ଚାଟ୍‌ ଜିପିଟି ଯୋଗୁ ହରାଇଲେ ଚାକିରି, ଏବେ ଡଗ୍‌ ଓ୍ବାକର୍‌…

ଓ୍ବାଶିଂଟନ,୭।୬: ବିଜ୍ଞାନର ନୂଆ ନୂଆ ଉଦ୍ଭାବନରେ ବିଭିନ୍ନ କମ୍ପାନୀଗୁଡିକରେ କାମ ସହଜ ହେଉଛି। କମ୍ପାନୀ ତା’ର କାମ ଶୀଘ୍ର ଏବଂ ସୁରୁଖୁରୁରେ ହେବା ପାଇଁ ଅନଲାଇନ ସର୍ଚ୍ଚ ଇଞ୍ଜିନଗୁଡିକୁ ପ୍ରାଧାନ୍ୟ ଦେବାରେ ଲାଗିଛି। ଏହାଦ୍ୱାରା କମ୍ପାନୀ କର୍ମଚାରୀଙ୍କୁ ରଖି ମୋଟା ଅଙ୍କର ଦରମା ଦେଇ କାମ କରିବା ଠାରୁ ଏହି ଅନଲାଇନ୍‌ ସର୍ଚ୍ଚ ଇଞ୍ଜିନ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା କମେଇବାକୁ ଚାହୁଁଛନ୍ତି। ତେବେ ଆଶା କରାଯାଉଛି କି, ଏପରି ଘଟିଲେ ଆଗକୁ ବହୁତ ଛଟେଇ ହେବାର ଆଶଙ୍କା ରହିଛି। ଆମେ ଏଠାରେ କହି ରଖୁଛୁ କି, ଏପରି ହେବା ଆରମ୍ଭ ହୋଇଯାଇଛି। ଏହି ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଚାଟ୍‌ ଜିପିଟି ପାଇଁ ମହିଳାଙ୍କ ଚାକିରି ଚାଲିଯାଇଛି।

ଦି ଓ୍ବାଶିଂଟନ୍‌ ପୋଷ୍ଟର ରିପୋର୍ଟ ମୁତାବକ, ୨୫ ବର୍ଷିୟ ଅଲିଭିୟ ଲେପିକିନ ସାନ ଫ୍ରାନ୍ସିସ୍କୋର ଏକ ଟେକ୍‌ କମ୍ପାନୀରେ କପି ରାଇଟର ଭାବେ କାମ କରୁଥିଲେ। ଥରେ ସେ ଜାଣିବାକୁ ପାଇଲେ କମ୍ପାନୀର ଇଣ୍ଟରନାଲ ସ୍ଲେକ୍‌ ଗ୍ରୁପ୍‌ରେ ଚାଟ୍‌ ଜିପିଟି ଦ୍ୱାରା ହେଉଥିବା ଆଟିକିଲ୍‌କୁ ସେୟାର୍‌ କରାଯାଉଛି। ପରେ ତାଙ୍କୁ ବିନା କୌଣସି ନୋଟିସ୍‌ ଦେଇ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା। ପରେ ସେ ଜାଣିବାକୁ ପାଇଲେ କମ୍ପାନୀ ହ୍ବାଟସଆପ୍‌ ଗ୍ରୁପ୍‌ରେ ତାଙ୍କୁ ଅଥବା ଚାଟ୍‌ ଜିପିଟିକୁ ବାଛିବା ପାଇଁ ଚର୍ଚ୍ଚା ଚାଲିଥିଲା। ଅଲିଭିୟା କହିଛନ୍ତି, ତାଙ୍କ ମ୍ୟାନେଜର୍‌ କଷ୍ଟ କଟିଗଂ ପାଇଁ କପି ରାଇଟର ବଦଳରେ ଚାଟ୍‌ ଜିପିଟିକୁ ବାଛିଥିଲେ।

ପରେ ଅଲିଭିୟା କଣ୍ଟେଣ୍ଟ ମାର୍କେଟିଗଂ ଫିଲ୍ଡରୁ ବିଦାୟ ନେଇଛନ୍ତି ବୋଲି କହିଛନ୍ତି। ସେ ଏବେ ଡଗ୍‌ ଓ୍ବାକର୍‌ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri