ସସ୍ପେଣ୍ଡ ପରେ ଶ୍ରୀମୟୀ କଲେ ବଡ଼ ଘୋଷଣା! ନବୀନଙ୍କୁ କଲେ ସିଧା ଟାର୍ଗେଟ

ଭୁବନେଶ୍ୱର,୨୩।୯: ବିଜେଡିରୁ ଆସିଲା ବଡ଼ ଖବର। ବିଜେଡ଼ିରୁ ବିଦା ହେଲେ ଶ୍ରୀମୟୀ ମିଶ୍ର । ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡ଼ି କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ମହିଳା ବ୍ୟାପାର ସାଧାରଣ ସଂପାଦିକା ଥିଲେ ଶ୍ରୀମୟୀ ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ। ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇ ପରୋକ୍ଷରେ ବିଜେଡିକୁ ଟାର୍ଗେଟ କରୁଥିବା କୁହାଯାଉଛି। ପୂର୍ବରୁ ଚେତାବନୀ ଦେଇଥିବା ବିଜେଡି ଆଜି ଶ୍ରୀମୟୀଙ୍କୁ ଦଳରୁ ବହିଷ୍କୃତ କରିଛି ।

ତେବେ ସସପେଣ୍ଡ ପରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ,ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶା କୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ।
ମୁଁ ଓଡିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ ମନେ କରୁନାହିଁ ।

Share