କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଲକ୍ଷ୍ନୌ,୩ା୩: ଉତ୍ତରପ୍ରଦେଶର ବାରବାଙ୍କିର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ପ୍ରଥମେ ଦେଶ ସେବା କରିବା ପରେ ଏବେ ନିଜ ଦେଶର ମାଟିରେ ବିଭିନ୍ନ ପ୍ରକାରର ଚାଷକାର୍ଯ୍ୟ କରିଛନ୍ତି। ବାସ୍ତବରେ ଆମେ କର୍ନେଲ ହରିଚନ୍ଦ୍ରଙ୍କ ବିଷୟରେ କହୁଛୁ। ଯିଏ କି ସେନାବାହିନୀରୁ ଅବସର ନେବା ପରେ ଚାଷ ଆଡ଼କୁ ମନ ବଳାଇଛନ୍ତି। ଆଜି ସେ ଏକସାଙ୍ଗରେ ଡ୍ରାଗନ୍‌ ଫ୍ରୁଟ୍‌ସ, ବନ୍ଧାକୋବି, କଳା ଆଳୁ, କଦଳୀ ଇତ୍ୟାଦି ଚାଷ କରିଛନ୍ତି। ଯେଉଁଥିପାଇଁ ସେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଲାଭ କରୁଛନ୍ତି। ଆଜି ତାଙ୍କ ଚାଷ ଦେଖି ଗାଁର ଅନେକ କୃଷକ ତାଙ୍କ ପରି ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି। କେବଳ ତାଙ୍କ ଗାଁ ନୁହେଁ ସମଗ୍ର ଜିଲାରୁ ଶତାଧିକ କୃଷକ ତାଙ୍କ ପଦ୍ଧତି ଶିକ୍ଷା କରି ଫଳ ଓ ପନିପରିବା ଚାଷ କରୁଛନ୍ତି।

ପ୍ରଗତିଶୀଳ କୃଷକ ହରିଚନ୍ଦ୍ର ୨୦୧୫ରେ ସେନାରୁ ଅବସର ନେଇଥିଲେ। ଅବସର ପରେ ସେ ବାରବାଙ୍କି ଜିଲାର ଆମସେରୁଓ୍ବା ଗ୍ରାମରେ ଜମି କିଣି ଏକ ଏକରରୁ ଫଳ ଓ ପନିପରିବା ଚାଷ କରିବା ଆରମ୍ଭ କଲେ। ଯେଉଁଥିରେ ସେ ଭଲ ଲାଭ ପାଇଲେ। ଆଜି ପ୍ରାୟ ଚାରି ଏକରରେ ଡ୍ରାଗନ ଫ୍ରୁଟ୍‌ସ, ବନ୍ଧାକୋବି, କଳା ଆଳୁ କଦଳୀ ଇତ୍ୟାଦି ଚାଷ କରିଛନ୍ତି। ଯେଉଁଥିରୁ ସେ ପ୍ରତିବର୍ଷ ୫ରୁ ୬ଲକ୍ଷ ଟଙ୍କା ଲାଭ କରୁଛନ୍ତି।

କର୍ନେଲ ହରିଚନ୍ଦ୍ର କହିଛନ୍ତି, ୨୦୧୫ରେ ଅବସର ନେବା ପରେ ମୁଁ ଚାଷ ଆରମ୍ଭ କରିଥିଲି। ପିଲାଦିନରୁ ଚାଷ କରିବାକୁ ଭଲ ପାଉଥିଲି। ଏହାକୁ ଦୃଷ୍ଟିରେ ରଖି ମୁଁ ପାରମ୍ପାରିକ ଭାବରେ ଧାନ ଏବଂ ଗହମ ଚାଷ କରିଥିଲି। ଯେଉଁଥିରେ ବିଶେଷ ଲାଭ ହେଲା ନାହିଁ। ଏହା ପରେ କିଛି ନୂଆ ଚିନ୍ତା କଲି। ଏହା ପରେ ମୁଁ ଡ୍ରାଗନ ଫ୍ରୁଟ୍‌ସ, ବନ୍ଧାକୋବ ି ଏବଂ କଳା ଆଳୁ ବିଷୟରେ ସୂଚନା ପାଇଲି। ତା’ପରେ ଗୋଟିଏ ଏକରରୁ ଆରମ୍ଭ କରିଲି। ଯେଉଁଥିରୁ ବେଶ୍‌ ଲାଭ ମିଳିଲା।

ହରିଶ୍ଚନ୍ଦ୍ର କହିଛନ୍ତି, ମଁ ଫଳ ଓ ପନିପରିବା ଲଗାଇଛି। ଏହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଜୈବିକା ସାର ବ୍ୟବହାର କରାଯାଉଛି। ଯେଉଁଥିପାଇଁ ଏହା ଶୁଦ୍ଧ ଏବଂ ପୁଷ୍ଟିକର ହୋଇଥାଏ। ଏହି ଚାଷରୁ ୫ରୁ ୬ଲକ୍ଷ ଟଙ୍କା ହେଉଛି। ମୁଁ ମୋର କୃଷକ ଭାଇମାନଙ୍କୁ ଅନ୍ୟ ଫସଲ ସହିତ କିଛି ଫଳ ଏବଂ ପନିପରିବା ଚାଷ କରିବାକୁ ଏବଂ ସେଥିରେ ଜୈବିକ ସାର ବ୍ୟବହାର କରିବାକୁ କହିବାକୁ ଚାହେଁ। ଯେଉଁଥିପାଇଁ ଖର୍ଚ୍ଚ କମ୍‌ ହେବ ଏବଂ ଲାଭ ମଧ୍ୟ ଅଧିକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?