ଆକ୍ରମଣ ପରେ ଚାଞ୍ଚଲ୍ୟକର ଖୁଲାସା କଲେ ହିମାଂଶୁ: ”ମୋତେ ମାରିଦେଇଥାନ୍ତେ”

ଯାଜପୁର,୨୦।୧୧: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ବୁଧବାର ସନ୍ଧ୍ୟାରେ ଦୁର୍ବୁତ୍ତମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ପଛରେ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ହିମାଂଶୁ। ଏଥିସହିତ ଘଟଣା ପରେ ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

ହିମାଂଶୁ କହିଛନ୍ତି, ” ଦୁର୍ବୁତ୍ତମାନେ ମୋ ସହ ମୋ ପିଏସ୍‌ଓଙ୍କୁ ଆକ୍ରମଣ କରିଥିଲେ। ପିଏସ୍‌ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ। କୌଣସି ପ୍ରକାରେ ପିଏସ୍‌ଓ ସେମାନଙ୍କ କବଳରୁ ଖସିଯାଇଥିଲେ। ଠିକ ସମୟରେ ଯଦି ଲୋକମାନେ ଆସିନଥାନ୍ତେ ସେମାନେ ମୋତେ ମାରିଦେଇଥାନ୍ତେ। ଏଥିସହିତ ସେମାନେ ଆକ୍ରମଣ ସମୟରେ କହୁଥିଲେ ବବି ଦାସକୁ ବିରୋଧ କରୁଛି, ତାକୁ ପିଟି ମାରିଦିଅ।”

ସେ ଆହୁରି କହିଛନ୍ତି ଯେ, ”ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ। ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍‌ କରିଥିଲେ। ଯାହା ହେଲା ହେଲା, କଂପ୍ରୋମାଇଜ୍‌ କରିଦିଅ କହିଥିଲେ।” ତେବେ ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍‌ ପାଇଁ କହିବେ ସେ ଖୁଲାସା କରିଛନ୍ତି।”


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri