Posted inଖେଳ

ରିଷଭଙ୍କ ପରେ ଅଜିଙ୍କ୍ୟ ରାହାନେଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ, ବଡ଼ ବଡ଼ ଖେଳାଳି ଥିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୦।୧: ଅଜିଙ୍କ୍ୟ ରାହାନେଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ, ରାହାନେଙ୍କୁ ମୁମ୍ବାଇର ରଣଜୀ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ରାହାନେଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ଦଳରେ ରୋହିତ ଶର୍ମାଙ୍କୁ ମଧ୍ୟ ମନୋନୀତ କରାଯାଇଛି। ରଣଜୀ ଟ୍ରଫିରେ ମୁମ୍ବାଇକୁ ଏହାର ପରବର୍ତ୍ତୀ ମ୍ୟାଚ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବାକୁ ପଡିବ।

ଅନ୍ୟପଟେ ଆଜି ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ନିଯୁକ୍ତ କରାଯାଇଛି। ଏବେ ରାହାନେଙ୍କୁ ରୋହିତ ଶର୍ମା, ଶ୍ରେୟସ ଆୟର, ଶିବମ ଦୁବେ, ଯଶସ୍ବୀ ଜୟସ୍ବାଲ ଏବଂ ଶାର୍ଦ୍ଦୁଲ ଠାକୁର ଭଳି ଖେଳାଳି ଥିବା ସତ୍ତ୍ୱେ ଅଧିନାୟକ କରାଯାଇଛି। ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ରାହାନେଙ୍କୁ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ ମଧ୍ୟ ମିଳିପାରେ।

ଏବେ ଏହା ମଧ୍ୟ ନିଶ୍ଚିତ ହୋଇଯାଇଛି ଯେ ରୋହିତ ଶର୍ମା ୧୦ ବର୍ଷ ପରେ ରଣଜୀ ଟ୍ରଫିରେ ଖେଳିବେ। ୧୭ ଜଣିଆ ଦଳରେ ରୋହିତଙ୍କୁ ମଧ୍ୟ ମନୋନୀତ କରାଯାଇଛି। ରୋହିତ ମଇଦାନକୁ ଓହ୍ଲାଇବା ମାତ୍ରେ ଇତିହାସ ହୋଇଯିବ। କାରଣ, ୧୭ ବର୍ଷ ପରେ ଜଣେ ଭାରତୀୟ ଅଧିନାୟକ ରଣଜୀ ଟ୍ରଫିରେ ଖେଳିବେ। ଏହା ପୂର୍ବରୁ, ଶେଷ ଥର ପାଇଁ ଏହା ସୌରଭ ଗାଙ୍ଗୁଲି କରିଥିଲେ।

ରଣଜୀ ଟ୍ରଫିର ପରବର୍ତ୍ତୀ ରାଉଣ୍ଡ ପାଇଁ ମୁମ୍ବାଇ ଦଳ- ଅଜିଙ୍କ୍ୟ ରାହାନେ (ଅଧିନାୟକ), ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ଆୟୁଷ ମହାତ୍ରେ, ଶ୍ରେୟସ ଆୟର, ସିଦ୍ଧେଶ ଲାଡ, ଶିବମ ଦୁବେ, ହାର୍ଦ୍ଦିକ ତାମୋର (ଉଇକଟେ୍‌ କିପର), ଆକାଶ ଆନନ୍ଦ (ଉଇକଟେ୍‌ କିପର), ତନୁଶ କୋଟିଆନ, ଶମ୍ସ ମୁଲାନି, ହିମାଂଶୁ ସିଂହ, ଶାର୍ଦ୍ଦୁଳ ଠାକୁର, ମୋହିତ ଅବସ୍ଥି, ସିଲଭେଷ୍ଟର ଡି’ସୁଜା, ରୟଷ୍ଟନ ଡିଆସ ଏବଂ କର୍ଷ କୋଠାରୀ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri