ନୂଆପଡା ଜିତୁ ଜିତୁ ନବୀନଙ୍କୁ ସିଧା ଶୁଣାଇଦେଲେ ମୋହନ

ଭୁବନେଶ୍ୱର,୧୪।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟକୁ ବିଜେପି କାର୍ଯ୍ୟାଳୟରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଉଛି । ଭାଜପା କାର୍ଯ୍ୟାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ନୂଆପଡା ଫଳାଫଳ ଐତିହାସିକ । ନୂଆପଡା ବିକାଶର ପ୍ରତିଶ୍ରୁତି ଦେଉଛି । ଏହି ବିଜୟ ନୂଆପଡାବାସୀଙ୍କ ବିଜୟ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ବିଜୟ ବିଶ୍ବାସ ଓ ବିଶ୍ବସନୀୟତାର ବିଜୟ । ନୂଆପଡର ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ ।

ନୂଆପଡ଼ା ଉପ-ନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ବାଜି ମାରିଛନ୍ତି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇବା ପରେ ଏବେ ସବୁଠି ଗୋଟିଏ ଚର୍ଚ୍ଚା ‘ଓଡ଼ିଶାରେ ସରକାର ଯାହାର, ଉପ ନିର୍ବାଚନ ତାହାର’ । ୨୦୧୯ ପରଠାରୁ ଓଡ଼ିଶାରେ ଯେତେ ବି ଉପ ନିର୍ବାଚନ ହୋଇଛି, ତାହା ଭିତରୁ କେବଳ ଧାମନଗର ଉପ ନିର୍ବାଚନକୁ ଛାଡ଼ିଦେଲେ ଆଉ ସବୁଠି ଶାସକ ଦଳ ବାଜି ମାରିଛି । ୨୦୧୯ର ବିଜେପୁର ଉପ ର୍ନିବାଚନ ହେଉ କି ୨୦୨୦ର ବାଲେଶ୍ୱର, ର୍ତିତ୍ତୋଲ ଉପ ର୍ନିବାଚନ । ସବୁଠି ବାଜି ମାରିଥିଲା ଶାସକ ଦଳ । ଖାଲି ସେତିକି ନୁହେଁ, ଏହାବ୍ୟତୀତ ପିପିଲି, ବ୍ରଜରାଜନଗର, ପଦ୍ମପୁର, ଝାରସୁଗୁଡ଼ାରେ ମଧ୍ୟ ଉପ ନିର୍ବାଚନ ହେଇଥିଲା, ଆଉ ଏହି ସବୁ ଉପ ର୍ନିବାଚନରେ ବାଜି ମାରିଥିଲା ଶାସକ ଦଳ । କେବଳ ଧାମନଗରରେ ସେତେବେଳେ ବିରୋଧୀ ଆସନରେ ଥିବା ବିଜେପି, ଶାସକ ଦଳରେ ଥିବା ବିଜେଡିକୁ ଚକମା ଦେଇ ହାର୍‌ ମାରିନେଇଥିଲା ।