କଟକ,୨୮।୫: ପୁଣି ଆକାଶରେ ଡ୍ରୋନ୍। ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ ଡ୍ରୋନ୍। ଯାହାକୁ ଦେଖି ଲୋକେ ଛାନିଆ।
ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବାରଙ୍ଗ ଥାନା ରତାଗଡ଼ ଗାଁରେ। ଡ୍ରୋନ ଆତଙ୍କରେ ପୁରା ଗାଁ ଛାନିଆ। ଲାଇଟ ଲାଗିଥିବା ବେଳେ ପାଖିପାଖି ବୁଲିଲା ଏକାଧିକ ଡ୍ରୋନ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚରାଉଚରା କରିଛି।
ପହଲଗାମରେ ଆତଙ୍କୀଙ୍କ ନରସଂହାର କାର୍ଯ୍ୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ଅପରେଶନ ସିନ୍ଦୂର ପରେ ପାକ୍ ରକ୍ତ ଚାଉଳ ଚୋବାଇ ଭାରତ ଉପରେ ଆକ୍ରମଣ କରିଥିଲା। ବାରମ୍ବାର ଡ୍ରୋନ ଆକ୍ରମଣ କରିବା ଦ୍ୱାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଡ୍ରୋନ ଉଡାଣ ଉପରେ କଟକଣା ଲଗାଯାଇଛି।
ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଥିଲା । ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କାଯାଇଥିବ ନେଇ ସୂଚନା ମିଳିଥିଲା। ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ବି ଆକ୍ରମଣ କରିଥିଲା ଭାରତୀୟ ସେନା । ମୋଟ ୯ଟି ସ୍ଥାନକୁ କରାଯାଇଥିଲା ଟାର୍ଗେଟ । ସେନାର ଏହି ଅପରେଶନର ନାମ ରଖାଯାଇଥିଲା ‘ସିନ୍ଦୂର’ ।
ସୂଚନାଯୋଗ୍ୟ, ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଥିଲା ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ‘ଅପରେଶନ ସିନ୍ଦୂର’ ସଫଳ ହୋଇଛି । ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଥିଲା ଭାରତ । ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେଶନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଥିଲା ଭାରତୀୟ ସେନା ।