ପରାଜୟ ପରେ ଦଳୀୟ ନେତାଙ୍କୁ ଏଭଳି କହି ମନୋବଳ ବଢ଼ାଇଲେ ନବୀନ, ଦେଖନ୍ତୁ Video

ଭୁବନେଶ୍ୱର,୫।୬: ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି। ହେଲେ ପରାଜିତ ହୋଇ ଅଧିକ ଚର୍ଚ୍ଚାରେ ରହିଛି ବିଜେଡି, ସେ ବି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ। ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ବୁଧବାର ତାଙ୍କର ଦଳର ତୁଙ୍ଗ ନେତାମାନେ ଭେଟି ନିର୍ବାଚନରେ ପରାଜୟର କାରଣ ବିଷୟରେ ତର୍ଜମା କରିବାକୁ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ସେ ନେତାମାନଙ୍କ ମନୋବଳ ବଢ଼ାଇଥିବା ଦେଖାଯାଇଛି।

ସୋସିଆଲ ମିଡିଆରେ ଆସିଥିବା ଏକ ଭିଡିଓରେ ନବୀନ ବିଜେଡି ସରକାରର କାର୍ଯ୍ୟକାଳ ସମୟରେ କରିଥିବା ଉପଲବ୍ଧିର ହିସାବ ଦେଉଥିବା ଦେଖାଯାଇଛି। ସେ କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି, ଓଡ଼ିଶାର ୭୦% ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ। ହେଲେ ଏବେ ଚିତ୍ର ବଦଳିଛି। ରାଜ୍ୟର ୧୦% ଲୋକେ ଦାରିଦ୍ର ସୀମାରେଖାରେ ଅଛନ୍ତି। ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ମହିଳା, ଯୁବବର୍ଗଙ୍କ ପାଇଁ ଦଳ ସର୍ବଦା କାମ କରି ଆସିଛି। ଆଗକୁ ମଧ୍ୟ କରିବ। କେବଳ କିଛି ଦିନର ବିରତି ପାଇଁ ଦଳୀୟ ନେତା ଯେଭଳି ୨୪ ବର୍ଷ ଶାସନ ବେଳର କଥା ଭୁଲି ନ ଯାଆନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଏହାଛଡ଼ା ପରାଜୟ କେବେ ତାଙ୍କୁ ବିବ୍ରତ କରେ ନାହିଁ ବୋଲି ସେ ପ୍ରତିକ୍ରିୟା ଦେଇଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପ: ୪୦କୁ ବୃଦ୍ଧି ପାଇବ ଆଇସିୟୁ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର,୨୭।୧: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମଙ୍ଗଳବାର ଅନୁଷ୍ଠିତ ରୋଗୀ…

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ: ଖୋଜି ଆଣିବା ପାଇଁ ସ୍ତ୍ରୀଙ୍କ ନିବେଦନ

ରାୟଗଡା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାରେ ଦିନକୁ ଦିନ ଦାଦନଙ୍କ ଦୁଃଖ ବଢ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦାଦନ ଖଟିବାକୁ ଯାଇ କିଛି ମୃତ୍ୟୁବରଣ କରିଥିବା…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ବାଇକ୍‌କୁ ଧକ୍କା ଦେଇ ଚାଲିଗଲା ଟ୍ରାକ୍ଟର; ଘଟଣାସ୍ଥଳରେ ଚାଲିଗଲା ବାଇକ୍‌ରେ…

ବଞ୍ଚୋ,୨୭।୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଙ୍ଖିଡ଼ି ନିକଟରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାକ୍ଟର ଏକ…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

ଡକରବାଡ଼ି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣା: ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦରମା ବନ୍ଦ… 

ଦାରିଙ୍ଗବାଡ଼ି, ୨୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିନା ନୋଟିସରେ ତାଲା ପକାଇ ବନ୍ଦ ରଖିବା…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri