ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପରେ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ, ନିଖୋଜ ନାବାଳକଙ୍କ ସ୍କୁଲ ଡ୍ରେସ୍‌ ଦେଖି…

ବଲାଙ୍ଗୀର,୧୮ା୧(ସୁନିଲ କୁମାର ମହାନ୍ତି/ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର କୋଣସି ପରିଚୟ ମିଳିପାରିନାହିଁ। ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନଦୀ ଭିତରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନାନୁସାରେ, ନଦୀକୁ ଗାଁର କିଛି ଲୋକ ରବିବାର ସକାଳେ ଶୌଚ ହେବା ପାଇଁ ଯାଇଥିବା ବେଳେ ନଦୀ ଭିତରୁ ପ୍ରଥମେ ପାଦର ଖଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଲରମ୍ଭା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ନଦୀ ଭିତରୁ କିଛି ହାଡ଼ ଓ ଖପୁରୀ ମିଳିଥିବା ଜଣାପଡ଼ିଛି। ମୃତକ ଜଣକ କିଏ ଓ କିପରି ଏଠାକୁ ତା’ର ଖଣ୍ଡ ବିଖଣ୍ଡ ମୃତଦେହ କେମିତି ଆସିଲା ବର୍ତ୍ତମାନ ରହସ୍ୟ ଘେରରେ ରହିଛି।

ଅନ୍ୟ ପଟେ ଗତ ୨ ତାରିଖରେ ବଲାଙ୍ଗୀର ଜିଲା ଲରମ୍ଭା ଥାନା କାଦୋପାଣି ଗାଁର ୧୧ ବର୍ଷର ନାବାଳକ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ୧୫ ଦିନ ଧରି ଏହି ଘଟଣାର ତଦନ୍ତ କରୁଥିବା ବେଳେ ତା’ର କୌଣସି ପତ୍ତା ପାଇପାରୁ ନ ଥିଲା। ନଦୀରେ ଖଣ୍ଡ ବିଖଣ୍ଡିତ ଶରୀର ପଡ଼ିଥିବା ପୋଲିସ ଖବର ପାଇବା ପରେ ପୋଲିସ ସାଇଣ୍ଟଫିକ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନିଖୋଜ ନାବାଳକଙ୍କ ସ୍କୁଲ ଡ୍ରେସ ନଦୀରୁ ମିଳିଥିବା ଜଣାପଡ଼ିଛି l ଏ ଘଟଣା ସମ୍ପର୍କରେ ପୋଲିସର କୌଣସି ସୂଚନା ମିଳିପାରିନାହିଁ। ଖଣ୍ଡ ବିଖଣ୍ଡତ ମୃତ ଶରୀରରକୁ ନେଇ ପୋଲିସର ତଦନ୍ତ ଜାରି ରହିଥିବା ଏସ୍‌ଡିପିଓ ସଦାନନ୍ଦ ପୂଜାରୀ କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହତ୍ୟାକାଣ୍ଡ; ୨ ସ୍ତ୍ରୀଙ୍କୁ ଛାଡି ତୃତୀୟ ସହ ଲିଭ-ଇନରେ ରହୁଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ, ପ୍ରେମିକାକୁ କାଟି…

ଲକ୍ଷ୍ନୌ,୧୮ା୧:  ଉତ୍ତରପ୍ରଦେଶ ଝାନ୍ସୀର ସିପ୍ରି ବଜାର ପୋଲିସ ଷ୍ଟେସନ ଅନ୍ତର୍ଗତ ବ୍ରହ୍ମନଗରରେ ରହୁଥିବା ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରି ତାଙ୍କ...

ଭୟଙ୍କର ବିସ୍ଫୋରଣ: ଉଡ଼ିଗଲା ଛାତ, ଚାଲିଗଲା ଜଣଙ୍କ ଜୀବନ

କଟକ,୧୮।୧: କଟକ ସଦର ଥାନା ଖଲର୍ଦ୍ଦା ଗାଁରେ ରବିବାର ଏକ ଅଘଟଣ ଘଟିଛି। ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଛି।...

