ବିଦ୍ରୋହ ପରେ ସର୍ବସମ୍ମୁଖକୁ ଆସିଲେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ

ମସ୍କୋ, ୨୭।୬: ଜୁନ୍‌ ୨୪ରେ ୟେଭଗେନି ପ୍ରିଗୋଝିନ୍‌ଙ୍କ ନେତୃତ୍ୱାଧୀନ ଓ୍ବାଗନର ଗ୍ରୁପ୍‌ ରୋସ୍ତଭ-ଅନ୍‌-ଡନ୍‌ ଅକ୍ତିଆର କରି ମସ୍କୋ ଆଡ଼କୁ ଅଗ୍ରସର ହେବା ଓ ପରବର୍ତ୍ତୀ ସମୟରେ ବିଦ୍ରେହକୁ ରୋକାଯିବା ପରେ ପ୍ରଥମ ଥର ପାଇଁ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ସୋମବାର ସର୍ବସମ୍ମୁଖକୁ ଆସିଛନ୍ତି। ୟୁକ୍ରେନ୍‌ ଯୁଦ୍ଧରେ ଓ୍ବାଗନରଙ୍କ ସଫଳତାକୁ ଶ୍ରେୟ ଦେଇ ନ ଥିବାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଦା କରିବା ଲାଗି ୟେଭଗେନି ଦାବି କରିଆସୁଛନ୍ତି। ଏଭଳି ସ୍ଥଳେ ନିଜ ସ୍ଥିତି ଜାହିର କରିବା ଲାଗି ସର୍ଗେଇ ୟୁକ୍ରେନ୍‌ରେ ସେନା ଶିବିର ଯାଞ୍ଚ କରୁଥିବାର ଏକ ଭିଡିଓ ସାଧାରଣରେ ପ୍ରଦର୍ଶନ କରାଯାଇଛି।
ପକ୍ଷରୁ କୁହାଯାଇଛି ଯେ, ଘଟିଯାଇଥିବା ବିଦ୍ରୋହ ପରେ ପ୍ରିଗୋଝିନ୍‌ ଓ ତାଙ୍କ ଯୋଦ୍ଧାମାନେ ବେଲାରୁଷରେ ଆଶ୍ରୟ ନେବା ଲାଗି ଏକ ଚୁକ୍ତି କରାଯାଇଛି। ତେବେ ପ୍ରିଗୋଝିନ୍‌ଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିପାରି ନ ଥିଲେ ମଧ୍ୟ ଏକ ଲୋକପ୍ରିୟ ରୁଷୀୟ ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ, ସେ ବେଲାରୁଷ ରାଜଧାନୀ ମିନ୍‌ସ୍କିର ଏକ ହୋଟେଲରେ ଥିବା ଦେଖାଯାଉଛନ୍ତି। ରୁଷିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଛି ଓ କେତେକ ଆଇନ ପ୍ରଣେତା ତାଙ୍କ ମୁଣ୍ଡ ଦରକାର ବୋଲି କହିଛନ୍ତି।
ମନ୍ତ୍ରୀ ଓ ଅନ୍ୟ ସାମରିକ ନେତାମାନେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଆସ୍ଥା ହରାଇଛନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ଭିଡିଓ ଜାରି କରାଯାଇଛି। ଏଥିରେ ଶୋଇଗୁ ଏକ ହେଲିକପ୍ଟରରେ ବସିଥିବା ଓ ପରେ ସେ ୟୁକ୍ରେନ୍‌ରେ ଥିବା ଏକ ସାମରିକ ମୁଖ୍ୟାଳୟରେ ଅଧିକାରୀଙ୍କ ସହିତ ବୈଠକରେ କଥା ହେଉଥିବା ଦେଖାଯାଉଛନ୍ତିି। ଏହା ସରକାରୀ ପରିଚାଳିତ ଟେଲିଭିଜନ ସହିତ ଅନ୍ୟାନ୍ୟ ଗଣମାଧ୍ୟରେ ବହୁଳ ଭାବେ ପ୍ରସାରଣ କରାଯାଉଛି। ହେଲେ ଏହା କେବେ ରେକର୍ଡିଂ କରାଯାଇଛି ସେ ବିଷୟରେ ସ୍ପଷ୍ଟ ଜଣାପଡ଼ୁନାହିଁ। ଅନ୍ୟପକ୍ଷରେ ପ୍ରିଗୋଝିନ୍‌ଙ୍କ ଅନ୍ୟତମ ଟାର୍ଗେଟ ରହିଆସିଥିବା ଜେନେରାଲ ଷ୍ଟାଫ୍‌ ଚିଫ୍‌ ଜେନେରାଲ ଭାଲେରି ଗେରାସିମୋଭ୍‌ଙ୍କୁ ସାଧାରଣରେ ଦେଖିବାକୁ ମିଳୁନାହିଁ।
ପ୍ରିଗୋଝିନ୍‌ ଓ ତାଙ୍କ ସମର୍ଥକଙ୍କ ଭାଗ୍ୟ କ’ଣ ରହିବ ସେହି ବିଷୟରେ ସ୍ପଷ୍ଟତା ପ୍ରକାଶ ପାଉନାହିଁ। କ୍ରେମ୍‌ଲିନ ମୁଖପାତ୍ର ଗତ ଶନିବାର କହିଥିଲେ ଯେ, ପ୍ରିଗୋଝିନ୍‌ଙ୍କୁ ବେଲାରୁଷ ଯିବା ଲାଗି ଅନୁମତି ଦିଆଯିବ। କିନ୍ତୁ ଅସମର୍ଥିତ ସୂତ୍ରରୁ କୁହାଯାଇଛି ଯେ ପ୍ରସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ ଅନୁଯାୟୀ, କ୍ରେମଲିନ୍‌ ପକ୍ଷରୁ ପ୍ରକାଶିତ ବିବୃତି ସତ୍ତ୍ୱେ ପ୍ରିଗୋଝିନ୍‌ଙ୍କ ବିରୋଧରେ ଆପରାଧିକ ମାମଲା ବନ୍ଦ କରାଯାଇ ନାହିଁ। ବହୁ ଆଇନ ପ୍ରଣେତା ଦାବି କରୁଛନ୍ତି, ଘରୋଇ ସାମରିକ କମ୍ପାନୀ ଲାଗି ନୂଆ ଆଇନ ଅଣାଯାଇ କଠୋର ନିୟମାବଳୀ ପ୍ରସ୍ତୁତ କରାଯିବା ଦରକାର। ଆଉ କେତେକ ପ୍ରିଗୋଝିନ୍‌ ଦଣ୍ଡିତ ହେବା ଦରକାର ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଅବସରପ୍ରାପ୍ତ ଜେନେରାଲ ଆଣ୍ଡ୍ରେଇ ଗୁରୁଲେଭ୍‌ କହିଛନ୍ତି, ଯୁଦ୍ଧ ଚାଲିଥିବା ବେଳେ ଏଭଳି ଦେଶଦ୍ରୋହୀଙ୍କ ମୁଣ୍ଡକାଟ ହେବା ଦରକାର।
ବାଖମୁଟରେ ଓ୍ବାଗନର ଯୋଦ୍ଧାମାନେ ଯୁଦ୍ଧ କରୁଥିବା ବେଳେ ସେମାନଙ୍କୁ ସରକାରୀ ସାମରିକ କର୍ତ୍ତୃପକ୍ଷ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ ଦେଇ ନ ଥିବାରୁ ପ୍ରଗୋଝିନ୍‌ ପ୍ରତିରକ୍ଷା ମନ୍ତ୍ରୀ ଓ ଜେନେରାଲ ଷ୍ଟାଫ୍‌ ଚିଫ୍‌ଙ୍କୁ ସମାଲୋଚନା କରିଥିଲେ। ସେତେବେଳେ ଘରୋଇ ଯୋଦ୍ଧା ଓ ସରକାରୀ ସେନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପରବର୍ତ୍ତୀ ସମୟରେ ବିରାଟ ରୂପ ଧାରଣ କରିଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ପ୍ରିଗୋଝିନ୍‌ ତାଙ୍କ ଯୋଦ୍ଧାମାନଙ୍କ ପାଇଁ ପାଣ୍ଠି ଯୋଗାଇବାରେ ଅସମର୍ଥ ହେବାରୁ ବିଦ୍ରୋହ କରି ଦାବି ହାସଲ ଲକ୍ଷ୍ୟ ରଖିଥିଲେ। ହେଲେ ତାହା ବାସ୍ତବ ଆକାର ଧାରଣ କଲା ନାହିଁ। ଓ୍ବାଗନର ଗ୍ରୁପ୍‌ ମସ୍କୋ ଅଗ୍ରସର ହେଉଥିବା ବେଳେ ପୁଟିନ୍‌ଙ୍କ ଅନୁରୋଧକ୍ରମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ମଧ୍ୟସ୍ଥତା କରିବାରୁ ରୁଷିଆ ଉପରେ ଥିବା ଏକ ବିପଦ ଟାଳି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri