ୟୁନିଲିଭର ପରେ ଲରିୟଲ ତା’ର ପ୍ରଶାଧନ ସାମଗ୍ରୀ ଉପରୁ ‘ହ୍ବାଇଟନିଂ’, ‘ଫେୟାର’ଶବ୍ଦ ଉଠାଇବାକୁ ନେଇଛି ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୬: ସୋସିଆଲ ମିଡିଆରେ ଭେଦଭାବକୁ ନେଇ ଏକ ଯୁକ୍ତି କିଛିଦିନ ତଳେ ଦେଖିବାକୁ ମିଳିଥିଲା। ଏଥିରେ ବିୟୁଟି ପ୍ରଡକ୍ଟ ପ୍ରସ୍ତୁତକାରୀ କମ୍ପାନୀ କଳା-ଗୋରା ମଧ୍ୟରେ ଭେଦଭାବ କରୁଛନ୍ତି ବୋଲି ଆଲୋଚନା ହୋଇଥିଲା। ଏହାକୁ ନେଇ କେତେଜଣ ୟୁଜର୍ସ ଫେୟାରନେସ୍‌ କ୍ରିମ ବ୍ୟବହାର ନ କରିବାକୁ ଅନୁରୋଧ କରିଥିଲେ । ଏହାକୁ ଦେଖି ଏବେ କିଛି କମ୍ପାନୀ ‘ଫେୟାର’ ଶବ୍ଦ ହଟାଇ ଦେବା କଥା ଚିନ୍ତା କରୁଛନ୍ତି। ସୋସିଆଲ ମିଡିଆରେ ଚାଲିଥିବା ଏହି ଆଲୋଚନାକୁ ଦେଖି ଫ୍ରାନ୍ସ କମ୍ପାନୀ ଲରିୟଲ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଥିବା ଜଣାପଡିଛି। କମ୍ପାନୀ କହିଛି ସ୍କିନ କେୟାର ସମ୍ବନ୍ଧିତ ତା’ର ସାମଗ୍ରୀରୁ କଳା, ଗୋରା, ହାଲ୍‌କା ଭଳି ଶବ୍ଦ ହଟାଇ ଦେବ। ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ୟୁନିଲିଭରର ଲୋକପ୍ରିୟ ବ୍ରାଣ୍ଡ ଫେୟାର ଆଣ୍ଡ ଲଭଲି ତା’ର ପ୍ରଡକ୍ଟରୁ ଫେୟାର ଶବ୍ଦ ହଟାଇବାକୁ ଘୋଷଣା କରିଥିଲା। ଏପରି ଏକ ଆଲୋଚନା ପରେ ଏବେ ସ୍କିନ କେୟାର ସମ୍ବନ୍ଧିତ ପ୍ରଶାଧନ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକ ଉପରେ ଚାପ ରହିଥିବା କୁହାଯାଉଛି। ଆହୁରି ମଧ୍ୟ ଆଲୋଚନା ହେଉଛି କି ଆମେରିକାରେ କଳାଗୋରା ଭେଦଭାବକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ କିଛି ଦେଶକୁ ବ୍ୟାପି ସାରିଛି। ଏହାକୁ ନେଇ ଲରିୟଲ କମ୍ପାନୀ କହିଛି ଚର୍ମର ରଙ୍ଗ ବଦଳିବା ଅର୍ଥାତ୍‌ ଗୋରା ହେବାକୁ ନେଇ ଯେଉଁ ଆପତ୍ତି ହେଉଛି ତାକୁ ସେ ସ୍ବୀକାର କରି ଏବେ ସେ ତା’ର ପ୍ରଡକ୍ଟରୁ ‘ହ୍ବାଇଟନିଂ’, ‘ଫେୟାର’ ଭଳି ଶବ୍ଦ ହଟାଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଇଟି ସେଲ୍‌ ମୁଖ୍ୟଙ୍କୁ ଏଡିଟର୍ସ ଗିଲ୍ଡର ସମାଲୋଚନା

ନୂଆଦିଲ୍ଲୀ,୨୯ା୧୨(ପି.ଟି.): ଖବରଦାତା ରାଜଦୀପ୍‌ ସାରଦେଶାଇଙ୍କ ବିରୋଧରେ ଅନ୍‌ଲାଇନ ମତାମତ ସଂଗ୍ରହ କରୁଥିବା ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟଙ୍କୁ ଏଡିଟର୍ସ ଗିଲ୍ଡ ପକ୍ଷରୁ ସମାଲୋଚନା...

‘ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ଜରୁରୀ’

ଶ୍ରୀନଗର,୧୮।୧୦: କଶ୍ମୀରରେ ଚାଲିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ...

ୟୁଟ୍ୟୁବ୍‌ରେ ପିଲାଙ୍କ ତଥ୍ୟ ରଖିବା ଅଭିଯୋଗ; ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା

ନୂଆଦିଲ୍ଲୀ,୫ା୯: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା ଦେବା ଲାଗି ଆମେରିକା ଫେଡେରାଲ ଟ୍ରେଡ୍‌ କମିଶନ(ଏଫ୍‌ଟିସି) ନିର୍ଦ୍ଦେଶ ଦେଇଛନ୍ତି। ଗୁଗଲର...

୧୪ରେ ଜ୍ଞାନବାପି ରାୟ

ବାରାଣସୀ,୯।୧୧: ଜ୍ଞାନବାପି ମସ୍‌ଜିଦ ପରିସରରେ ମିଳିଥିବା ଶିବଲିଙ୍ଗକୁ ପୂଜା କରିବା ଲାଗି ଅନୁମତି ଦେବା ନିମନ୍ତେ ଦାଏର ପିଟିଶନ ଉପରେ ରାୟ ଘୋଷଣାକୁ ବାରାଣସୀର ଫାଷ୍ଟଟ୍ରାକ୍‌...

ଇ-କମର୍ସ ନୀତିରେ ଖାଉଟିଙ୍କ ସୁରକ୍ଷାକୁ ଅଗ୍ରାଧିକାର;୧୪ ଦିନ ଭିତରେ ଦେବାକୁ ହେବ ରିଫଣ୍ଡ

ନୂଆଦିଲ୍ଲୀ,୭-୮: କେନ୍ଦ୍ର ସରକାର ଇତିମଧ୍ୟରେ ଇ-କମର୍ସ ଲାଗି ଗାଇଡଲାଇନ ଚିଠା ପ୍ରସ୍ତାବ ଜାରି କରିଛନ୍ତି। ଉପଭୋକ୍ତାଙ୍କ ହିତକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି। ପ୍ରସ୍ତାବ ଅନୁଯାୟୀ ଅନ୍‌ଲାଇନ...

କୋଭିଡ୍‌ ଟିକା ବଦଳରେ ମହିଳାଙ୍କୁ କୁକୁର କାମୁଡା ଇଞ୍ଜେକଶନ

ଲକ୍ଷ୍ନୌ, ୯ା୪- କୋଭିଡ୍‌ ଟିକା ନେବା ପାଇଁ ସରକାରୀ ମେଡିକାଲ ଯାଇଥିଲେ ୩ ବୃଦ୍ଧା। କିନ୍ତୁ ସେମାନଙ୍କୁ ମେଡିକାଲ ସ୍ବାସ୍ଥ୍ୟ କର୍ମୀ ଦେଇଛନ୍ତି କୁକୁର କାମୁଡ଼ା...

ଆୟୋଜିତ ହେଲା ଇମ୍ରାନଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା

ରାୟପୁର,୨୯।୮: ଛତିଶଗଡ଼ ରାୟପୁରରେ କେତେକ ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ଅନୁଚ୍ଛେଦ ୩୭୦କୁ ନେଇ...

କଙ୍ଗନା କିଣିଲେ ମୋଦିଙ୍କୁ ମିଳିଥିବା ରାମ ଜନ୍ମଭୂମୀ ମାଟି, କହିଲେ ନମାମି ଗଙ୍ଗାରେ ଛୋଟିଆ ସହଯୋଗ

ନୂଆଦିଲ୍ଲୀ,୩ ।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରବିବାର ରାଷ୍ଟ୍ରୀୟ କଳା ସଂଗ୍ରହାଳୟ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର ନିଲାମିରେ ଭାଗ...

Advertisement
Archives

Model This Week