ଅନ୍ୟ ଜିଲା ଠିକାଦାରଙ୍କୁ ଦୃଢ଼ ବିରୋଧ, ଟେଣ୍ଡର ପକାଇଲେ…

କେସିଙ୍ଗା,୧୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଠିକାଦାର କଣ୍ଟ୍ରାକ୍ଟର ଆସୋସିଏଶନର ଜିଲା ସଭାପତି ଜଗଦୀଶ ମଣ୍ଡଳଙ୍କ ସଭାପତିତ୍ୱରେ ଜିଲାସ୍ତରୀୟ ଠିକାଦାର ସଂଘର ଏକ ସାଧାରଣ ବୈଠକ କେସିଙ୍ଗା ସହରସ୍ଥିତ...

କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେମିତି କଟିଥାଏ ସୁଧ, ନଚେତ୍ ଫସିଯିବେ ଋଣ ଜାଲରେ

ମୁମ୍ବାଇ,୧୮ା୧: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ କ୍ରେଡିଟ୍ କାର୍ଡ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି। ସହଜ ପେମେଣ୍ଟ ସୁବିଧା ଯୋଗୁଁ ଲୋକେ ଏହାକୁ ବହୁଳ ଭାବେ ବ୍ୟବହାର...

କଣ୍ଡୋମ୍ ଉପରେ ନୂଆ ଟ୍ୟାକ୍ସ ଲଗାଇଛି ଚାଇନା: ବଢିବ କି ଦେଶରେ ହ୍ରାସ ପାଉଥିବା ପ୍ରଜନନ ହାର ?

ନୂଆଦିଲ୍ଲୀ,୧୮ା୧: ଚାଇନା ବହୁ ବର୍ଷ ପୂର୍ବରୁ ଏକ ସନ୍ତାନ ନୀତି ପ୍ରଚଳନ କରିଥିଲା। କିନ୍ତୁ ସେତେବେଳେ ବହୁତ କମ୍ ଲୋକ ଜାଣିଥିଲେ ଯେ ଏହା ନିଜର...

ଘୁମୁସର ବନଖଣ୍ଡରେ ପ୍ରଥମଥର ଦେଖିବାକୁ ମିଳିଲା ବିଦେଶାଗତ ପକ୍ଷୀ, ଗତବର୍ଷ ଅପେକ୍ଷା ଏଥର…

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି...

୮୦ ମିନିଟ ପର୍ଯ୍ୟନ୍ତ କାର ଉପରେ ଟର୍ଚ୍ଚ ଲାଇଟ ଜଳାଇ ଚିତ୍କାର କରୁଥିଲେ ସଫ୍ଟୱେର୍‌ ଇଞ୍ଜିନିୟର, ହେଲେ ନାଚାର ଥିଲେ ପିତା

ନୋଏଡା,୧୮।୧: ନୋଏଡାର ସେକ୍ଟର ୧୫୦ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨୭ ବର୍ଷୀୟ ସଫ୍ଟୱେର୍‌ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁ...

ଗ୍ୟାସ ଡିଲରଙ୍କ ମନମାନି? ଡେଲିଭରି ପାଇଁ ନେଉଛନ୍ତି ଅତିରିକ୍ତ ଟଙ୍କା? ଏଭଳି ଅଭିଯୋଗ କଲେ ଫସିବେ…

ନୂଆଦିଲ୍ଲୀ,୧୮।୧: ଅନେକ ସମୟରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାର୍ଜ, ଅତିରିକ୍ତ ଟଙ୍କା ଆଦାୟ କିମ୍ବା ଖରାପ ବ୍ୟବହାରକୁ ନେଇ ଡିଷ୍ଟ୍ରିବ୍ୟୁଟର ଓ ଡେଲିଭରି ଏଜେନ୍ସିମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri