Posted inଜାତୀୟ

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ ପରେ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ଜାଣନ୍ତୁ

ନୂଆଦିଲ୍ଲୀ, ୧୫।୧୧: ସାହାରା ଗ୍ରୁପ୍‌ ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସୁବ୍ରତଙ୍କୁ ରବିବାର ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୯୭୬ରେ ସେ ଆରମ୍ଭ କରିଥିବା ସାହାରା ଫାଇନାନ୍ସ (ଚିଟ୍‌ଫଣ୍ଡ ସଂସ୍ଥା) ପରବର୍ତ୍ତୀ ସମୟରେ ଭାରତର ଏକ ଅଗ୍ରଣୀ ତଥା ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କମ୍ପାନୀରେ ପରିଣତ ହୋଇଥିଲା। ୧୯୯୦ ଦଶକରେ ସୁବ୍ରତ ଲକ୍ଷ୍ନୌରେ ନିଜ ଆର୍ଥତ୍କ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ। ସେହିଠାରୁ ହିଁ ସାହାରା ଇଣ୍ଡିଆ ଆର୍ଥତ୍କ ସେବା।

୨୦୧୨ରେ ‘ଇଣ୍ଡିଆ ଟୁଡେ’ର ୧୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସୁବ୍ରତ ରହିଥିଲେ। ୨୦୧୩ରେ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତଙ୍କୁ ରିଲିଫ ସମେତ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟରେ ସୁବ୍ରତ ନିୟୋଜିତ ରହି ପ୍ରଶଂସିତ ହୋଇଥିଲେ। ନିଜ ବଦାନ୍ୟତା ପାଇଁ ସେ ଦେଶ ବିଦେଶରେ ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଥିଲେ।

ଏସବୁ ସତ୍ତ୍ୱେ ସୁବ୍ରତଙ୍କ ଜୀବନ ବିବାଦ ଘେରରେ ରହିଆସିଥିଲା। ଜମାକାରୀଙ୍କ ଅର୍ଥ ମାଚ୍ୟୁରିଟି ପରେ ମଧ୍ୟ ଫେରସ୍ତ ନ କରିବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ବଜାର ନିୟନ୍ତ୍ରକ ସେବି ସହ ଆଇନଗତ ବିବାଦକୁ ନେଇ ୨୦୧୪ ଫେବୃୟାରୀ ୨୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରାଯାଇଥିଲା।

ସାହାରାର ନିବେଶ କରିଥିବା ଲୋକମାନେ କେନ୍ଦ୍ର ପଞ୍ଜୀକୃତ-ସାହାରା ରିଫଣ୍ଡ ପୋର୍ଟାଲ’ରେ ଏଥିପାଇଁ ଆବେଦନ କରିପାରିବେ। ଅନଲାଇନ୍ ପୋର୍ଟାଲ୍ ଅନୁଯାୟୀ, ସାହାରାର ଚାରିଟି ସମବାୟ ସମିତି- ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରା ୟୁନିଭର୍ସାଲ୍ ମଲ୍ଟିପର୍ପୋଜ୍ ସୋସାଇଟି ଲିମିଟେଡ୍, ହାମରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ଏବଂ ଷ୍ଟାର୍ସ ବହୁମୁଖୀ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ର ନିବେଶକମାନଙ୍କ ପାଇଁ ଏହି ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି । ଆହୁରି ମଧ୍ୟ, ଏହି ପ୍ରକ୍ରିୟା ସଂପୂର୍ଣ୍ଣ ସ୍ୱଚ୍ଛ ଏବଂ ଡିଜିଟାଲ୍ ଅଟେ । ସଠିକ୍ ଜମାକାରୀଙ୍କୁ ସହଯୋଗ ମନ୍ତ୍ରଣାଳୟର ୱେବସାଇଟ୍ https://cooperation.gov.in ରେ କ୍ଲିକ୍ କରିବାକୁ ପଡିବ । ଫେରସ୍ତ ପାଇବାକୁ ହେଲେ ପୋର୍ଟାଲରେ ଅନଲାଇନ୍ ଆବେଦନ କରିବାକୁ ପଡିବ ଓ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri