ବିକଳାଙ୍ଗ ଶିଶୁ କନ୍ୟା ଜନ୍ମ ପରେ ଶାଶୁଘର ଲୋକେ ଦେଉଥିଲେ ନିର୍ଯାତନା: ସହି ନ ପାରି…

କୁଜଙ୍ଗ,୮ା୧୦(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚାୟତ ପୋଖରିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୨ ଶିଶୁକନ୍ୟାଙ୍କୁ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀକୁ ପିଙ୍ଗି ସେହି ହୁଡ଼ାରେ ଥିବା ଗଛରେ ଝୁଲିପଡ଼ିଛନ୍ତି। ମୃତକ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ ପୋଖରିଆପଡ଼ା ଗ୍ରାମର ଲମ୍ବୋଦର ପରିଡ଼ାଙ୍କ ସ୍ତ୍ରୀ ଝିଲି ପରିଡା(୩୫) ଓ ସାନଝିଅ ସମ୍ପୂର୍ଣ୍ଣା(୨)। ତେବେ ବଡ଼ଝିଅ ମୋନାଲିସା(୪) ପୋଖରୀରେ ନିଖୋଜ ହୋଇଯାଇଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି। ୨ ବିକଳାଙ୍ଗ ଶିଶୁ କନ୍ୟା ଜନ୍ମ ପରେ ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ଝିଲି ଏପରି କାଣ୍ଡ କରିଥିବା ଆଲୋଚନା ହେଉଛି।

ଜଣେ ପଡ଼ୋଶୀଙ୍କ କହିବାନୁଯାୟୀ, ସେ କୌଣସି କାମରେ ଝିଲିଙ୍କ ଘରକୁ ଯାଇଥିଲେ। ମାତ୍ର ସେଠାରେ ମା’ ଓ ଦୁଇ ବିକଳାଙ୍ଗ ଶିଶୁ କନ୍ୟାଙ୍କୁ ପାଇ ନ ଥିଲେ। ସେ ଘର ବାରିପଟକୁ ଗଲାପରେ ପୋଖରୀ ହୁଡାରେ ଥିବା ଏକ ଗଛରେ ଝିଲିଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏହାଦେଖି ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚତ୍ ରଶି କାଟି ଝିଲିଙ୍କ ମୃତଦେହ ଆଣିବାକୁ ଉଦ୍ୟମ କଲାବେଳେ ତାହା ପାଣିରେ ପଡ଼ିଯାଇଥିଲା। ପୋଖରୀରୁ ତାଙ୍କ ମୃତଦେହ ବାହାର କରିବାପରେ ପାଣିରେ ୨ ଶିଶୁ ପଡ଼ିଥିବା ଆଶଙ୍କା କରି ଖୋଜାଖୋଜି କରିଥିଲେ। ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ପୋଖରୀରେ କଣ୍ଟା ପଡିଥିବାରୁ ସମ୍ପୂର୍ଣ୍ଣାଙ୍କ ମୃତଦେହ ମିଳିବାରେ ବିଳମ୍ବ ହୋଇଥିଲା। ମାତ୍ର ମୋନାଲିସାଙ୍କ କୌଣସି ପତ୍ତା ମିଳିନାହିଁ। ସ୍ଥାନୀୟ ଲୋକେ ଏହାପରେ ଝିଲି ଓ ସମ୍ପୂର୍ଣ୍ଣାଙ୍କ ମୃତଦେହ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ମୃତା ଝିଲିଙ୍କ ଭାଉଜଙ୍କ କହିବା ଅନୁଯାୟୀ, ତାଙ୍କ ନଣନ୍ଦ ଦୁଇଟି ଭିନ୍ନକ୍ଷମ ଶିଶୁ କନ୍ୟା ଜନ୍ମଦେଇଥିବାରୁ ସ୍ବାମୀ, ସାବତ ଶାଶୁ ଓ ଶ୍ୱଶୁର ସେମାନଙ୍କୁ ବହୁ ସମୟରେ ନିର୍ଯାତନା ଦେଇଆସୁଥିଲେ। ଏପରିକି ଝିଲି ତାଙ୍କୁ ଫୋନକରି ଶାଶୁଘର ପକ୍ଷରୁ ନିର୍ଯାତନା ଦିଆଯାଉଥିବା କହିଛନ୍ତି। ତେବେ ପ୍ରକୃତ ଘଟଣା କ’ଣ ପରିବାର ପକ୍ଷରୁ ଲିଖିତ ଭାବେ ଏତଲା ଦିଆଯିବା ପରେ ଜଣାପଡ଼ିବ। ଏ ସମ୍ପର୍କରେ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କୁ ମୋବାଇଲ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri