କଶ୍ମୀର ଉପରେ ରାଷ୍ଟ୍ରପତି ଏର୍ଦୋଗାନଙ୍କ ମନ୍ତବ୍ୟ ପରେ ତୁର୍କୀ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର…

ଜାତିସଂଘ, ୨୧।୯ : ସାଇପ୍ରସ ପ୍ରସଙ୍ଗରେ ଭାରତୀୟ ବହିର୍ବ୍ୟାପାରମନ୍ତ୍ରୀ ଏସ.ଜୟଶଙ୍କର ବୁଧବାର ତୁର୍କୀ ପ୍ରତିପକ୍ଷ ମେଭଲୁଟ କଭୁସୋଗ୍ଲୋଙ୍କ ସହ ଏକ ବୈଠକ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ସାଇପ୍ରସ ସମ୍ବନ୍ଧୀୟ ନିଷ୍ପତ୍ତିକୁ ପାଳନ କରିବା ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ତୁର୍କୀ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏସ. ଜୟଶଙ୍କର ଏକ ଟୁଇଟରେ କହିଛନ୍ତି ଯେ ୟୁକ୍ରେନ ବିବାଦ, ଖାଦ୍ୟ ନିରାପତ୍ତା, ଜି-୨୦ ପ୍ରକ୍ରିୟା, ବିଶ୍ୱସ୍ତରୀୟ ଶୃଙ୍ଖଳା, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏବଂ ସାଇପ୍ରସକୁ ନେଇ ବ୍ୟାପକ ଆଲୋଚନା ହୋଇଛି। ସାଇପ୍ରସରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସମସ୍ୟା ୧୯୭୪ ମସିହାରେ ଆରମ୍ଭ ହୋଇଥିଲା। ଯେତେବେଳେ ତୁର୍କୀ ଦେଶରେ ଏକ କ୍ଷମତା ଦଖଲ ବିରୋଧରେ ଉତ୍ତର ଭାଗ ଉପରେ ଆକ୍ରମଣ କରିଥିଲା। ଏହାକୁ ଗ୍ରୀକ ସରକାର ସମର୍ଥନ କରିଥିଲେ। ଜାତିସଂଘର ପ୍ରସ୍ତାବ ଅନୁଯାୟୀ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ପ୍ରୟାସ କରୁଛି।

ମିଳିତ ଜାତିସଂଘ ସାଧାରଣ ସଭାର ଏକ ଉଚ୍ଚସ୍ତରୀୟ ବୈଠକକୁ ସମ୍ବୋଧିତ କରି ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗାନ ଜମ୍ମୁ-କଶ୍ମୀରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଭାବରେ ବର୍ଣ୍ଣନା କରିବା ସହିତ ଏହାର ସ୍ଥାୟୀ ଶାନ୍ତି ପାଇଁ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷ ପୂର୍ବେ ସେମାନଙ୍କର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା ପ୍ରତିଷ୍ଠା କରିବା ପରେ ମଧ୍ୟ ଭାରତ ଏବଂ ପାକିସ୍ତାନ ପରସ୍ପର ମଧ୍ୟରେ ଶାନ୍ତି ଏବଂ ଏକତା ପ୍ରତିଷ୍ଠା କରି ପାରିନାହାଁନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ କହିଛନ୍ତି ଯେ କଶ୍ମୀରକୁ ନେଇ ଆମେ ଆଶା କରୁଛୁ ଶୀଘ୍ର ସେଠାରେ ଶାନ୍ତି ଏବଂ ସମୃଦ୍ଧତା ପ୍ରତିଷ୍ଠା ହେବ।

ସେ ଭାରତର ଆଭିମୁଖ୍ୟ ଅନୁସାରେ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ୧୯୭୨ ଶିମଲା ଚୁକ୍ତିନାମା ଅନ୍ତର୍ଗତ କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଏଥିରେ ତୃତୀୟ ପକ୍ଷର ମଧ୍ୟସ୍ଥତାର କୌଣସି ସ୍ଥାନ ନାହିଁ। ତେବେ ତୁର୍କୀ ରାଷ୍ଟ୍ରପତିଙ୍କ ବିବୃତ୍ତି ୨୦୨୦ ଠାରୁ ଭିନ୍ନ ରହିଥିଲା। ସେତେବେଳେ ସମୟରେ ତୁର୍କୀ ରାଷ୍ଟ୍ରପତି କଶ୍ମୀରର ପରିସ୍ଥିତିକୁ ଏକ ଜ୍ୱଳନ୍ତ ପ୍ରସଙ୍ଗ ବୋଲି କହି କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରିବା ପଦକ୍ଷେପକୁ ସମାଲୋଚନା କରିଥିଲେ। ୨୦୨୯ରେ, ସେ କହିଥିଲେ ଯେ ଇଣ୍ଡିଆନ ୟୁନିଅନ ଟେରିଟୋରୀରେ ସଂକଳ୍ପ ଗ୍ରହଣ କରାଯିବା ସତ୍ତ୍ୱେ କଶ୍ମୀର ସଙ୍କଟରେ ରହିଛି। ଆଠ ନିୟୁତ ଲୋକ କଶ୍ମୀରରେ ଫଶି ରହିଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri