ଦର୍ପଣ ଭାଙ୍ଗୁଥିବା ମାଙ୍କଡ଼ ଧରାପଡ଼ିଲା: ଗ୍ରାମବାସୀ ଆଶ୍ୱସ୍ତ

କଣ୍ଟାପଡ଼ା,୧୩।୧୦(ସୁରନାରାୟଣ ସାହୁ): ଗତ କିଛି ଦିନହେଲା କଟକ ଜିଲା ବାଗଲପୁର ପଞ୍ଚାୟତର କୁଅଁରପୁର  ଗ୍ରାମରେ ଉତ୍ପାତ  କରୁଥିବା ଏକ ଅଣ୍ଡିରା ମାଙ୍କଡ ଧରାପଡିଛି। ରବିବାର କଟକ ଗୋପାଳପୁର ବନବିଭାଗ ଏବଂ ନନ୍ଦନକାନନ ଟ୍ରାଙ୍କୁଲାଇଜର ଟିମ୍‌ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ କରି କାବୁ କରିଥିଲା। ମାଙ୍କଡ଼ ଧରାପଡିବା ପରେ ଗ୍ରାମବାସୀ ଆଶ୍ୱସ୍ତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବାଗଲପୁର ପଞ୍ଚାୟତ କୁଅଁରପୁର ଗ୍ରାମ ଦେଉଳି ସାହିରେ ଗତ କିଛିଦିନ ହେଲା ଏକ ଅଣ୍ଡିରା ମାଙ୍କଡ ଲୋକଙ୍କ ଘରେ ପଶି ଆସବାବପତ୍ର ନଷ୍ଟ କରିବା ସହ ବିଶେଷ କରି ଡ୍ରେସିଂ ଟେବୁଲର ଦର୍ପଣ ଭାଙ୍ଗୁଥିଲା। କେବଳ ଏତିକି ନୁହେଁ ଗଁାଦାଣ୍ଡରେ ରଖାଯାଉଥିବା ବାଇକ୍‌ ମିରର ଭାଙ୍ଗି ଦେଉଥିଲା । ଫଳରେ ଗ୍ରାମବାସୀ ଦାଣ୍ଡରେ ରଖୁଥିବା ବାଇକ୍‌ ମିରରକୁ କପଡା ଘୋଡ଼ାଇ ରଖୁଥିଲେ।

ଆଶ୍ଚର୍ଯ୍ୟର କଥା ମାଙ୍କଡଟି ଏପର୍ଯ୍ୟନ୍ତ କାହାରିକୁ କ୍ଷତାକ୍ତ କରି ନ ଥିଲା। ହେଲେ ନିଜ ପ୍ରତିବିମ୍ବ ଦେଖି ବାଇକ୍‌ ମିରର ଓ ଘର ଭିତରେ ପଶି ଦର୍ପଣ ଭାଙ୍ଗି ଆତଙ୍କ ସୃଷ୍ଟି କରୁଥିଲା

ଗ୍ରାମବାସୀଙ୍କଠାରୁ ଖବରପାଇ ଗୁରୁବାର ନନ୍ଦନକାନନର ଏକ ୭ ଜଣିଆ ଟ୍ରାଙ୍କୁଲାଇଜର୍‌ ଟିମ୍‌ ଗୋପାଳପୁର ବନବିଭାଗ ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଆସି ମାଙ୍କଡକୁ ଅପରାହ୍ନରେ ଟ୍ରାଙ୍କୁଲାଇଜ କରିଥିଲା। ହେଲେ ମାଙ୍କଡଟି ନିକଟସ୍ଥ ବଣ ଭିତରକୁ ଛୁ ମାରଥିଲା। ଅନ୍ଧାର ହୋଇଯିବାରୁ ବନବିଭାଗ ଟିମ୍‌ ନିରାଶ ହୋଇ ଫେରି ଥିଲା। ସେହି ଦିନଠାରୁ ବନବିଭାଗ ଟିମ୍‌ ଓ ଟ୍ରଙ୍କୁଲାଇଜର ଟିମ୍‌ ମାଙ୍କଡକୁ ଧରିବା ପାଇଁ କୁଅଁରପୁରରେ ଡେରା ପକାଇଥିଲେ। ରବିବାର ସକାଳୁ ମାଙ୍କଡଟି ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ଝରକା କାଚକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରଙ୍କୁଲାଇଜ କରାଯାଇଥିଲା।

ଫଳରେ ମାଙ୍କଡଟି ୧୦୦ ମିଟର ଦୂରରେ ନିସ୍ତେଜ ହୋଇ ପଡି ଯିବାପରେ ବନବିଭାଗ ଟିମ୍‌ କାବୁ କରି ନେଇଯାଇଥିଲା। ମାଙ୍କଡଟିକୁ ଚିକିତ୍ସା ପରେ ଚନ୍ଦକା ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ବନାଧିକାରୀ ବେହେରା ସୂଚନା ଦେଇଛନ୍ତି।

ସିଟି ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶ ଓ ଏସିଏଫ୍‌ ସ୍ବାଗତିକା ସାହୁଙ୍କୁ ତତ୍ତ୍ୱାବଧାନରେ ବନବିଭାଗ କର୍ମଚାରୀ ଧନେଶ୍ୱର ସାହୁ ଫୁଲନଖରା ବନ ବିଭାଗ କର୍ମଚାରୀ ଓ ନନନ୍ଦକାନର ଟ୍ରାଙ୍କୁଲାଇଜର ଏକ୍ସପର୍ଟ ଦୁଷ୍ମନ୍ତ ନାୟକ ଏହି ଅପରେସରକୁ ସଫଳ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri