଯୁକ୍ତିରେ ବ୍ୟସ୍ତ ରହିଛି। ମହାବିଦ୍ୟାଳୟରେ ଗତ ୧୦ ବର୍ଷ ଧରି ହୋଇ ଆସୁଥିବା ଦୁର୍ନୀତିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ତେବେ ଅବସରପ୍ରାପ୍ତ ଅଧ୍ୟକ୍ଷ ମହାବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରିବା କେତେଦୁର ଆଇନ ସମ୍ମତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ଘଟଣା ପଛରେ ତାଙ୍କର ପ୍ରଚ୍ଛନ ହାତଥିବା ଆଲୁମିନି ଅଭିଯୋଗ କରିବା ସହ ଗଣମାଧ୍ୟମକୁ ସୂଚନା ଦେଇଛି। ବର୍ତ୍ତମାନ ମହାବିଦ୍ୟାଳୟରେ ସେମିଷ୍ଟର ପରୀକ୍ଷା ଚାଲିଥିବାବେଳେ ଅଧ୍ୟକ୍ଷଙ୍କ ଇସ୍ତଫାକୁ ନେଇ ଏକପ୍ରକାର ପ୍ରଶାସନିକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି। ଏହି ଘଟଣାକୁ ଅଲମୁମିନି ଦୃଢ଼ ନିନ୍ଦା କରିଛି। ମହାବିଦ୍ୟାଳୟର ପୁରାତନ ଛାତ୍ର ପରିଷଦ (ଆଲୁମିନି) ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ମହାଳିକ, ଉପସଭାପତି ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ ଉପଦେଷ୍ଟା ଅଭିମନ୍ୟୁ ମିଶ୍ର, କୋଷାଧ୍ୟକ୍ଷ ସନ୍ତୋଷ ମହାନ୍ତି, ଆଲୋକ ମହାନ୍ତି, ରାଇଚରଣ ମହାନ୍ତି, ଜ୍ଞାନରଞ୍ଜନ ରାଉତ, ଜିତେନ୍ଦ୍ର ରାଉତ ଓ ଟୁଲ ଟୁଲ ଯେନା ପ୍ରମୁଖ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ ଆଲୁମିନର ବିନା ଅନୁମତିରେ ଅଗଷ୍ଟ ୨୭ରେ ବିଭିନ୍ନ ରାଜନେତା ଓ ଅଣ ଛାତ୍ରଙ୍କୁ ନେଇ ମହାବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଆଲୁମୁମିନିର ସଭ୍ୟ ପ୍ରଧାନ ଏକ ବୈଠକ କରିଥିଲେ। ଯାହା ଆଲୁମିନିର ଶୃଙ୍ଖଳା ଭଙ୍ଗ କରୁଥିବାରୁ, ତାଙ୍କୁ ନୋଟିସ ଦ୍ୱାରା କୈଫିୟତ ତଲବ କରାଯାଇଥିଲା। ନୋଟିସର ଉତ୍ତର ପ୍ରଧାନ ୭ ଦିନ ମଧ୍ୟରେ ନ ଦେବାରୁ ଏକ ବୈଠକର ନିଷ୍ପତ୍ତି କ୍ରମେ ପ୍ରଧାନଙ୍କୁ ଅଲମୁମିନି ସଭ୍ୟପଦରୁ ବହିଷ୍କାର କରାଗଲା ବୋଲି ଆଲୁମିନିର ସାଧାରଣ ସମ୍ପାଦକ ମହାଳିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ସମ୍ପୃକ୍ତ ଅବରସରପ୍ରାପ୍ତ ଅଧ୍ୟକ୍ଷ ପ୍ରଧାନ କହିଛନ୍ତି, ମହାବିଦ୍ୟାଳର ଉନ୍ନୟନ୍ନ କାର୍ଯ୍ୟରେ ସାମିଲ ହୁଏ। ପିଲାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରେ। ଏହାକୁ ନେଇ ଯଦି କେହି ଅଭିଯୋଗ କରନ୍ତି ତେବେ ମୁଁ ମଧ୍ୟ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri