ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଲେ ପୀତାମ୍ବର। ସେ କହିଛନ୍ତି, ମୁହଁ ଖୋଲିବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ ଥିଲା । ୭ ବର୍ଷ ଧରି ନବୀନଙ୍କ ଲିଗାଲ ଟିମ ରାଜକୋଷରୁ କୋଟି କୋଟି ଶ୍ରାଦ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକାରାତ୍ମକ ଚିନ୍ତାଧାରା ବାଟ ଦେଖାଇଛି। କେନ୍ଦ୍ରର ହସ୍ତକ୍ଷେପ ଯୋଗୁ ଉଭୟ ରାଜ୍ୟ ଆପୋଷ ସମାଧାନର ଦ୍ୱାରଦେଶରେ। AG ଦାୟିତ୍ୱ ପରେ ସମସ୍ତ ଶୁଣାଣିରେ ମୋ ଉପସ୍ଥିତି ରାଜ୍ୟବାସୀଙ୍କୁ ଜଣା ବୋଲି ପୀତାମ୍ବର କହିଛନ୍ତି।
ଅନ୍ୟପକ୍ଷେ, ଆଜିର ଶୁଣାଣି କେବଳ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା। ଆଜି ମୋ ଉପସ୍ଥିତିର ଆଦୌ ଆବଶ୍ୟକ ନ ଥିଲା। ନବୀନ ବାବୁଙ୍କ ଉକ୍ତି ନୈରାଶ୍ୟଜନକ, ହଠାତ ନିଦରୁ ଉଠି ପ୍ରଳାପ ଭଳି।
ତେବେ ଟ୍ରିବ୍ୟୁନାଲରେ ଶୁଣାଣିରେ AGଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ କରିଥିଲେ ନବୀନ।