ଜୟଶଙ୍କରଙ୍କ ଚେତାବନୀ ପରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ଆଶ୍ୱାସନା ଦେଲା କାନାଡା…

ଟରଣ୍ଟୋ,୪।୭ : ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ କୂଟନୀତିଜ୍ଞଙ୍କ ପୋଷ୍ଟର ଅନଲାଇନରେ ଶେୟାର କରିବା ପରେ କାନାଡା ଭାରତୀୟ ଅଧିକାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିଛି। ଖାଲିସ୍ତାନୀ ସମର୍ଥକମାନେ ପୋଷ୍ଟର ଶେୟାର କରିଥିଲେ, ଯେଉଁଥିରେ ଭାରତୀୟ କୂଟନୀତିଜ୍ଞଙ୍କ ନାମ ଅନ୍ତର୍ଭୁକ୍ତ ଥିଲା ।

ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କାନାଡା, ବ୍ରିଟେନ ଏବଂ ଆମେରିକା ଭଳି ଦେଶମାନଙ୍କୁ କହିଥିଲେ ସେମାନଙ୍କ ଦେଶରେ ଆତଙ୍କବାଦୀ ଖାଲିସ୍ତାନୀ ଚିନ୍ତାଧାରାକୁ ସ୍ଥାନ ଦିଅନ୍ତୁ ନାହିଁ। ଜୟଶଙ୍କର କହିଛନ୍ତି ଏହା ଆମ ସମ୍ପର୍କ ପାଇଁ ଭଲ ନୁହେଁ।

ଜୟଶଙ୍କରଙ୍କ ବିବୃତ୍ତି ପରେ କାନାଡା ପ୍ରସ୍ତୁତ ହୋଇ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନିଶ୍ଚିତ କରିଛି। କୂଟନୀତିଜ୍ଞଙ୍କ ସୁରକ୍ଷା ପ୍ରତି କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି କହିଛନ୍ତି ଆମେ ସେମାନଙ୍କ ସୁରକ୍ଷାକୁ ନିଶ୍ଚିତ କରୁଛୁ।

କୂଟନୀତିଜ୍ଞଙ୍କ ସୁରକ୍ଷା ପାଇଁ ଭିଏନା ସମ୍ମିଳନୀ ଅନୁଯାୟୀ କାନାଡା ଏହାର ଦାୟିତ୍ୱକୁ ଗୁରୁତର ସହ ନେଇଛି ବୋଲି ମଙ୍ଗଳବାର କାନାଡାର ବୈଦେଶିକ ମନ୍ତ୍ରୀ ଟୁଇଟ କରିଛନ୍ତି। ଜୋଲି କହିଛନ୍ତି କିଛି ବ୍ୟକ୍ତିଙ୍କ କାର୍ଯ୍ୟ ଯୋଗୁ ସମଗ୍ର ସମ୍ପ୍ରଦାୟକୁ ଦାୟୀ କରଯାଇପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri