Posted inଜାତୀୟ

ମନମୋହନ ସିଂଙ୍କ ପରେ ପରିବାରକୁ ମିଳିବ ଏତେ ସୁବିଧା, ସ୍ତ୍ରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମନମୋହନ ସିଂ ଅନେକ ସୁବିଧା ପାଇଥିଲେ। ଏହା ବ୍ୟତୀତ ସେ ପ୍ରତି ମାସରେ ୨୦ହଜାର ଟଙ୍କା ପେନଶନ ମଧ୍ୟ ପାଉଥିଲେ। ଏବେ ପ୍ରଶ୍ନ ହେଉଛି, ତାଙ୍କ ମୃତ୍ୟୁ ପରେ ଏହି ପେନସନ କିଏ ପାଇବ? କେଉଁ ପରିବାର ସଦସ୍ୟଙ୍କ ଉପରେ ଏହାର ଅଧିକାର ରହିବ? ଏଥି ସହିତ, କେଉଁ ସଦସ୍ୟମାନେ ଅନ୍ୟ ସୁବିଧାଗୁଡ଼ିକର ଲାଭ ମଧ୍ୟ ପାଇବେ?

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ଡକ୍ଟର ମନମୋହନ ସିଂଙ୍କୁ ନୂଆଦିଲ୍ଲୀର ମୋତିଲାଲ ନେହେରୁ ମାର୍ଗ ୩ରେ ଅବସ୍ଥିତ ଏକ ବଙ୍ଗଳା ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ପ୍ରଥମ ପାଞ୍ଚ ବର୍ଷରେ ବିଶେଷ ସୁବିଧା ଦିଆଯାଇଥିଲା, କିନ୍ତୁ ଏହା ପରେ ନିୟମ ଅନୁଯାୟୀ ପରିବର୍ତ୍ତନ କରାଯାଇଥିଲା। ମନମୋହନଙ୍କୁ ପ୍ରଥମ ବର୍ଷ ପାଇଁ ଏସପିଜି ସୁରକ୍ଷା ଦିଆଯାଇଥିଲା। ଏହା ପରେ ତାଙ୍କୁ Z ପ୍ଲସ ସୁରକ୍ଷା ଦିଆଯାଇଥିଲା। ଏହା ବ୍ୟତୀତ ସେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ସୁବିଧା ପାଉଥିଲେ। ଯେଉଁଥିରେ ମାସକୁ ୨୦ହଜାର ଟଙ୍କା ପେନଶନ, ସାରାଜୀବନ ପାଇଁ ମାଗଣା ଚିକିତ୍ସା ସୁବିଧା, ଗୋଟିଏ ବର୍ଷରେ ୬ଟି ଘରୋଇ ବିମାନ ଟିକେଟ, ମାଗଣା ରେଳ ଯାତ୍ରା, ସାରା ଜୀବନ ମାଗଣା ବିଦ୍ୟୁତ ଏବଂ ପାଞ୍ଚ ବର୍ଷ ପରେ ଏକ ବ୍ୟକ୍ତିଗତ ସହାୟକ ଏବଂ ଏକ ପିଅନ ମଧ୍ୟ ଦିଆଯାଇଥିଲା। ଏହା ବ୍ୟତୀତ ଅଫିସ ଖର୍ଚ୍ଚ ପାଇଁ ବାର୍ଷିକ ଛଅ ହଜାର ଟଙ୍କା ମଧ୍ୟ ଦିଆଯାଉଥିଲା।

ମନମୋହନ ସିଂ ପ୍ରତି ମାସରେ ୨୦ ହଜାର ଟଙ୍କା ପେନଶନ ପାଉଥିଲେ। ନିୟମ ଅନୁଯାୟୀ, ବର୍ତ୍ତମାନ ଏହି ପେନଶେନ ତାଙ୍କ ସ୍ତ୍ରୀ ଗୁରୁଶରଣ କୌରଙ୍କୁ ଦିଆଯିବ। ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ପଅଦାନ କରାଯିବ। ଯଦି ଆମେ ସୁବିଧା ବିଷୟରେ କଥା ହେବା, ତେବେ ମନମୋହନ ସିଂଙ୍କ ସ୍ତ୍ରୀ ଏବଂ ତାଙ୍କୁ ନିର୍ଭରଶୀଳ ଥିବା ପରିବାର ସଦସ୍ୟମାନେ ଏହି ସୁବିଧା ପାଇବେ। ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣା ଚିକିତ୍ସା, ରେଳବାଇରେ ମାଗଣା ଯାତ୍ରା ଏବଂ ରିହାତି ମୂଲ୍ୟରେ ବିମାନ ଯୋଗେ ଯାତ୍ରା କରିବାର ସୁବିଧା ଅନ୍ତର୍ଭୁକ୍ତ ହେବ। ଏଥି ସହିତ, ସୁରକ୍ଷାକର୍ମୀ ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ମଧ୍ୟ ଅକ୍ଷୁର୍ଣ୍ଣ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri