ତଣ୍ଟି କାଟି ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର,୧୨ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଫକୀରମୋହନ ନଗରରେ ଜଣେ ମହିଳାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁରୁଷବନ୍ଧୁ ଜଣକ ପ୍ରେମିକାଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ପୁରୁଷ ବନ୍ଧୁ ହେଲେ ବାଲେଶ୍ୱର ଜିଲା ବାହାବଳପୁର ଅଞ୍ଚଳର ଭାଗିରଥି ମଣ୍ଡଳ (୩୫) । ଜିଆର୍‌ପି ପୋଲିସ ବୁଧବାର ହଳଦୀପଦା ନିକଟ ରେଳ ଧାରଣାରୁ ଭାଗିରଥିଙ୍କ ମୃତଦେହ ଓ ନିକଟରେ ଥିବା ଏକ ସ୍କୁଟି ଜବତ କରିଥିଲେ ।
ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଫକୀରମୋହନ ନଗର ସ୍ଥିତ ଭଡ଼ାଘରେ ତାଳଚୁଆଁ ଅଞ୍ଚଳର ମହିଳା ମମତା ଦେବନାଥ (୨୯)ଙ୍କୁ ସେ ତଣ୍ଟି କାଟି ହତ୍ୟା କରିଥିଲେ । ମହିଳାଙ୍କ ସ୍କୁଟି ନେଇ ସେଠାରୁ ସେ ଚମ୍ପଟ ମାରିଥିଲେ । ବୁଧବାର ପୂର୍ବାହ୍ନରେ ରେଳ ଧାରଣା ନିକଟରେ ସ୍କୁଟିଟିକୁ ରଖି ଏକ ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ସିସିଟିଭି ଯାଞ୍ଚ କରି ପୋଲିସ ସବିଶେଷ ତଥ୍ୟ ହାସଲ କରିବା ସହ ହତ୍ୟା ଓ ଆତ୍ମହତ୍ୟାର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ ଜାରି ରଖିଛି ।

 

Dharitri – Odisha’s No.1 Odia Daily

Share