ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା

ଯାଜପୁରରୋଡ୍‌,୧୩।୯(ପବିତ୍ର ରଞ୍ଜନ ମହାନ୍ତି):

ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅବରସରପ୍ରାପ୍ତ ଅଧ୍ୟକ୍ଷ କୁଶଚନ୍ଦ୍ର ପ୍ରଧାନଙ୍କ ନାମରେ ପୁରାତନ ଛାତ୍ର ପରିଷଦ(ଅଲମୁମିନି)ପକ୍ଷରୁ ଯାଜପୁରରୋଡ୍‌ ଥାନାରେ ଅଭିଯୋଗ ହୋଇଛି। ପ୍ରଧାନ ଗତ ୮ ମାସ ପୂର୍ବେ ଅବସର ନେଇ ସାରିଛନ୍ତି। ହେଲେ ସେ ବେଆଇନ ଭାବେ ମହାବିଦ୍ୟାଳୟକୁ ଯିବା ସହ କରିବା ସହିତ ଅଧ୍ୟକ୍ଷଙ୍କ ଉପରେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ମହାବିଦ୍ୟାଳୟ ପରିଚାଳନା କମିଟି ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ହାତବାରିସୀ ସାଜି କାର୍ଯ୍ୟରତ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ବାଇଁଙ୍କୁ ତାଙ୍କ ପଦରୁ ତୁରନ୍ତ ଇସ୍ତଫା ଦେବା ପାଇଁ ଚାପ ପ୍ରୟୋଗ କରିଥିଲା। ଫଳରେ ଅଧ୍ୟକ୍ଷ ସ୍ବାଇଁ ଇସ୍ତଫା ଦେଇ ଛୁଟି ନେଇଥିବା ଜଣାପଡିଛି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟର ପରିଚାଳନା କମିଟି ମନଇଚ୍ଛା ଅଧ୍ୟକ୍ଷ ନିଯୁକ୍ତିରେ ବ୍ୟସ୍ତ ରହିଛି। ମହାବିଦ୍ୟାଳୟରେ ଗତ ୧୦ ବର୍ଷ ଧରି ହୋଇ ଆସୁଥିବା ଦୁର୍ନୀତିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ତେବେ ଅବସରପ୍ରାପ୍ତ ଅଧ୍ୟକ୍ଷ ମହାବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରିବା କେତେଦୁର ଆଇନ ସମ୍ମତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ଘଟଣା ପଛରେ ତାଙ୍କର ପ୍ରଚ୍ଛନ ହାତଥିବା ଆଲୁମିନି ଅଭିଯୋଗ କରିବା ସହ ଗଣମାଧ୍ୟମକୁ ସୂଚନା ଦେଇଛି। ବର୍ତ୍ତମାନ ମହାବିଦ୍ୟାଳୟରେ ସେମିଷ୍ଟର ପରୀକ୍ଷା ଚାଲିଥିବାବେଳେ ଅଧ୍ୟକ୍ଷଙ୍କ ଇସ୍ତଫାକୁ ନେଇ ଏକପ୍ରକାର ପ୍ରଶାସନିକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି। ଏହି ଘଟଣାକୁ ଅଲମୁମିନି ଦୃଢ଼ ନିନ୍ଦା କରିଛି। ମହାବିଦ୍ୟାଳୟର ପୁରାତନ ଛାତ୍ର ପରିଷଦ (ଆଲୁମିନି) ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ମହାଳିକ, ଉପସଭାପତି ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ ଉପଦେଷ୍ଟା ଅଭିମନ୍ୟୁ ମିଶ୍ର, କୋଷାଧ୍ୟକ୍ଷ ସନ୍ତୋଷ ମହାନ୍ତି, ଆଲୋକ ମହାନ୍ତି, ରାଇଚରଣ ମହାନ୍ତି, ଜ୍ଞାନରଞ୍ଜନ ରାଉତ, ଜିତେନ୍ଦ୍ର ରାଉତ ଓ ଟୁଲ ଟୁଲ ଯେନା ପ୍ରମୁଖ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ ଆଲୁମିନର ବିନା ଅନୁମତିରେ ଅଗଷ୍ଟ ୨୭ରେ ବିଭିନ୍ନ ରାଜନେତା ଓ ଅଣ ଛାତ୍ରଙ୍କୁ ନେଇ ମହାବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଆଲୁମୁମିନିର ସଭ୍ୟ ପ୍ରଧାନ ଏକ ବୈଠକ କରିଥିଲେ। ଯାହା ଆଲୁମିନିର ଶୃଙ୍ଖଳା ଭଙ୍ଗ କରୁଥିବାରୁ, ତାଙ୍କୁ ନୋଟିସ ଦ୍ୱାରା କୈଫିୟତ ତଲବ କରାଯାଇଥିଲା। ନୋଟିସର ଉତ୍ତର ପ୍ରଧାନ ୭ ଦିନ ମଧ୍ୟରେ ନ ଦେବାରୁ ଏକ ବୈଠକର ନିଷ୍ପତ୍ତି କ୍ରମେ ପ୍ରଧାନଙ୍କୁ ଅଲମୁମିନି ସଭ୍ୟପଦରୁ ବହିଷ୍କାର କରାଗଲା ବୋଲି ଆଲୁମିନିର ସାଧାରଣ ସମ୍ପାଦକ ମହାଳିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ସମ୍ପୃକ୍ତ ଅବରସରପ୍ରାପ୍ତ ଅଧ୍ୟକ୍ଷ ପ୍ରଧାନ କହିଛନ୍ତି, ମହାବିଦ୍ୟାଳର ଉନ୍ନୟନ୍ନ କାର୍ଯ୍ୟରେ ସାମିଲ ହୁଏ। ପିଲାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରେ। ଏହାକୁ ନେଇ ଯଦି କେହି ଅଭିଯୋଗ କରନ୍ତି ତେବେ ମୁଁ ମଧ୍ୟ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri